ETV Bharat / state

ଶହୀଦ ନନ୍ଦୁରାମଙ୍କ ପରିବାରକୁ ଭେଟିଲେ ବିରୋଧିଦଳ ନେତା

author img

By

Published : Jul 4, 2020, 4:59 AM IST

ଶହୀଦ ନନ୍ଦୁରାମ ସୋରେନଙ୍କ ପରିବାରକୁ ଭେଟିଲେ ବିରୋଧୀ ଦଳ ନେତା ତଥା ଭବାନୀପାଟଣା ବିଧାୟକ ପ୍ରଦୀପ୍ତ ନାୟକ। ଶହୀଦ ନନ୍ଦୁରାମ ସୋରେନଙ୍କ ପରିବାରକୁ ଗଭୀର ସମବେଦନା ଜଣାଇବା ସହ ଆର୍ଥିକ ସହାୟତା ପ୍ରଦାନ କରିଛନ୍ତି ।

ଶହୀଦ ନନ୍ଦୁରାମଙ୍କ ପରିବାରକୁ ଭେଟିଲେ ବିରୋଧିଦଳ ନେତା
ଶହୀଦ ନନ୍ଦୁରାମଙ୍କ ପରିବାରକୁ ଭେଟିଲେ ବିରୋଧିଦଳ ନେତା

ରାଇରଙ୍ଗପୁର: ଶହୀଦ ନନ୍ଦୁରାମ ସୋରେନଙ୍କ ପରିବାରକୁ ଭେଟିଲେ ବିରୋଧୀ ଦଳ ନେତା ତଥା ଭବାନୀପାଟଣା ବିଧାୟକ ପ୍ରଦୀପ୍ତ ନାୟକ। ଶହୀଦ ନନ୍ଦୁରାମ ସୋରେନଙ୍କ ପରିବାରକୁ ଗଭୀର ସମବେଦନା ଜଣାଇବା ସହ ଆର୍ଥିକ ସହାୟତା ପ୍ରଦାନ କରିଛନ୍ତି ।

ଶହୀଦଙ୍କ ପୈତୃକ ଗ୍ରାମ ବଡ଼ଚମ୍ପାଉଦା ଯିବା ରାସ୍ତାର ଅସନବଣୀ ଛକଠାରେ ଓ ଶେଷକୃତ୍ୟ ସମ୍ପନ୍ନ ସ୍ଥାନରେ ତାଙ୍କର ଏକ ପ୍ରତିମୂର୍ତ୍ତି ସ୍ଥାପନ କରାଯିବା ସହ ଅସନବଣୀରୁ ବଡଚମ୍ପାଉଦା ରାସ୍ତାକୁ ଶହୀଦ ନନ୍ଦୁରାମ ମାର୍ଗ ନାଁରେ ନାମିତ କରାଯିବା ପାଇଁ ଏକ ପ୍ରସ୍ତାବ ଆଗତ କରିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ।

ଅନ୍ୟପକ୍ଷରେ ତାଙ୍କ ପୈତୃକ ଗ୍ରାମ ପଡିଆରେ ପ୍ରତ୍ୟେକ ବର୍ଷ ଜୁନ ମାସ ୧୬ ତାରିଖରେ ଶହୀଦ ନନ୍ଦୁରାମ ମେମୋରିଆଲ ଫୁଟବଲ ଟୁର୍ଣ୍ଣାମେଣ୍ଟ ଆୟୋଜନ କରାଯିବ ବୋଲି ସୂଚନା ଦେଇଥିଲେ। ଏହି ଅବସରରେ ବିରୋଧୀ ଦଳ ନେତା ପ୍ରଦୀପ୍ତ ନାଏକଙ୍କ ସହ ସାରସକଣା ବିଧାୟକ ବୁଢାନ ମୁର୍ମୁ, କେନ୍ଦୁଝର ବିଧାୟକ ତଥା ବିରୋଧୀ ଦଳର ମୁଖ୍ୟ ସଚେତକ ମୋହନ ମାଝି, ରାଜ୍ୟ ସମ୍ପାଦକ ନବୀନ ରାମ ଓ ସାରସକଣା ବିଧାୟକ ପ୍ରତିନିଧି ସରୋଜ ମହାନ୍ତ ପ୍ରମୁଖ ଉପସ୍ଥିତ ଥିଲେ।

ରାଇରଙ୍ଗପୁରରୁ ସଞ୍ଜୟ କୁମାର ପରିଡା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.