ETV Bharat / state

ସ୍ପୋର୍ଟ୍ସ ଏକାଡେମୀର ପ୍ରଶଂସନୀୟ କାର୍ଯ୍ୟ, ବାପାମା ଛେଉଣ୍ଡ ପିଲାଙ୍କୁ ଯୋଗାଇଲା ସହାୟତା - orphan children

ମୟୂରଭଞ୍ଜ ଜିଲ୍ଲା ଠାକୁରମୁଣ୍ଡା ବ୍ଲକ ଅଞ୍ଚଳରେ ଏକ ସ୍ପୋର୍ଟ୍ସ ଏକାଡେମୀ 3 ଅନାଥ ଭାଇଭଉଣୀଙ୍କୁ ସହାୟତା ଯୋଗାଇଛି । ଅଧିକ ପଢନ୍ତୁ...

ସ୍ପୋର୍ଟ୍ସ ଏକାଡେମୀର ପ୍ରଶଂସନୀୟ କାର୍ଯ୍ୟ, ବାପାମା ଛେଉଣ୍ଡ ପିଲାଙ୍କୁ ଯୋଗାଇଲା ସହାୟତା

author img

By

Published : Apr 27, 2021, 9:01 AM IST

ରାଇରଙ୍ଗପୁର: ମୟୂରଭଞ୍ଜ ଜିଲ୍ଲା ଠାକୁରମୁଣ୍ଡା ବ୍ଲକ ଚମ୍ପାଝର ଗ୍ରାମପଞ୍ଚାୟତ ଅନ୍ତର୍ଗତ ଡଙ୍ଗାଡିହା ଗ୍ରାମର ଘୁଟୁ ସାହିରେ ଦୁର୍ଦ୍ଦିନ ଭିତରେ ଜୀବନ ବିତାଉଛନ୍ତି ବାପା ମା ଛେଉଣ୍ଡ 3 ଭାଇଭଉଣୀ । ଏ ସମ୍ପର୍କରେ ଖବର ପାଇବା ପରେ ସ୍ଥାନୀୟ ଚମ୍ପାଝର ଫିୟୁଚର ସ୍ପୋର୍ଟ ଏକାଡ଼େମୀ ସେମାନଙ୍କୁ ସହାୟତାର ହାତ ବଢାଇଛନ୍ତି । ଏକାଡେମୀର ଏହି କାର୍ଯ୍ୟକୁ ସ୍ଥାନୀୟ ଅଞ୍ଚଳରେ ପ୍ରଶଂସା କରାଯାଇଛି ।

ସ୍ପୋର୍ଟ୍ସ ଏକାଡେମୀର ପ୍ରଶଂସନୀୟ କାର୍ଯ୍ୟ, ବାପାମା ଛେଉଣ୍ଡ ପିଲାଙ୍କୁ ଯୋଗାଇଲା ସହାୟତା

ପୂର୍ବରୁ ଏହି 3 ଭାଇଭଉଣୀଙ୍କୁ ସ୍କୁଲ ପକ୍ଷରୁ ମଧ୍ୟାହ୍ନ ଭୋଜନ, ଚାଉଳ ଏବଂ ପୋଷାକକୁ ଶିକ୍ଷକ ଓ ବିଭାଗୀୟ ଅଧିକାରୀମାନେ ପ୍ରଦାନ କରିଥିଲେ । ଏକାଡେମୀର ପ୍ରତିଷ୍ଠାତା କିସର ପୂର୍ବତନ ଛାତ୍ର ଦିବ୍ୟରଞ୍ଜନ ଦାସ ଏହି ଅସହାୟଙ୍କ ସମ୍ପର୍କରେ ଜାଣିବା ପରେ ତାଙ୍କୁ ସାହାଯ୍ୟ କରିଛନ୍ତି । ଏକାଡେମୀର କାର୍ଯ୍ୟକର୍ତ୍ତାମାନେ ଅନାଥ ପିଲାମାନଙ୍କ ଘରକୁ ଯାଇ ଗୋଟିଏ ମାସର ଚାଉଳ, ଡାଲି, ଚୁଡା ,ଚିନି ଓ ରାସନ ସାମଗ୍ରୀ ସହ ପୋଷାକ ପତ୍ର ଦେଇଛନ୍ତି । ଏଥିସହିତ ଏହି ୩ ଅନାଥ ପିଲାଙ୍କୁ ଭଲ ଶିକ୍ଷା ଅନୁଷ୍ଠାନରେ ନାମ ଲେଖାଇ ପାଠ ପଢ଼ିବାର ସହଯୋଗ ପାଇଁ ପ୍ରଶାସନର ଦୃଷ୍ଟି ଆକ୍ରମଣ କରାଯିବ ବୋଲି କହିବା ସହ ପ୍ରତ୍ୟେକ ସପ୍ତାହରେ ରାସନ ଯୋଗାଇ ଦେବାକୁ ସେ ପ୍ରତିଶ୍ରୁତି ଦେଇଛନ୍ତି ।

ପ୍ରକାଶ ଥାଉ କି ଏହି ଅସହାୟଙ୍କ ବାପା ଡବ ଶିରକା ୨ ବର୍ଷ ପୂର୍ବରୁ ମୃତ୍ୟୁ ହୋଇଥିଲା ବେଳେ ମାନସିକ ବିକୃତି ଘଟିଥିବା ମା' ବେଲ ଶିରକାଙ୍କର ଦେଢ ମାସ ପୂର୍ବରୁ ମୃତ୍ୟୁ ଘଟିଛି । ପିତାମାତାଙ୍କୁ ହରାଇ ଛୋଟ ଥିବା ଏହି ୩ ପିଲାଗୁଡିକ ଏବେ ଏକୁଟିଆ ହୋଇଯାଇଛନ୍ତି । ବାପା ବଞ୍ଚିଥିବା ଅବସ୍ଥାରେ ସରକାରଙ୍କ ଦ୍ବାରା ଏକ ପ୍ରଧାନମନ୍ତ୍ରୀ ଆବାସ ଗୃହ ୨୦୧୬-୧୭ ଆର୍ଥିକ ବର୍ଷରେ ପାଇଥିଲେ । ଗୃହ କାର୍ଯ୍ୟ ଶେଷ ହୋଇଥିବା ବେଳେ ଘରର କବାଟ ଝରକା ନ ଲାଗି ଫାଇନାଲ ବିଲ ମଧ୍ୟ ଉଠି ଯାଇଛି । କବାଟ ଝରକା ଲାଗି ନଥିବା ଏହି ଘର ଭିତରେ 3ଜଣ ଛୁଆ ରହୁଛନ୍ତି। ତାଙ୍କ ଘରକୁ ଲାଗି ଜଙ୍ଗଲ ଥିବାରୁ ରାତି ସମୟରେ ଜଙ୍ଗଲର ହିଂସ୍ରଜନ୍ତୁଙ୍କ ଭୟ ରହୁଛି । ଏ ସବୁ ସତ୍ତ୍ବେ ଭଗବାନକୁ ଭରସା କରି ରହୁଛନ୍ତି।

କବାଟ ଝରକା ଲାଗି ନଥିବା ବେଳେ ବ୍ଲକ ପ୍ରଶାସନ କିପରି ଘରର ଫାଇନାଲ ବିଲ ପୈଠ କଲେ ତାହା ଏକ ପ୍ରଶ୍ନବାଚୀ ସୃଷ୍ଟି କରୁଛି । ଲକଡାଉନ ପରେ ସ୍କୁଲ ବନ୍ଦ ଥିବାରୁ ସେମାନଙ୍କର ସ୍କୁଲ ଯିବା ବନ୍ଦ ହୋଇଯାଇଛି । ମା'ଙ୍କ ନାମରେ ଥିବା ଖାଉଟି କାର୍ଡରେ ମିଳୁଥିବା ଚାଉଳ ନେଇ ପିଲାମାନେ ଚାଲିଯାଉଛନ୍ତି। ଆବଶ୍ୟକ ସମୟରେ ସାହି ପଡିଶା ଲୋକ ପିଲାମାନଙ୍କୁ ସାହାଯ୍ୟ ସହଯୋଗ ଯୋଗାଇ ଦେଉଛନ୍ତି । ତେବେ ଏ ସମସ୍ୟାକୁ ନେଇ ଆମେ ସ୍ଥାନୀୟ ବିଡ଼ିଓଙ୍କ ପାଖକୁ ଯାଇଥିବା ବେଳେ ସେ କ୍ୟାମେରା ଆଗରେ କିଛି କହିବା ପାଇଁ ମନା କରିଥିଲେ ।

ରାଇରଙ୍ଗପୁରରୁ ସଞ୍ଜୟ କୁମାର ପରିଡ଼ା, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.