ETV Bharat / state

ହତ୍ୟାକାଣ୍ଡ ଘଟଣାରେ ୪ ଦୋଷୀଙ୍କୁ ଆଜୀବନ କାରାଦଣ୍ଡ - ମୟୂରଭଞ୍ଜରେ ବିଭତ୍ସ ହତ୍ୟା ଘଟଣା

ମୟୂରଭଞ୍ଜ ଜିଲ୍ଲା ବେତନଟୀରେ ବିଭତ୍ସ ହତ୍ୟା ଘଟଣା । ୪ ଦୋଷୀଙ୍କୁ ଆଜୀବନ କାରାଦଣ୍ଡ ଦଣ୍ଡିତ କଲେ ଅତିରିକ୍ତ ଜିଲ୍ଲା ଦୌରାଜଜ କୋର୍ଟ । ଅଧିକ ପଢ଼ନ୍ତୁ

ହତ୍ୟାକାଣ୍ଡ ଘଟଣାରେ ଅଭିଯୁକ୍ତକୁ ଆଜୀବନ କାରାଦଣ୍ଡ
life imprisonment to accused in Mayurbhanj
author img

By

Published : Feb 22, 2023, 6:34 PM IST

ରାଇରଙ୍ଗପୁର: ବହୁ ଚର୍ଚ୍ଚିତ ବେତନଟୀ ହତ୍ୟା ଘଟଣାରେ ୪ ଦୋଷୀଙ୍କୁ ଆଜୀବନ କାରାଦଣ୍ଡ । ହତ୍ୟାକାଣ୍ଡରେ ସମ୍ପୃକ୍ତ ସମସ୍ତ ଦୋଷୀଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ତିତ କଲେ ଅତିରିକ୍ତ ଜିଲ୍ଲା ଦୌରାଜଜ କୋର୍ଟ । ୨୦୧୮ ମସିହା ଅଗଷ୍ଟ ମାସ ୧୧ ତାରିଖ ଦିନ ମୟୂରଭଞ୍ଜ ଜିଲ୍ଲାର ମୋରୋଡା ଥାନା ଅନ୍ତର୍ଗତ ହାଣ୍ଡିଭଙ୍ଗା ଗ୍ରାମରେ ଜଣେ ବ୍ୟକ୍ତିଙ୍କୁ ନିର୍ମମ ଭାବେ ହତ୍ୟା କରାଯାଇଥିଲା । ଏହି ଘଟଣାରେ ମୟୂରଭଞ୍ଜ ଜିଲ୍ଲାର ପ୍ରଥମ ଅତିରିକ୍ତ ଜିଲ୍ଲା ଓ ଦୌରାଜଜ ସୁରେଶ ଚନ୍ଦ୍ର ପ୍ରଧାନ ରାୟ ପ୍ରକାଶ କରି ଦୋଷୀଙ୍କୁ ଦଣ୍ଡାଦେଶ ଦେଇଛନ୍ତି ।

ସମସ୍ତ ତଥ୍ୟ ଓ ସାକ୍ଷୀଙ୍କ ବୟାନକୁ ଭିତ୍ତି କରି କୋର୍ଟ ଏହି ଘଟଣାର ରାୟ ଶୁଣାଣି କରିଛନ୍ତି । ଦୋଷୀଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିବା ସହ କୋଡିଏ ହଜାର ଟଙ୍କା ଲେଖାଏଁ ଜରିମାନା ଅନାଦେୟ ଛଅ ମାସ ଲେଖାଏଁ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି । ତେବେ ଚାରି ଦୋଷୀମାନେ ହେଲେ ବେତନଟୀ ଥାନା ଅନ୍ତର୍ଗତ ଚୁଆଶୋଳ ଗ୍ରାମର ଚୈତନ୍ୟ ପ୍ରସାଦ ହାଁସଦା, ବାଇଧର ହାଁସଦା, ବରତନ ହାଁସଦା ଓ ବୈଦର ହାଁସଦା । ରାୟ ପ୍ରକାଶ ପାଇବା ପରେ ସେମାନଙ୍କୁ ବାରିପଦା ମୁଖ୍ୟ କାରାଗାରକୁ ପଠାଇ ଦିଆଯାଇଛି । ସରକାରଙ୍କ ପକ୍ଷରୁ ଏହି ମାମଲାଟିକୁ ଅତିରିକ୍ତ ପିପି କୃଷ୍ଣ ଚନ୍ଦ୍ର ଦାସ ପରିଚାଳନା କରୁଥିଲେ ।

ସୂଚନାଯୋଗ୍ୟ ଯେ, ୨୦୧୮ ମସିହା ଅଗଷ୍ଟ ମାସ ୧୧ ତାରିଖ ଦିନ ମୟୂରଭଞ୍ଜ ଜିଲ୍ଲାର ମୋରୋଡା ଥାନା ଅନ୍ତର୍ଗତ ହାଣ୍ଡିଭଙ୍ଗା ଗ୍ରାମର କର୍ଣ୍ଣ କଟୁଆଳ ଓ ତାଙ୍କ ପୁଅ ଗଣେଶ କଟୁଆଳଙ୍କୁ ଛେଳି ଚୋରି ଅଭିଯୋଗରେ ଚାରି ଜଣ ଚୁଆଶୋଳ ଗ୍ରାମକୁ ନେଇ ଯାଇଥିଲେ । ସେଠାରେ ଉଭୟ ବାପା ଓ ପୁଅଙ୍କୁ ନିସ୍ତୁକ ମାଡ଼ ମାରି ଏକ ଗଛରେ ବାନ୍ଧି ଦେଇଥିଲେ । କୌଣସି ମତେ ପୁଅ ଗଣେଶ କଟୁଆଳ ଖସି ପଳାଇ ଯିବାରେ ସକ୍ଷମ ହୋଇଥିଲା । ହେଲେ କର୍ଣ୍ଣ କଟୁଆଳକୁ ସେଠାରେ ଅଭିଯୁକ୍ତମାନେ ନିସ୍ତୁକ ମାଡ଼ ମାରିବା ସହ ଗୁପ୍ତାଙ୍ଗ କାଟି ଦେଇଥିଲେ । ପରେ କର୍ଣ୍ଣର ମୁଣ୍ଡ କାଟି ବେତନଟୀ ଥାନା ଅଧୀନସ୍ଥ ଏକ ଜଙ୍ଗଲ ଭିତରେ ଫୋପାଡି ଦେଇଥିଲେ ।

ସେପଟେ ଗଣେଶ କଟୁଆଳ ବାପାଙ୍କୁ ନପାଇ ମୋରୋଡା ଥାନା ଅନ୍ତର୍ଗତ ଚିତ୍ରଡା ଫାଣ୍ଡିରେ ବାପାଙ୍କୁ ଅପହରଣ କରି ହତ୍ୟା ଉଦ୍ୟମ କରାଯାଇଥିବା ନେଇ ଏକ ଲିଖିତ ଅଭିଯୋଗ କରିଥିଲେ । ଘଟଣାର ଦୁଇ ଦିନ ପରେ ବେତନଟୀ ଥାନା ଅଧୀନସ୍ଥ ଜଙ୍ଗଲ ମଧ୍ୟରୁ ଏକ ମୁଣ୍ଡ ବିହୀନ ଗଳିତ ମୃତଦେହ ଉଦ୍ଧାର କରାଯାଇଥିଲା । ସେହି ସମୟରେ ପୋଲିସ ସହିତ ସାଇଣ୍ଟିଫିକ ଟିମ୍ ମଧ୍ୟ ତଦନ୍ତ କରୁଥିଲେ । ଡିଏନଏ ଟେଷ୍ଟ ରିପୋର୍ଟରେ ଗଳିତ ମୃତଦେହଟି କର୍ଣ୍ଣ କଟୁଆଳର ବୋଲି ଜଣାପଡିଥିଲା ।

ମୋରୋଡା ଥାନା ପୋଲିସ ଗଣେଶର ଅଭିଯୋଗ ଅନୁଯାୟୀ ତଦନ୍ତ କରି ବେତନଟୀ ଥାନା ଅନ୍ତର୍ଗତ ଚୁଆଶୋଳ ଗ୍ରାମର ସମସ୍ତ ଚାରି ଅଭିଯୁକ୍ତଙ୍କୁ ଗିରଫ କରିବାରେ ସଫଳ ହୋଇଥିଲେ । ଏହି ଘଟଣାରେ ସମସ୍ତ ଅଭିଯୁକ୍ତ ପୋଲିସ ନିକଟରେ ନିଜର ଦୋଷ ସ୍ବୀକାର କରିଥିଲେ । ପରେ ସେମାନଙ୍କ ଡାକ୍ତରୀ ପରୀକ୍ଷା ପରେ ବାରିପଦା କୋର୍ଟ ଚାଲାଣ କରିଥିଲା ମୋରୋଡା ଥାନା ପୋଲିସ ।

ଇଟିଭି ଭାରତ, ରାଇରଙ୍ଗପୁର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.