ETV Bharat / state

ଅଧ୍ୟାପିକା ଆତ୍ମହତ୍ୟା ଘଟଣା: ହତ୍ୟା ଅଭିଯୋଗ ଆଣିଲେ ବାପା

ଅଧ୍ୟାପିକାଙ୍କ ଆତ୍ମହତ୍ୟା ମାମଲାରେ ନୂଆ ମୋଡ଼। ଭାଉଜଙ୍କ ଶଇତାନ ଭାଇ ଦ୍ବାରା ଦୁଷ୍କର୍ମର ଶିକାର ପରେ ଅଧ୍ୟାପିକା ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଥିଲା। କିନ୍ତୁ ବର୍ତ୍ତମାନ ଅଧ୍ୟାପିକାଙ୍କ ବାପା ଏହାକୁ ହତ୍ୟା କହିଛନ୍ତି ।

author img

By

Published : Dec 1, 2019, 3:23 PM IST

lecture sucide
ଫଟୋ ସୌଜନ୍ୟ:ପ୍ରତିନିଧି, ରାଇରଙ୍ଗପୁର

ରାଇରଙ୍ଗପୁର: ଅଧ୍ୟାପିକାଙ୍କ ଆତ୍ମହତ୍ୟା ମାମଲାରେ ନୂଆ ମୋଡ଼। ଭାଉଜଙ୍କ ଶଇତାନ ଭାଇ ଦ୍ବାରା ଦୁଷ୍କର୍ମର ଶିକାର ପରେ ଅଧ୍ୟାପିକା ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଥିଲା। କିନ୍ତୁ ବର୍ତ୍ତମାନ ଅଧ୍ୟାପିକାଙ୍କ ବାପା ଏହାକୁ ହତ୍ୟା କହିଛନ୍ତି ।

ତେବେ ପ୍ରକାଶ ଥାଉକି ଅଧ୍ୟାପିକାଙ୍କ ଲିଖିତ ଅଭିଯୋଗ ମୁତାବକ, ଗତ ଅକ୍ଟୋବର ୩୦ ତାରିଖରେ ତାଙ୍କ କକା ପୁଅଙ୍କ ସ୍ତ୍ରୀ ମିନ୍ମୟୀ ସାହୁ (ଭାଉଜ )ଫୋନ ଯୋଗେ ତାଙ୍କୁ କେନ୍ଦୁଝରକୁ ବୁଲିବାକୁ ଡାକିଥିଲେ । ଭାଉଜଙ୍କ କଥାକୁ କାଟିନପାରି ସେ ବସରେ କେନ୍ଦୁଝର ଯାଇ ଭାଉଜଙ୍କ ଘରେ ରହିଥିଲେ ଏବଂ ରାତିରେ ଏକା ଶୋଇଥିବା ଅବସ୍ଥାରେ ଭାଉଜଙ୍କ ଭାଇ ସୌମ୍ୟରଂଜନ ସାହୁ ତାଙ୍କ ସହ ଦୁଷ୍କର୍ମ କରିଥିଲେ । ଏହାପରେ କାହାକୁ କିଛି ନକହିବାକୁ ଧମକ ମଧ୍ୟ ଦେଇଥିଲେ ।

ଭିଡିଓ ସୌଜନ୍ୟ:ପ୍ରତିନିଧି, ରାଇରଙ୍ଗପୁର

ଯାହାକୁ ନେଇ ଝାରପୋଖରିଆ ଥାନାରେ ଏକ ମାମଲା ରୁଜୁ କରି ଅଧ୍ୟାପିକାଙ୍କୁ ଡାକ୍ତରୀମାଇନା ପାଇଁ PRM ମେଡିକାଲ କଲେଜକୁ ପଠାଯିବା ସହିତ ମାଜିଷ୍ଟ୍ରେଟଙ୍କଠାରେ ତାଙ୍କ ବୟାନ ରେକର୍ଡ କରାଯାଇଥିଲା। କିନ୍ତୁ ଝାରପୋଖରିଆ ପୋଲିସ ଅଭିଯୁକ୍ତକୁ ଆଜି ପର୍ଯ୍ୟନ୍ତ ଗିରଫ କରି ନଥିବା ଜଣାପଡିଛି।

ଅନୁମାନ କରାଯାଉଛି ଯେ ଏପରି କାଣ୍ଡ ପରେ ନିଜର ମାନସିକ ଭାରସାମ୍ୟ ହରାଇ ଅଧ୍ୟାପିକା ଜଣକ ଏପରି କରିଥାଇ ପାରନ୍ତି। ସେପଟେ ମୃତ ଅଧ୍ୟାପିକାଙ୍କ ବାପା ଝିଅକୁ ହତ୍ୟା କରାଯାଇଥିବା ନେଇ ଅଭିଯୋଗ କରିଛନ୍ତି। ଅନ୍ୟପଟେ ମୃତ ଅଧ୍ୟାପିକାଙ୍କ କକା ତାଙ୍କ ଝିଆରୀର ସୁଇସାଇଡ ନୋଟ୍ ପୋଲିସ ଦେଖାଉ ନଥିବା ଅଭିଯୋଗ ଆଣିଛନ୍ତି ।

ବିଶେଷ ସୂଚନା ଅନୁଯାୟୀ, ଅଧ୍ୟାପିକାଙ୍କ ଆତ୍ମହତ୍ୟା ପରେ ମୟୂରଭଞ୍ଜ ଏସପି ପରମାର ସ୍ମିଥ ପୁରୁଷୋତ୍ତମ ଦାସ ତଦନ୍ତ ଅଧିକାରୀ ପ୍ରଶାନ୍ତ ସ୍ବାଇଁଙ୍କୁ ନିଲମ୍ବନ କରିଥିବା ବେଳେ ଝାରପୋଖରିଆ ଥାନା ଅଧିକାରୀ ଶରତ ମହାଳିକଙ୍କୁ ବାରିପଦା ହେଡ ଅଫିସକୁ ବଦଳି କରାଇଛନ୍ତି । ଏଥିସହ ତିରିଂ ଥାନା ଆଇଆଇସି ସୁଦର୍ଶନ ଗାଙ୍ଗଇଙ୍କୁ ଝାରପୋଖରିଆ ଥାନାଧିକାରୀ ଭାବେ ରବିବାର ସକାଳ ୬ଟାରେ ନିଯୁକ୍ତ କରାଯାଇଥିବା ଜଣାପଡିଛି । ତେବେ ଦେଖିବା ପାଇଁ ବାକି ରହିଲା ବର୍ତ୍ତମାନ ଏହି ଘଟଣା କେଉଁ ମୋଡ ନେଉଛି ।

ପ୍ରକାଶ ଥାଉକି, ରବିବାର ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ଟାଉନ ଥାନା ଅଧିନ ରାଇରଙ୍ଗପୁର ମହାବିଦ୍ୟାଳୟ ଛାତ୍ରୀ ନିବାସରୁ କଣ୍ଟ୍ରାକ୍ଟଚୁଆଲ ଫିଜିକ୍ସ ଅଧ୍ୟାପିକା ରୁକ୍ମଣୀ ମଣ୍ଡଳ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି ।

ରାଇରଙ୍ଗପୁରରୁ ସଞ୍ଜୟ ପରିଡ଼ା, ଇଟିଭି ଭାରତ

Intro:ରାଇରଙ୍ଗପୁର : ଅଧ୍ୟାପିକା ଙ୍କ ଆତ୍ମହତ୍ୟା ମାମଲା ର ନୁଆ ମୋଡ଼। ଭାଉଜଙ୍କ ଶଇତାନ ଭାଇ ଦ୍ୱାରା ବଳାତ୍କାରର ଶିକାର ପରେ ଆତ୍ମହତ୍ୟା କଲେ ନଣନ୍ଦ ବୋଲି ସନ୍ଦେହ କରାଯାଉଥିବା ବେଳେ ଅଧ୍ୟାପିକା ଙ୍କ ବାପା ଆଣିଲେ ହତ୍ୟା ଅଭିଯୋଗ ।
ଗତକାଲି ରାତିରେ ଛାତ୍ରୀ ନିବାସ ରୁ ଅଧ୍ୟାପିକା ଙ୍କ ଝୁଲନ୍ତା ମୃତ ଦେହ ମୟୁରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ଟାଉନଥାନା ଅଧିନ ରାଇରଙ୍ଗପୁର ମହାବିଦ୍ୟାଳୟ ର ଛାତ୍ରୀ ନିବାସ ରୁ ଉଦ୍ଧାର ହୋଇଥିଲା। ମୃତ ଅଧ୍ୟାପିକା ଜଣକ ହେଲେ ରାଇରଙ୍ଗପୁର ମହାବିଦ୍ୟାଳୟ ର କଣ୍ଟ୍ରାକଚୁଆଲ ଫିଜିକ୍ସ ଅଧ୍ୟାପିକା ରୁକ୍ମଣୀ ମଣ୍ଡଳ। ସୂଚନା ଅନୁଯାୟୀ ଆଜି ରାତି ପ୍ରାୟ ସାଢେ଼ ଆଠଟା ସମୟରେ ରାଇରଙ୍ଗପୁର ମହାବିଦ୍ୟାଳୟ ପରିସରରେ ଥିବା ଛାତ୍ରୀ ନିବାସର ରୁମ ନଂ ୮ ରେ ରୁକ୍ମଣୀ ମଣ୍ଡଳ ଭିତର ପଟୁ କବାଟ ବନ୍ଦ କରିଦେଇ ଥିବାବେଳେ ରାତ୍ରୀ ଭୋଜନ ପାଇଁ ଛାତ୍ରୀ ନିବାସ ର ମେଟ୍ରୋନ ତାଙ୍କୁ ଖାଇବା ପାଇଁ ଡାକିଥିଲେ। କବାଟ ନ ଖୋଲିବାରୁ ଏବଂ ଭିତର ପଟୁ କୌଣସି ଶବ୍ଦ ନ ଆସିବାରୁ ମେଟ୍ରୋନ ଓ କିଛି ଛାତ୍ରୀ ମାନେ ମିଶି କବାଟ ଟିକୁ ଧକ୍କା ଦେଇ ଖୋଲିଥିଲେ। ସେତେବେଳକୁ ଅଧ୍ୟାପିକା ରୁକ୍ମଣୀ ମଣ୍ଡଳ ବେକରେ ପ୍ଲାଷ୍ଟିକ ରସି ସାହାଯ୍ୟରେ ଝୁଲୁଥିବା ଦେଖି ତୁରନ୍ତ କଲେଜ କର୍ତୃପକ୍ଷ ଙ୍କୁ ସୂଚନା ଦେଇଥିଲେ। କଲେଜ କର୍ତୃପକ୍ଷ ଏନେଇ ରାଇରଙ୍ଗପୁର ଟାଉନ ପୋଲିସ କୁ ଖବର ଦେବାରୁ ଘଟଣାସ୍ଥଳରେ ରାଇରଙ୍ଗପୁର ଟାଉନ ଥାନା ଅଧିକାରୀ ଓ ଏସଡିପିଅ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିବା ସହିତ ମୃତ ଦେହ କୁ ଉଦ୍ଧାର କରି ଆଜି ବାରିପଦାରୁ ସାଇଣ୍ଟିଫିକ ଟିମ ଆସିବା ପରେ ଘଟଣାର ଛାନଭିନ ଆରମ୍ଭ କରିଛି। ତଦନ୍ତ ପରେ ଶବ ବ୍ୟବଚ୍ଛେଦ ପାଇଁ ରାଇରଙ୍ଗପୁର ଡାକ୍ତରଖାନା ପଠାଯିବ ବୋଲି ସୂଚନା ମିଳିଛି।

ତେବେ ପ୍ରକାଶ ଥାଉକି ଅଧ୍ୟାପିକାଙ୍କ ଲିଖିତ ଅଭିଯୋଗ ମୁତାବକ ଗତ ୩୦ ତାରିଖରେ ତାଙ୍କ କକା ପୁଅଙ୍କ ସ୍ତ୍ରୀ ମିନ୍ମୟୀ ସାହୁ (ଭାଉଜ )ଫୋନ ଯୋଗେ କେନ୍ଦୁଝରକୁ ବୁଲିବାକୁ ଡାକିଥିଲେ ,ଭାଉଜଙ୍କ କଥାକୁ କାଟିନପାରି ବସରେ କେନ୍ଦୁଝର ଯାଇ ଭାଉଜଙ୍କ ଘରେ ରହିଥିଲେ ଏବଂ ରାତିରେ ଏକା ଶୋଇଥିବା ଅବସ୍ଥାରେ ଭାଉଜଙ୍କ ଭାଇ ସୌମ୍ୟରଂଜନ ସାହୁ ବଳାତ୍କାର କରିଥିଲେ ଏବଂ କାହାକୁ କିଛି ନକହିବାକୁ ଧମକ ମଧ୍ୟ ଦେଇଥିଲେ । ଯାହାକୁ ନେଇ ଝାରପୋଖରିଆ ଥାନାରେ ୧୨୫/୧୯ରେ ମାମଲା ରୁଜୁକରି ଅଧ୍ୟାପିକାଙ୍କୁ ଡାକ୍ତରୀମଇନା ପାଇଁ PRM ମେଡିକଲ କଲେଜକୁ ପଠାଯିବା ସହିତ ମାଜିଷ୍ଟ୍ରେଟଙ୍କ ଠାରେ ଝିଅଙ୍କ ବୟାନ ରେକର୍ଡ କରାଯାଇଥିଲା। କିନ୍ତୁ ଝାରପୋଖରିଆ ପୋଲିସ ଅଭିଯୁକ୍ତ କୁ ଆଜି ପର୍ଯ୍ୟନ୍ତ ଗିରଫ କରି ନ ଥିବା ଜଣାପଡିଛି। ଅନୁମାନ କରାଯାଉଛି ଯେ ଏପରି କାଣ୍ଡ ପରେ ନିଜର ମାନସିକ ଭାରସାମ୍ୟ ହରାଇ ଅଧ୍ୟାପିକା ଜଣକ ଏପରି କରିଥାଇ ପାରନ୍ତି ବୋଲି ସନ୍ଦେହ କରାଯାଉଛି । ସେପଟେ ଅଧ୍ୟାପିକାଙ୍କ ବାପା ଝିଅ କୁ ମାରିଦେଇଥିବା ନେଇ ଅଭିଯୋଗ କରିଛନ୍ତି। ଅନ୍ୟପଟେ ଅଧ୍ୟାପିକା ଙ୍କ କକା ତାଙ୍କ ଝିଆରୀ ର ସୁଇସାଇଡ ନୋଟ ପୋଲିସ ଦେଖାଉ ନଥିବା ଅଭିଯୋଗ କରିଛନ୍ତି।
ବିଶେଷ ସୂଚନା ଅନୁଯାୟୀ ଅଧ୍ୟାପିକାଙ୍କ ଆତ୍ମହତ୍ୟା ପରେ ମୟୁରଭଞ୍ଜ ଏସପି ପରମାର ସ୍ମିଥ ପୁରୁଷୋତ୍ତମ ଦାସ୍ ତଦନ୍ତ ଅଧିକାରୀ ପ୍ରଶାନ୍ତ ସ୍ୱାଇଁଙ୍କୁ ନିଲମ୍ବନ କରିଥିବା ବେଳେ ଝାରପୋଖରିଆ ଥାନାଧିକାରୀ ଶରତ ମହାଳିକ ଙ୍କୁ ବାରିପଦା ହେଡ ଅଫିସକୁ ବଦଳି କରାଯାଇଥିବା ବେଳେ ତିରିଂ ଥାନା ଆଇଆଇସି ସୁଦର୍ଶନ ଗାଙ୍ଗଇଙ୍କୁ ଝାରପୋଖରିଆ ଥାନାଧିକାରୀ ଭାବେ ଆଜି ସକାଳ ୬ଟାରେ ନିଯୁକ୍ତ କରା ଯାଇଥିବା ଜଣାପଡିଛି ।ତେବେ ଦେଖିବା ପାଇଁ ବାକି ରହିଲା ବର୍ତ୍ତମାନ ତଦନ୍ତ କେଉଁ ବାଟକୁ ଯାଉଛି ।Body:XConclusion:X
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.