ETV Bharat / state

ମାନସିକ ନିର୍ଯ୍ୟାତନା ଦେଉଥିଲେ କଲେଜ ଅଧ୍ୟକ୍ଷ, ଥାନାର ଦ୍ବାରସ୍ଥ ହେଲେ ଅଧ୍ୟାପିକା - ଏମପିସି କଲେଜ ପ୍ରିନ୍ସପାଲ

FIR Against MPC Junior College Principal: କଲେଜ ପ୍ରିନ୍ସପାଲଙ୍କ ନାଁରେ ସାଂଘାତିକ ଅଭିଯୋଗ । ମାନସିକ ନିର୍ଯ୍ୟାତନା ଓ ଧମକ ଚମକ ଦେଉଥିବାର ଅଭିଯୋଗ ଆଣିଲେ କଲେଜ ଅଧ୍ୟାପିକା । ଅଧିକ ପଢ଼ନ୍ତୁ

MPC Junior College Principal
MPC Junior College Principal
author img

By ETV Bharat Odisha Team

Published : Dec 27, 2023, 9:46 PM IST

MPC Junior College Principal

ରାଇରଙ୍ଗପୁର: କଲେଜ ପ୍ରିନ୍ସପାଲଙ୍କ ନାଁରେ ସାଂଘାତିକ ଅଭିଯୋଗ । ବିଳମ୍ବିତ ରାତିରେ ଅଧ୍ୟାପିକାମାନଙ୍କୁ କରୁଥିଲେ ମେସେଜ । ମାନସିକ ନିର୍ଯ୍ୟାତନା ଓ ଧମକ ଚମକ ଦେଉଥିବାର ଅଭିଯୋଗ ଆଣିଲେ କଲେଜ ଅଧ୍ୟାପିକା । ଏପରି କିଛି ଅଭାବନୀୟ ଘଟଣା ମୟୂରଭଞ୍ଜ ଜିଲ୍ଲାର ସଦରମହକୁମା ବାରିପଦାରୁ ସାମ୍ନାକୁ ଆସିଛି । ବାରିପଦା ସହର ସ୍ଥିତ ଏମପିସି ଜୁନିଅର କଲେଜର ଅଧ୍ୟାପିକାମାନେ ଉକ୍ତ କଲେଜର ଅଧ୍ୟକ୍ଷ ଶୁଭଙ୍କର ସାହୁଙ୍କ ନାଁରେ ବାରିପଦା ଟାଉନ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ।

ଅଧ୍ୟାପିକାମାନଙ୍କ ଅଭିଯୋଗ ଅନୁଯାୟୀ, ଦୀର୍ଘ ଦିନ ଧରି ଅଧ୍ୟାପିକାମାନେ ବାରିପଦା ସହର ସ୍ଥିତ ଏମପିସି ଜୁନିଅର କଲେଜରେ ଶିକ୍ଷାଦାନ କରି ଆସୁଛନ୍ତି । ଉକ୍ତ ଅଧ୍ୟାପିକାମାନଙ୍କୁ କଲେଜର ଅଧ୍ୟକ୍ଷ ଶୁଭଙ୍କର ସାହୁ ମାନସିକ ନିର୍ଯ୍ୟାତନା ଦେଉଛନ୍ତି । ସେମାନଙ୍କୁ ଦୁର୍ବ୍ୟବହାର କରୁଥିବା ସହ ଅଧ୍ୟକ୍ଷଙ୍କ କଥା ନମାନିଲେ ଖରାପ ବ୍ୟବହାର କରିବା ସହିତ ବିଳମ୍ବିତ ରାତିରେ କଲେଜ ଅଧ୍ୟକ୍ଷ ଫୋନ ଯୋଗେ ଅଧ୍ୟାପିକା ମାନଙ୍କୁ ମେସେଜ କରୁଛନ୍ତି । ଅଧ୍ୟାପିକାମାନଙ୍କୁ ବିନା କାରଣରେ ଅଫିସ ଚ୍ୟାମ୍ବରରେ ବସିବାକୁ ବାଧ୍ୟ କରିଥାନ୍ତି ଏବଂ ସଠିକ ପାଠ ଜାଣିନଥିବା ବେଳେ କିପରି ଅଧ୍ୟାପିକାମାନେ ଚାକିରୀ ପାଇଛନ୍ତି ବୋଲି ପ୍ରଶ୍ନ କରନ୍ତି ଅଧ୍ୟକ୍ଷ । ଏପରି କି ଜାତିଆଣରେ ଆକ୍ଷେପ କରି ଅଧ୍ୟାପିକାମାନଙ୍କୁ ଗାଳିଗୁଲଜ କରିବା ଓ କ୍ୟାରିଅର ନଷ୍ଟ କରିଦେବାର ଧମକ ଦେଉଥିବାର ଅଧ୍ୟାପିକାମାନେ ଅଭିଯୋଗ କରିଛନ୍ତି । ତେବେ ବହୁ ପୂର୍ବରୁ ଏହିପରି ହଇରାଣ ହରକତ କରୁଥିବାର ଅଭିଯୋଗ କରିଛନ୍ତି ଅଧ୍ୟାପିକା ।

ସେପଟେ ମହାମାରୀ କୋରୋନା ସମୟରେ କଲେଜକୁ ଆସିବା ପାଇଁ ଅଧ୍ୟକ୍ଷ ବାଧ୍ୟ କରୁଥିବା ଓ ଅଧ୍ୟାପିକାମାନଙ୍କୁ ବିଭିନ୍ନ ଆଳରେ ହଇରାଣ କରିବା, ବିଳମ୍ବିତ ରାତ୍ରିରେ ଆପତ୍ତିଜନକ ମେସେଜ ପଠାଇ ମାନସିକ ନିର୍ଯ୍ୟାତନା ଦେବା ଏବଂ ଜାତିଆଣ ଆକ୍ଷେପ କରି ଗାଳି ଦେବା ଭଳି ସଂଗୀନ ଅଭିଯୋଗ କରିଛନ୍ତି ଅଧ୍ୟାପିକା । ଅଧ୍ୟାପିକା ସ୍ମୃତିରେଖା ଗିରି ଓ ଅନ୍ୟ ଅଧ୍ୟାପିକାମାନେ ଏଭଳି କିଛି ଅଭିଯୋଗ କରି ବାରିପଦା ଟାଉନ ଥାନାର ଦ୍ୱାରସ୍ଥ ହୋଇଛନ୍ତି । କଲେଜ ଅଧ୍ୟକ୍ଷ ଦୀର୍ଘ ଦିନ ଧରି ଏହିପରି ବ୍ୟବହାର କରି ଆସୁଥିବା ବେଳେ ଅଧ୍ୟାପିକାମାନେ ଏସମ୍ପର୍କରେ ଉଚ୍ଚପଦସ୍ଥ ବିଭାଗୀୟ ଅଧିକାରୀଙ୍କୁ ଜଣାଇଥିଲେ । ହେଲେ ଫଳ ଶୂନ୍ୟ ରହିଥିଲା । ତେବେ ବିଭାଗୀୟ ଅଧିକାରୀମାନେ ଏଥିପ୍ରତି କର୍ଣ୍ଣପାତ ନକରିବାରୁ ଶେଷରେ ବାଧ୍ୟ ହୋଇ ଅଧ୍ୟାପିକାମାନେ ଥାନାର ଦ୍ୱାରସ୍ଥ ହୋଇଥିଲେ । ଏହା ସହିତ କଲେଜ ଅଧ୍ୟକ୍ଷଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ମଧ୍ୟ ଦାବି କରାଯାଇଛି ।

ଏହା ମଧ୍ୟ ପଢ଼ନ୍ତୁ......ଛାତ୍ରୀଙ୍କୁ ଅସଦାଚରଣ ଅଭିଯୋଗରେ ଛେଚା ଖାଇଲେ ଶିକ୍ଷକ

ତେବେ ଏହି ଘଟଣାକୁ ନେଇ ବାରିପଦା ଟାଉନ ଥାନାରେ କେଶ ନମ୍ବର ୭୯୨/୨୩ରେ ଏକ ମାମଲା ରୁଜୁ କରି ପୋଲିସ ତଦନ୍ତ ଜାରି ରଖିଛି । ସେପଟେ ଅଧ୍ୟାପିକାମାନଙ୍କର ଏହି ଅଭିଯୋଗକୁ କଲେଜ ଅଧ୍ୟକ୍ଷ ଶୁଭଙ୍କର ସାହୁ ଖଣ୍ଡନ କରି ଏହା ସମ୍ପୂର୍ଣ୍ଣ ମିଥ୍ୟା ବୋଲି କହିଛନ୍ତି । ପୂର୍ବରୁ ଏହିପରି କୌଣସି ଅଭିଯୋଗ ଉକ୍ତ କଲେଜର ଅଧ୍ୟାପିକାମାନେ କରି ନଥିବା ବେଳେ ଏହି ଅଭିଯୋଗ ସମ୍ପୂର୍ଣ୍ଣ ଭିତ୍ତିହୀନ ବୋଲି କହିଛନ୍ତି କଲେଜର ଅଧ୍ୟକ୍ଷ । ଅନ୍ୟପଟେ ବାରିପଦା ଟାଉନ ଥାନା ପୋଲିସ ଉକ୍ତ ମାମଲାକୁ ଗୁରୁତର ସହ ଗ୍ରହଣ କରିଛି । ତଦନ୍ତ ପରେ ଯଦି ପ୍ରମାଣ ମିଳେ ତେବେ କଲେଜ ଅଧ୍ୟକ୍ଷଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ବାରିପଦା ଟାଉନ ଥାନା ପୋଲିସ ସୂଚନା ଦେଇଛି ।

ଇଟିଭି ଭାରତ, ମୟୂରଭଞ୍ଜ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.