ETV Bharat / state

ଆଦିବାସୀ ମାନ୍ୟତା ଦାବି, କଳା ଦିବସ ପାଳିବ କୁଡୁମୀ ସେନା

କେନ୍ଦ୍ର ସରକାର କୁଡୁମୀ ଜାତିକୁ ଆଦିବାସୀ ତାଲିକାରୁ ବାଦ ଦେଇଥିବା ପ୍ରତିବାଦରେ କଳା ଦିବସ ପାଳନ ହେବ । ଏନେଇ ମୟୂରଭଞ୍ଜ ଜିଲ୍ଲାର ରାଇରଙ୍ଗପୁରରେ କୁଡୁମୀ ସେନା ପକ୍ଷରୁ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଅଧିକ ପଢନ୍ତୁ

author img

By ETV Bharat Odisha Team

Published : Sep 4, 2023, 8:05 AM IST

କଳା ଦିବସ ପାଳନ କରିବ କୁଡୁମୀ ସେନା
କଳା ଦିବସ ପାଳନ କରିବ କୁଡୁମୀ ସେନା
କଳା ଦିବସ ପାଳନ କରିବ କୁଡୁମୀ ସେନା

ରାଇରଙ୍ଗପୁର: ଆସନ୍ତା ୬ ତାରିଖରେ କଳା ଦିବସ ପାଳନ କରିବ କୁଡୁମୀ ସେନା । କେନ୍ଦ୍ର ସରକାର କୁଡୁମୀ ଜାତିକୁ ଆଦିବାସୀ ତାଲିକାରୁ ବାଦ ଦେଇଥିବା ପ୍ରତିବାଦରେ କଳା ଦିବସ ପାଳନ କରାଯିବ । ଏନେଇ ମୟୂରଭଞ୍ଜ ଜିଲ୍ଲାର ରାଇରଙ୍ଗପୁର ସହରସ୍ଥିତ କୁଡୁମୀ ଭବନ ପରିସରରେ କୁଡୁମୀ ସେନା ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇ ଯାଇଛି । ସେହିପରି ଅନ୍ୟପଟେ ଆଦିବାସୀ ସେଙ୍ଗେଲ ଅଭିଯାନର ରାଷ୍ଟ୍ରୀୟ ସଭାପତି ସାଲଖାନ ମୁର୍ମୁ କୁଡୁମୀ ସମାଜ ପ୍ରତି ଦେଇଥିବା କଟୁ ମନ୍ତବ୍ୟକୁ କଡ଼ା ନିନ୍ଦା କରିଛି କୁଡୁମୀ ସେନା ।

ସୂଚନା ମୁତାବକ, ୧୯୫୦ ମସିହା ସେପ୍ଟେମ୍ବର ମାସ ୬ ତାରିଖ ଦିନ କେନ୍ଦ୍ର ସରକାରଙ୍କ ଦ୍ଵାରା କୌଣସି ସୂଚନା ଦିଆ ନଯାଇ ବିନା କାରଣରେ କୁଡୁମୀ ଜାତିକୁ ଏସଟି ତାଲିକାରୁ ବାଦ୍ ଦେଇଥିଲେ । କେନ୍ଦ୍ର ସରକାରଙ୍କ ଏହି ଅନ୍ୟାୟକୁ ପ୍ରତିବାଦ କରି ପ୍ରତ୍ୟେକ ବର୍ଷ ସେପ୍ଟେମ୍ବର ମାସ ୬ ତାରିଖକୁ କୁଡୁମୀ ସେନା କଳା ଦିବସ ଭାବେ ପାଳନ କରୁଛନ୍ତି । ସେହିପରି ଚଳିତ ମାସ ୬ ତାରିଖକୁ ମଧ୍ୟ କଳା ଦିବସ ଭାବେ ପାଳନ କରିବାକୁ ସାମ୍ବାଦିକ ସମ୍ମିଳନୀ ମାଧ୍ୟମରେ କହିଛି କୁଡୁମୀ ସେନା । ସେହିଦିନ କୁଡୁମୀ ଭବନରୁ ଏକ ବିଶାଳ ଶୋଭାଯାତ୍ରା ବାହାରି ରାଇରଙ୍ଗପୁର ଉପଜିଲ୍ଲାପାଳଙ୍କୁ ଏକ ପ୍ରମାଣପତ୍ର ଦିଆଯିବ ।

ଏହା ମଧ୍ୟ ପଢନ୍ତୁ- କୁଡ଼ମୀ ଜାତିକୁ ଆଦିବାସୀ ମାନ୍ୟତା ଦିଆଯାଉ: କୁଡୁମୀ ସେନା

ସେହିପରି ଏଥି ସହିତ ଓଡ଼ିଶାର ୯ଟି ଜିଲ୍ଲାରେ ଥିବା କୁଡୁମୀ ଲୋକଙ୍କୁ ନେଇ ଜିଲ୍ଲାପାଳଙ୍କ ଦ୍ୱାରା ଏକ ସର୍ଭେ ରିପୋର୍ଟ ରାଜ୍ୟ ସରକାରଙ୍କୁ ପ୍ରଦାନ କରାଯିବ ବୋଲି କହିଛନ୍ତି କୁଡୁମୀ ସେନାର ରାଜ୍ୟ ସଭାପତି ଦିବ୍ୟସିଂ ମହାନ୍ତ । ତେବେ ଚଳିତ ବର୍ଷ କୁଡୁମୀ ଜାତିକୁ ଏସଟି ତାଲିକାରେ ପୁନଃ ତାଲିକାଭୁକ୍ତ କରିବାର ସରକାର ବିଚାର ନ କଲେ ଆଗାମୀ ନିର୍ବାଚନରେ 'ନୋ ଏସଟି ନୋ ଭୋଟ' ଅଭିଯାନ ଆରମ୍ଭ କରାଯିବ । ନିର୍ବାଚନରେ କୌଣସି ନେତାଙ୍କୁ କୁଡୁମୀ ବସବାସ କରୁଥିବା ଗାଁରେ ପ୍ରବେଶ କରିବାକୁ ଦିଆଯିବ ନାହିଁ ବୋଲି ଚେତାବନୀ ଦେଇଛନ୍ତି କୁଡୁମୀ ସେନାର ରାଜ୍ୟ ସଭାପତି । ଶେଷରେ ଆଦିବାସୀ ସେଙ୍ଗେଲ ଅଭିଯାନର ରାଷ୍ଟ୍ରୀୟ ସଭାପତି ସାଲଖାନ ମୁର୍ମୁ ବାରିପଦାରେ କୁଡୁମୀ ସମାଜ ପ୍ରତି ଦେଇଥିବା କଟୁ ମନ୍ତବ୍ୟକୁ ନିନ୍ଦା କରିଛି କୁଡୁମୀ ସମାଜ । ଏଥି ନିମନ୍ତେ ଥାନାରେ ସାଲଖାନ ମୁର୍ମୁଙ୍କ ନାଁରେ ଏତଲା ଦିଆଯିବ ବୋଲି ନିଷ୍ପତ୍ତି ନେଇଛି କୁଡୁମୀ ସେନା ।

ଇଟିଭି ଭାରତ, ରାଇରଙ୍ଗପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.