ETV Bharat / state

6 ଘଣ୍ଟିଆ ମୟୁରଭଞ୍ଜ ବନ୍ଦ, କୁଡୁମୀ ଜାତିକୁ ଆଦିବାସୀ ବର୍ଗରେ ପୁନଃ ଅନ୍ତର୍ଭୁକ୍ତ କରିବା ପାଇଁ ଦାବି

କୁଡୁମୀ ଜାତିକୁ ଆଦିବାସୀ ବର୍ଗରେ ପୁନଃ ଅନ୍ତର୍ଭୁକ୍ତ କରିବା ପାଇଁ ୬ ଘଣ୍ଟିଆ ମୟୂରଭଞ୍ଜ ବନ୍ଦ ପାଳନ । ଅଧିକ ପଢନ୍ତୁ

author img

By

Published : Mar 21, 2023, 11:36 AM IST

Updated : Mar 21, 2023, 11:55 AM IST

6 ଘଣ୍ଟିଆ ମୟୁରଭଞ୍ଜ ବନ୍ଦ
6 ଘଣ୍ଟିଆ ମୟୁରଭଞ୍ଜ ବନ୍ଦ
6 ଘଣ୍ଟିଆ ମୟୁରଭଞ୍ଜ ବନ୍ଦ

ରାଇରଙ୍ଗପୁର : ଆଜି 6 ଘଣ୍ଟିଆ ମୟୁରଭଞ୍ଜ ବନ୍ଦ। କୁଡୁମୀ ଜାତିକୁ ଆଦିବାସୀ ବର୍ଗରେ ପୁନଃ ଅନ୍ତର୍ଭୁକ୍ତ କରିବା ପାଇଁ ବନ୍ଦ ପାଳନ କରାଯାଇଛି । ତେବେ କୁଡୁମୀ ସମ୍ପ୍ରଦାୟ ଲୋକଙ୍କ ତରଫରୁ ପୂର୍ବରୁ ମାର୍ଚ୍ଚ ୨୧ ତାରିଖ ବନ୍ଦ ପାଇଁ ଆହ୍ବାନ ଦିଆ ଯାଇଥିଲା ବେଳେ ଆଜି ସମଗ୍ର ମୟୂରଭଞ୍ଜ ଜିଲ୍ଲା ବନ୍ଦ ପାଳନ କରୁଛି। ସକାଳ ୬.୦୦ ଘଟିକାରୁ ବନ୍ଦ ପାଳନ ଆରମ୍ଭ କରା ଯାଇ ବେଳେ ଅପରାହ୍ନ ୧୨.୦୦ ପର୍ଯ୍ୟନ୍ତ ୬ ଘଣ୍ଟା ବନ୍ଦ ପାଳନ କରାଯିବ। କୁଡୁମୀ ସେନାର କାର୍ଯ୍ୟକର୍ତ୍ତା ମାନେ ବିଭିନ୍ନ ସ୍ଥାନରେ ପିକେଟିଂ କରି ବନ୍ଦ କରାଉ ଥିବା ବେଳେ କୁଡୁମୀ ମହିଳାମାନେ ମଧ୍ୟ ତାଙ୍କ ଦାବିକୁ ନେଇ ରାଜରାସ୍ତାକୁ ଓହ୍ଲାଇଛନ୍ତି ।

ତେବେ ମୟୂରଭଞ୍ଜ ଜିଲ୍ଲାର ସଦର ମହକୁମା ବାରିପଦା ସହିତ ରାଇରଙ୍ଗପୁର, କପ୍ତିପଦା, କରଞ୍ଜିଆରେ ମଧ୍ୟ କୁଡୁମୀ ସମ୍ପ୍ରଦାୟର ଲୋକେ ଏହି ହଡତାଲରେ ଯୋଗ ଦେଇଛନ୍ତି । ୧୮ ନଂ ଜାତୀୟ ରାଜପଥ ସହିତ ୪୯ନଂ ଜାତୀୟ ରାଜପଥ ଓ ୨୨୦ ନଂ ଜାତୀୟ ରାଜପଥକୁ ଅବରୋଧ କରିଛନ୍ତି କୁଡୁମୀ ସମ୍ପ୍ରଦାୟ । 6 ଘଣ୍ଟିଆ ବନ୍ଦ ଯୋଗୁଁ ଗାଡ଼ି ମଟର ଚଳାଚଳ ଠପ୍ ହୋଇଥିବା ବେଳେ ସାଧାରଣ ଲୋକେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଅନ୍ୟପଟେ କୁଡୁମୀମାନଙ୍କର ଏହି ହଡତାଲରେ ଜରୁରୀକାଳୀନ ସେବା ବ୍ୟତୀତ ସମସ୍ତ ସରକାରୀ ତଥା ବେସରକାରୀ କାର୍ଯ୍ୟାଳୟ, ସ୍କୁଲ, କଲେଜ, ଦୋକାନ ବଜାର ବନ୍ଦ ରହିଛି ।

ସେପଟେ ସକାଳୁ ଟାଟା ନଗର ରେଲୱେ ଷ୍ଟେସନରୁ ବାଦାମପାହାଡ ରେଲୱେ ଷ୍ଟେସନ ଅଭିମୁଖେ ଯାଉଥିବା ଟ୍ରେନ୍‌କୁ ରାଇରଙ୍ଗପୁର ରେଳ ଷ୍ଟେସନରେ ପାଖାପାଖି ଗୋଟିଏ ଘଣ୍ଟା ସମୟ ପର୍ଯ୍ୟନ୍ତ ଅଟକାଇ ରଖିଥିଲେ କୁଡୁମୀ ସେନା । ଏସବୁ ମଧ୍ୟରେ ରାଇରଙ୍ଗପୁର ରେଳ ଫାଟକ ନିକଟରେ ଗୋଟିଏ ମାରୁତି ଆଲ୍ଟୋ କାରକୁ ମଧ୍ୟ ଭଙ୍ଗାରୁଜା କରିବା ସହିତ କାର ଚାଳକକୁ ମାରପିଟ୍ କରିଥିବା ଖବର ହସ୍ତଗତ ହୋଇଛି ।

ଦୀର୍ଘ ୭୨ ବର୍ଷ ହେବ ୧୯୫୦ ମସିହାରେ କୁଡୁମୀ ସମ୍ପ୍ରଦାୟର ଲୋକ ମାନଙ୍କୁ ଅଣ ଆଦିବାସୀ ଭାବେ ଘୋଷଣା କରାଯାଇଥିଲା । ଆଦିବାସୀ ଭାବରେ ଯେଉଁ ସବୁ ସୁବିଧା ସୁଯୋଗ ମିଳିବା କଥା ସେଥିରୁ ବଞ୍ଚିତ କୁଡୁମୀ ସମ୍ପ୍ରଦାୟ । ଏବେ ପୁଣି ଥରେ ଆନ୍ଦୋଳନ କରିଛି କୁଡୁମୀ ସମ୍ପ୍ରଦାୟ । ତେବେ କୁଡୁମୀ ସେନା ତରଫରୁ ୨୦୧୭ ମସିହା ସେପ୍ଟେମ୍ବର ୧୨ ତାରିଖରୁ ବିଧାନସଭା ସମ୍ମୁଖରେ ଅନିର୍ଦ୍ଦିଷ୍ଟ କାଳ ପାଇଁ ଧାରଣା ଦିଆ ଯାଇଥିଲା । ହେଲେ ମୁଖ୍ୟମନ୍ତ୍ରୀଙ୍କ ପ୍ରତିଶୃତି ମିଳିବା ପରେ ଧାରଣା ପ୍ରତ୍ୟାହାର ହୋଇଥିଲା। ତେବେ ଅନୁସୂଚିତ ଜାତି ଓ ଜନଜାତିରେ ସାମିଲ ହେବା ପାଇଁ ପୂର୍ବରୁ ବିଭିନ୍ନ ସମୟରେ ରାଜ୍ୟ ସରକାରଙ୍କ ନିକଟରେ ଦାବି କରି ଆସୁଥିଲେ ମଧ୍ୟ କୌଣସି ସୁଫଳ ମିଳି ପାରୁନାହିଁ । ବର୍ତ୍ତମାନ ରାଜରାସ୍ତାକୁ ଓହ୍ଲାଇବା ପାଇଁ ବାଧ୍ୟ ହୋଇଛି କୁଡୁମୀ ସେନା ।

ଇଟିଭି ଭାରତ, ରାଇରଙ୍ଗପୁର

Last Updated : Mar 21, 2023, 11:55 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.