ETV Bharat / state

ଜୋର୍‌ ଧରିଲା ମୟୂରଭଞ୍ଜ ଅମର୍ଦ୍ଦା ଏୟାରଷ୍ଟ୍ରିପ କାର୍ଯ୍ୟକ୍ଷମ ଦାବି

author img

By

Published : Oct 30, 2022, 11:56 AM IST

ଅମର୍ଦ୍ଦା ଏୟାରଷ୍ଟ୍ରିପକୁ ତୁରନ୍ତ କାର୍ଯ୍ୟକ୍ଷମ କରିବାକୁ ନେଇ ପୁଣି ଉଠିଛି ଦାବି । ବାଲେଶ୍ଵର ଓ ମୟୂରଭଞ୍ଜ ଜିଲ୍ଲାର ସୀମାବର୍ତ୍ତୀ ରାସଗୋବିନ୍ଦପୁରଠାରେ ଥିବା ଅମର୍ଦ୍ଦା ଏୟାରଷ୍ଟ୍ରିପକୁ ବେସାମରିକ ବିମାନ ବନ୍ଦର କରିବାକୁ ଦୀର୍ଘ ବର୍ଷ ଧରି ବିଭିନ୍ନ ମହଲରୁ ଦାବି ହୋଇଆସୁଛି । ଅଧିକ ପଢ଼ନ୍ତୁ

ମୟୂରଭଞ୍ଜ ଅମର୍ଦ୍ଦା ଏୟାରଷ୍ଟ୍ରିପ କାର୍ଯ୍ୟକ୍ଷମ ନେଇ ଜୋର ଧରିଲା ଦାବି

ବାଲେଶ୍ଵର: ଅମର୍ଦ୍ଦା ଏୟାରଷ୍ଟ୍ରିପକୁ ତୁରନ୍ତ କାର୍ଯ୍ୟକ୍ଷମ କରିବାକୁ ନେଇ ପୁଣି ଉଠିଛି ଦାବି । ବାଲେଶ୍ଵର ଓ ମୟୂରଭଞ୍ଜ ଜିଲ୍ଲାର ସୀମାବର୍ତ୍ତୀ ରାସଗୋବିନ୍ଦପୁରଠାରେ ଥିବା ଅମର୍ଦ୍ଦା ଏୟାରଷ୍ଟ୍ରିପକୁ ବେସାମରିକ ବିମାନ ବନ୍ଦର କରିବାକୁ ଦୀର୍ଘ ବର୍ଷ ଧରି ବିଭିନ୍ନ ମହଲରୁ ଦାବି ହୋଇଆସୁଛି । ଏହାକୁ ନେଇ ଉତ୍ତର ଓଡ଼ିଶାର ତିନୋଟି ସାମାଜିକ ଅନୁଷ୍ଠାନ, ଭଏସ ଅଫ୍ ବାଲେଶ୍ଵର, ମୟୂରଭଞ୍ଜର ଭଞ୍ଜସେନା ଏବଂ କେନ୍ଦୁଝର ଡେଭଲେପମେଣ୍ଟ କାଉନସିଲ ମିଳିତ ଭାବେ ରାସଗୋବିନ୍ଦପୁରରୁ ରାଜଭବନ ଯାଏଁ ପଦଯାତ୍ରାରେ ବାହାରିଛନ୍ତି ।

ତେଣୁ ଅମର୍ଦ୍ଦା ଏୟାରଷ୍ଟ୍ରିପ୍ ଯଥାଶୀଘ୍ର କାର୍ଯ୍ୟକ୍ଷମ ପାଇଁ ଉତ୍ତର ଓଡ଼ିଶା ପର୍ଯ୍ୟଟନ ବିକାଶ ପରିଷଦ ପକ୍ଷରୁ ଏକ ସ୍ବାଭିମାନ ପଦଯାତ୍ରା ରାସଗୋବିନ୍ଦପୁରରୁ ରାଜଭବନ ପର୍ଯ୍ୟନ୍ତ ଆରମ୍ଭ ହୋଇଛି । ମୟୂରଭଞ୍ଜ ଜିଲ୍ଲାର ଜାଗ୍ରତ ପ୍ରହରୀ ଭଞ୍ଜସେନା, ବାଲେଶ୍ୱର ଜିଲ୍ଲାର ଅଗ୍ରଣୀ ଗଣ ସଂଗଠନ ଭଏସ୍ ଅଫ୍ ବାଲେଶ୍ୱର ଓ କେନ୍ଦୁଝର ଡେଭଲେପମେଣ୍ଟ କାଉନସିଲ ମିଳିତ ଉଦ୍ୟମରେ ଉତ୍ତର ଓଡ଼ିଶା ପର୍ଯ୍ୟଟନ ବିକାଶ ପରିଷଦ କାର୍ଯ୍ୟ କରୁଛି । ଏଥିରେ ବିଶେଷ କରି ଅମର୍ଦ୍ଦା ଏୟାରଷ୍ଟ୍ରିପକୁ ତୁରନ୍ତ କାର୍ଯ୍ୟକ୍ଷମ କରିବା ଦାବିକୁ ଅଧିକ ଗୁରୁତ୍ୱ ଦିଆଯାଇଛି ।

ଉତ୍ତର ଓଡ଼ିଶାରେ ଆଖିଦୃଶିଆ କିଛି ଉନ୍ନତି ହୋଇପାରିନି । ବିଶେଷକରି ମୟୂରଭଞ୍ଜ, ବାଲେଶ୍ଵର ଏବଂ କେନ୍ଦୁଝର ଜିଲ୍ଲାରେ ରହିଥିବା ବିଭିନ୍ନ ପର୍ଯ୍ୟଟନସ୍ଥଳୀର ଆଖିଦୃଶିଆ ଉନ୍ନତି ହୋଇପାରିନାହିଁ । ମୟୂରଭଞ୍ଜ ଜିଲ୍ଲାର ରାସଗୋବିନ୍ଦପୁରସ୍ଥିତ ଅମର୍ଦ୍ଦା ଏୟାର ଷ୍ଟ୍ରିପ୍ ବର୍ତ୍ତମାନ ସୁଦ୍ଧା କାର୍ଯ୍ୟକ୍ଷମ ହୋଇପାରିନାହିଁ । ଅନ୍ୟପଟେ ରାସଗୋବିନ୍ଦପୁର ଏୟାରଷ୍ଟ୍ରିପକୁ କେନ୍ଦ୍ର ସରକାର ଉଡାଣ ଯୋଜନାରେ ସାମିଲ ମଧ୍ୟ କରିଛନ୍ତି । ଏହା କାର୍ଯ୍ୟକ୍ଷମ ହେବା ଦ୍ବାରା ସ୍ଥାନୀୟ ଅଞ୍ଚଳବାସୀଙ୍କ ବିକାଶର କରିଡର୍ ଖୋଲିବ ବୋଲି କୁହାଯାଇଛି ।

ଏହାମଧ୍ୟ ପଢ଼ନ୍ତୁ. ମୟୂରଭଞ୍ଜ ଅମର୍ଦ୍ଦା ଏୟାରଷ୍ଟ୍ରିପ ପାଇଁ NOC ମାଗିଲେ ମୁଖ୍ୟ ଶାସନ ସଚିବ

ପ୍ରକାଶ ଥାଉକି, ୧୯୪୦ ମସିହା ଦ୍ବିତୀୟ ବିଶ୍ବଯୁଦ୍ଧ ସମୟରେ ପାଖାପାଖି ୬୦୦ ଏକର ଜାଗାରେ ଅମର୍ଦ୍ଦା ଏୟାରଷ୍ଟ୍ରିପ୍ ନିର୍ମିତ ହୋଇଥିଲା । ବାଲେଶ୍ଵର ଓ ମୟୂରଭଞ୍ଜ ସୀମାରେ ରହିଥିବା ଏହି ଐତିହାସିକ ଏୟାରଷ୍ଟ୍ରିପଠାରୁ ମାତ୍ର ୧୦ କିମି ଦୂରରେ ରହିଛି । ବାଲେଶ୍ଵର ଜିଲ୍ଲା ବସ୍ତା ବ୍ଲକର ଅର୍ମଦା ରୋଡ୍ ରେଳଷ୍ଟେସନ ଏବଂ ଏହା ୬୦ ନମ୍ବର ରାଜପଥକୁ ମଧ୍ୟ ସଂଯୋଗ କରୁଛି । ଗମନାଗମନ ଦୃଷ୍ଟିକୋଣରୁ ଏହା ଉତ୍ତର ଓଡ଼ିଶାର ଏକ କେନ୍ଦ୍ରସ୍ଥଳ ହୋଇଥିବାବେଳେ, ଏହାର ଉନ୍ନତିକରଣ ପାଇଁ ଦାବି ଜୋର ଧରିଛି ।

ସୂଚନାନୁସାରେ, ଏହି ଅମର୍ଦ୍ଦା ଏୟାରଷ୍ଟ୍ରିପ୍ କାର୍ଯ୍ୟକ୍ଷମ ନେଇ ପ୍ରତିରକ୍ଷା ସଚିବଙ୍କୁ ଚିଠି ଲେଖିଥିଲେ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର । ଓଡ଼ିଶାର ଉତ୍ତରଭାଗ ସମସ୍ତ ପ୍ରକାରର ବିମାନସେବାରୁ ବଞ୍ଚିତ ହୋଇଛି । ପର୍ଯ୍ୟଟନସ୍ଥଳୀ ଗୁଡିକ ପାଇଁ ମୟୂରଭଞ୍ଜ ଜିଲ୍ଲାର ଅଧିକ ଗୁରୁତ୍ବ ରହିଛି । ତେଣୁ ଏଠାରେ ବିମାନ ସେବା ସଂଯୋଗ ହେଲେ ବାଣିଜ୍ୟ ଓ ଅର୍ଥନୈତିକ ଅଭିବୃଦ୍ଧି ସୁଗମ ହେବ ।

ଇଟିଭି ଭାରତ, ବାଲେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.