ETV Bharat / state

ଗୋଷ୍ଠୀ ସଂକ୍ରମଣ ଆଶଙ୍କା କରି ୨୪ ଘଣ୍ଟିଆ ସଟଡାଉନ କରଞ୍ଜିଆ - କରଞ୍ଜିଆ ସହର ୨୪ ଘଣ୍ଟିଆ ସଟଡାଉନ

କରଞ୍ଜିଆ ସହରକୁ ୨୪ ସଟଡାଉନ ଘୋଷଣା କଲା ପ୍ରଶାସନ । ଦିନକୁ ଦିନ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଥିବାରୁ ଗୋଷ୍ଠୀ ସଂକ୍ରମଣ ଆଶଙ୍କା କରି କରଞ୍ଜିଆ ସହରକୁ 2 ଦିନିଆ ସଟଡାଉନ ଘୋଷଣା କରାଯାଇଛି । ଅଧିକ ପଢନ୍ତୁ...

ଗୋଷ୍ଠି ସଂକ୍ରମଣ ଆଶଙ୍କା କରି ୨୪ ଘଣ୍ଟିଆ ସଟଡାଉନ କରଞ୍ଜିଆ ସହର

author img

By

Published : Jul 9, 2020, 4:12 PM IST

ରାଇରଙ୍ଗପୁର : କରଞ୍ଜିଆ ସହରକୁ ୨୪ ସଟଡାଉନ ଘୋଷଣା କଲା ପ୍ରଶାସନ । ପଞ୍ଚପୀଢ ଉପଖଣ୍ଡରେ ଦିନକୁ ଦିନ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଥିବାରୁ ଗୋଷ୍ଠୀ ସଂକ୍ରମଣ ଆଶଙ୍କା କରି କରଞ୍ଜିଆ ସହରକୁ ୨୪ ଘଣ୍ଟିଆ ସଟଡାଉନ ଘୋଷଣା କରାଯାଇଛି ।

ଗୋଷ୍ଠି ସଂକ୍ରମଣ ଆଶଙ୍କା କରି ୨୪ ଘଣ୍ଟିଆ ସଟଡାଉନ କରଞ୍ଜିଆ ସହର

ମୟୂରଭଞ୍ଜ ଜିଲ୍ଲାର କରଞ୍ଜିଆ ବିଜ୍ଞପିତ ଅଞ୍ଚଳ ପରିଷଦର ୧୫ ଗୋଟି ୱାର୍ଡ଼ ସମେତ ସାପ୍ତାହିକ ହାଟକୁ ୨୪ ଘଣ୍ଟିଆ ସଟଡାଉନ୍ ଘୋଷଣା କରିଛି ପ୍ରଶାସନ । କରଞ୍ଜିଆ ବ୍ଳକରେ ଦିନକୁ ଦିନ କୋରୋନା ଆକ୍ରାନ୍ତଙ୍କ ସଂଖା ବୃଦ୍ଧି ପାଉଥିବାରୁ ସ୍ଥାନୀୟ ପ୍ରଶାସନ ୧୫ ଗୋଟି ୱାର୍ଡ଼ ସମେତ ସାପ୍ତାହିକ ହାଟକୁ ଆଜି ସକାଳ ୬ ଘଟିକାରୁ ଆସନ୍ତାକାଲି ସକାଳ ୬ ଘଟିକା ପର୍ଯ୍ୟନ୍ତ ସଟଡାଉନ ଘୋଷଣା କରିଛନ୍ତି । ସଟଡାଉନ ସମୟରେ ଅତ୍ୟାବଶ୍ୟକୀୟ ଜିନିଷ ପରିବହନ କରୁଥିବା ଗାଡି, ଯାତ୍ରୀ ନେବା ଆଣିବା କରୁଥିବା ଗାଡି ସହିତ ଔଷଧ, କ୍ଷୀର ଦୋକାନ ଖୋଲା ରହିବା ସହିତ କୃଷି କାର୍ଯ୍ୟ ଚାଲୁ ରହିବା ସହ ଅନ୍ୟ ସମସ୍ତ ଦୋକାନ ବଜାର ବନ୍ଦ ରହିବ ବୋଲି ଘୋଷଣା କରାଯାଇଛି। ସଟଡାଉନ୍ ସମୟରେ କେହି ଜରୁରୀ କାମ ନ ଥିଲେ ବାହାରକୁ ନ ବାହାରିବା ପାଇଁ ପ୍ରଶାସନ ତରଫରୁ ନିବେଦନ କରାଯାଇଛି ।

ସେହିପରି ଜରୁରୀ ପରିସ୍ଥିତି ରେ ମାସ୍କ, ସାନିଟାଇଜର ବ୍ୟବହାର କରିବା ସହ ବାହାରକୁ ବାହାରିବା ପାଇଁ ପରାମର୍ଶ ଦିଆଯାଇଛି । ଯଦି ଏହାର କିଏ ଖିଲାପ କରେ ତାଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ବୋଲି ସ୍ଥାନୀୟ ପ୍ରଶାସନ ତରଫରୁ ଡାକବାଜି ଯନ୍ତ୍ର ସାହାଯ୍ୟରେ ସଚେତନ କରାଉଛି। ସେହିପରି ସଟଡାଉନ ଯୋଗୁଁ କରଞ୍ଜିଆ ସହର ଜନଶୂନ୍ୟ ରହିଛି ଏବଂ ଲୋକମାନେ ସଟଡାଉନ ନିୟମକୁ ମାନୁଥିବା ଦେଖିବାକୁ ମିଳିଛି ।

ରାଇରଙ୍ଗପୁରରୁ ସଞ୍ଜୟ କୁମାର ପରିଡା,ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.