ETV Bharat / state

ବେତନଟୀରୁ ଜାମ୍ମୁକାଶ୍ମୀର, ଭୂସ୍ବର୍ଗ ସମ୍ଭାଳିବେ ଓଡିଆ ପୁଅ - Lieutenant governor of jammukashmir

ଜମ୍ମୁ କାଶ୍ମୀରର ପ୍ରଥମ ଲେଫନାଣ୍ଟ ଗଭର୍ଣ୍ଣର ହେଲେ ମୟୂରଭଞ୍ଜ ପୁଅ ଗିରିଶ୍ ଚନ୍ଦ୍ର ମୁର୍ମୁ। ପୁଣି ଥରେ ଜଣେ ଓଡିଆକୁ ଗୁରୁଦାୟିତ୍ବ ଦିଆଯାଇଥିବାରୁ ସାରା ରାଜ୍ୟରେ ଖେଳିଯାଇଛି ଖୁସିର ଲହରି।

ବେତନଟୀରୁ ଜାମ୍ମୁକାଶ୍ମୀର, ଭୂସ୍ବର୍ଗ ସମ୍ଭାଳିବେ ଓଡିଆ ପୁଅ
author img

By

Published : Oct 30, 2019, 7:42 PM IST

ବାରିପଦା: ମୟୂରଭଞ୍ଜ ଜିଲ୍ଲା ପାଇଁ ଗର୍ବ ଆଣିଲେ ଓଡିଆ ପୁଅ। ଜାମ୍ମୁକାଶ୍ମୀରର ପ୍ରଥମ ଲେଫନାଣ୍ଟ ଗଭର୍ଣ୍ଣର ହୋଇଛନ୍ତି ମୟୂରଭଞ୍ଜ ବେତନଟୀର ପୁଅ ଗିରିଶ୍ ଚନ୍ଦ୍ର ମୁର୍ମୁ । ଅଖ୍ୟାତପଲ୍ଲୀରୁ ଭୂସ୍ବର୍ଗର ଗୁରୁ ଦାୟିତ୍ବ ଗ୍ରହଣ କରିବାରେ ସେ ହେଉଛନ୍ତି ପ୍ରଥମ ଓଡିଆ । ଗିରିଶ୍ ଉପରାଜ୍ୟପାଳ ହେବା ପରେ ସମଗ୍ର ରାଜ୍ୟରେ ଖେଳି ଯାଇଛି ଖୁସିର ଲହରୀ ।

ଜାତୀୟ ସ୍ତରରେ ନିଜ କାମକୁ ନେଇ ଚର୍ଚ୍ଚାରେ ଥିବା ଏହି ଓଡିଆ ପୁଅଙ୍କ ଘର ହେଉଛି ମୟୂରଭଞ୍ଜର କୁଞ୍ଚିଶୋଳ ଗାଁରେ । ସେ ୨୧ ନଭେମ୍ବର ୧୯୫୯ ମସିହାରେ ଜନ୍ମ ଗ୍ରହଣ କରିଥିଲେ । ଗିରିଶ୍ କାଞ୍ଚିଶୋଳ ଗ୍ରାମରେ ପିଲାଦିନ କାଟିଥିବା ବେଳେ ପାଠ ପଢା ଆରମ୍ଭ କରିଥିଲେ ନିଜ ଗାଁ ଠାରୁ ୨ କିଲୋମିଟର ଦୂରରେ ଥିବା ଭୁଡୁରୁ ବାଣୀ ପ୍ରାଥମିକ ବିଦ୍ୟାଳୟରେ । ପ୍ରଥମରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ଏଠାରେ ହିଁ ପଢିଥିଲେ । ପରେ ବେତନଟୀ ମହାରାଜା ପ୍ରତାପ ଚନ୍ଦ୍ର ହାଇସ୍କୁଲ, ବାରିପଦା ଶରତ ଚନ୍ଦ୍ର ବିଦ୍ୟାପୀଠ, ବାରିପଦା ମହାରାଜା ପୂର୍ଣ୍ଣଚନ୍ଦ୍ର ମହାବିଦ୍ୟାଳୟ ଓ ପରେ ଉତ୍କଳ ବିଶ୍ବବିଦ୍ୟାଳୟରେରୁ ରାଜିନୀତି ବିଜ୍ଞାନରେ ସ୍ନାତକ କରିଛନ୍ତି ସେ ।

ବେତନଟୀରୁ ଜାମ୍ମୁକାଶ୍ମୀର, ଭୂସ୍ବର୍ଗ ସମ୍ଭାଳିବେ ଓଡିଆ ପୁଅ

ତେବେ ଗିରିଶଙ୍କ ବାପା ରେଲୱେରେ ଓ ମା’ ପୋଷ୍ଟ ଅଫିସ୍‌ରେ ଚାକିରି କରୁଥିଲେ । 9 ଭାଇ-ଭଉଣୀଙ୍କ ମଧ୍ୟରେ ବଡ ହେଉଛନ୍ତି ସେ । ତେବେ ତୁଳସୀ ଦୁଇ ପତ୍ରରୁ ବାସିବା ପରି ଛାତ୍ର ଜୀବନରୁ ହିଁ ତାଙ୍କ ପ୍ରତିଭା ପ୍ରସ୍ଫୁଟିତ ହୋଇଥିଲା । ନିଜେ ପଢିବା ସହ ଅନ୍ୟମାନଙ୍କୁ ଦେଉଥିଲେ ପ୍ରେରଣା।

1985 ମସିହାର ଗୁଜୁରାଟ କ୍ୟାଡରର ଆଇଏଏସ ହେଉଛନ୍ତି ଗିରିଶ । ଆଇଏଏସ ପାଇବା ପରେ ପ୍ରଥମେ ସେ ଗୁଜୁରାଟରେ ଜିଲ୍ଲାପାଳ ଭାବେ କାର୍ଯ୍ୟ କରିଥିଲେ। ପରେ ପରେ ଗୁଜରାଟ ମୁଖ୍ୟମନ୍ତ୍ରୀଙ୍କ ଅତି ବିଶ୍ବସ୍ଥ ଭାବେ ବ୍ୟକ୍ତିଗତ ସଚିବ ଭାବେ ଦାୟିତ୍ବ ମିଳିଥିଲା ତାଙ୍କୁ। କେବଳ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ନୁହେଁ ନିଜର ଦକ୍ଷତା ପାଇଁ ସେ ଭାରତ ସରକାରଙ୍କ ଅର୍ଥ ମନ୍ତ୍ରଣାଳୟର ବ୍ୟୟ ସଚିବ ମଧ୍ୟ ରହି ସାରିଛନ୍ତି।

ମୟୂରଭଞ୍ଜରୁ ମୃତ୍ୟୁଞ୍ଜୟ ସେନାପତି, ଇଟିଭି ଭାରତ

Intro:Body:

BLANK FOR LINK 

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.