ବାରିପଦା: ନିଜ ଜାତି ପାଇଁ ହକ ଦାବିରେ କୁଡୁମୀ ସେନାର ଦିଲ୍ଲୀ ଯାତ୍ରା । କୁଡୁମୀ ସମ୍ପ୍ରଦାୟର ଲୋକମାନଙ୍କୁ ଆଦିବାସୀ ତାଲିକା ଭୁକ୍ତ କରିବା ଦାବିରେ ଶନିବାର କୁଡୁମୀ ସେନା କର୍ମକର୍ତ୍ତାମାନେ ବାରିପଦା ମା ଅମ୍ବିକା ମନ୍ଦିରରୁ ଦିଲ୍ଲୀ ଯାତ୍ରା କରିଛନ୍ତି । ପୂର୍ବରୁ କୁଡୁମୀ ସମ୍ପ୍ରଦାୟର ଲୋକେ ଆଦିବାସୀ ତାଲିକା ଭୁକ୍ତ ଥିଲେ ।
୧୯୫୦ ମସିହା ସେପ୍ଟେମ୍ବର ୬ ତାରିଖରୁ କୁଡୁମୀ ମାନଙ୍କୁ ସରକାର ଆଦିବାସୀ ତାଲିକାରୁ ବାଦ ଦେଇଥିଲେ। ସେପ୍ଟେମ୍ବର ୬ ତାରିଖକୁ କୁଡୁମୀ ମାନେ କଳା ଦିବସ ଭାବେ ପାଳନ କରିବେ । ଆଉ ସେଥିପାଇଁ କୁଡୁମୀ ସେନାର ରାଜ୍ୟ ସଭାପତି ଜୟମୁନି ମହାନ୍ତଙ୍କ ନେତୃତ୍ୱରେ ଶନିବାର ଦିଲ୍ଲୀ ଯାତ୍ରା କରିଛନ୍ତି କୁଡୁମୀ ସେନାର ସଦସ୍ୟ ।
ଏକ ସ୍ୱତନ୍ତ୍ର ବସ ଯୋଗେ ଦିଲ୍ଲୀରେ ପହଞ୍ଚି ଯନ୍ତରମନ୍ତର ଠାରେ ସେପ୍ଟେମ୍ବର ୬ ତାରିଖ ଦିନ କଳା ବ୍ୟାଚ ପିନ୍ଧି ପ୍ରତିବାଦ କରିବେ । ଏହା ସହ କଳା ଦିବସ ପାଳନ କରିବେ କୁଡୁମୀ ସମ୍ପ୍ରଦାୟର ଲୋକେ।
ମୟୂରଭଞ୍ଜରୁ ମୃତ୍ୟୁଞ୍ଜୟ ସେନାପତି ,ଇଟିଭି ଭାରତ