ETV Bharat / state

ପ୍ରଶ୍ନ ଦେଲା କଷ୍ଟ, ଗଣମାଧ୍ୟମ ଉପରେ ବର୍ଷିଲେ ଏସଡିଏମଓ - karanjia medical SDMO

ସମସ୍ୟା ସମ୍ପର୍କିତ ପ୍ରଶ୍ନ କରଞ୍ଜିଆ ଉପଖଣ୍ଡ ଚିକିତ୍ସାଳୟର ଏସଡିଏମଓଙ୍କୁ କଷ୍ଟ ଦେଇଛି । ସତକଥା ପଚାରିବାରୁ ଏସଡିଏମଓ ରାଗିବା ସହ ବାରମ୍ବାର କାହିଁକି ଆମକୁ ହଇରାଣ କରୁଛନ୍ତି ବୋଲି ଓଲଟି ପ୍ରଶ୍ନ ପଚାରିଛନ୍ତି ସେ ।

ଡିଜାଇନ ଫଟୋ
author img

By

Published : Sep 24, 2019, 2:29 PM IST

Updated : Sep 24, 2019, 3:21 PM IST

ରାଇରଙ୍ଗପୁର: ଆପଣ ସବୁବେଳେ ଆସି ଆମକୁ ହଇରାଣ କରୁଛନ୍ତି । ବିନା ଅନୁମତିରେ ବାଇଟ୍‌ ନେଉଛନ୍ତି, ଫଟୋ ଉଠାଉଛନ୍ତି । ଏପରି କହି ଗଣମାଧ୍ୟମ ପ୍ରତିନିଧିଙ୍କ ଉପରେ ବର୍ଷିଛନ୍ତି କରଞ୍ଜିଆ ଉପଖଣ୍ଡ ଚିକିତ୍ସାଳୟର ଏସଡିଏମଓ କ୍ଷେତ୍ରବାସୀ ଦାସ । ତାଙ୍କ ବିରୋଧରେ ଆସୁଥିବା ଅନେକ ଅଭିଯୋଗ ସମ୍ପର୍କରେ ତାଙ୍କ ମତାମତ ନେବାକୁ ଗଣମାଧ୍ୟମ ପ୍ରତିନିଧି ଯାଇଥିବାବେଳେ ଏପରି ଭାବେ ପ୍ରତିକ୍ରିୟା ରଖିଛନ୍ତି ସେ ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ରାଇରଙ୍ଗପୁର

ତେବେ ଗତ କିଛି ଦିନ ହେବ ଚିକିତ୍ସାଳୟର ବିଭିନ୍ନ ସମସ୍ୟା ସମ୍ପର୍କରେ ଗଣମାଧ୍ୟମରେ ଖବର ପ୍ରକାଶ ପାଇବା ପରେ ଜିଲ୍ଲାପାଳ ମେଡିକାଲ ପରିଦର୍ଶନ କରିବା ସହ ଏସଡିଏମଓଙ୍କୁ ଏଥିପ୍ରତି ଦୃଷ୍ଟି ଦେବାକୁ କହିଥିଲେ । ହେଲେ ଚିକିତ୍ସାଳୟର ସମସ୍ୟା ଦିନକୁ ଦିନ ବଢିବା ସହ ଲୋକଙ୍କ ଅଭିଯୋଗ ଅଧିକ ହୋଇଥିଲା । ଯାହାକୁ ନେଇ ଏସଡିଏମଓ ପ୍ରତିକ୍ରିୟା ଲୋଡିଥିଲେ ଗଣମାଧ୍ୟମ ପ୍ରତିନିଧି । ଏହାକୁ ନେଇ ସେ ରାଗି ଯିବା ସହ ଗଣମାଧ୍ୟମ ପ୍ରତିନିଧିଙ୍କୁ ଖରାପ ବ୍ୟବହାର କରିବାକୁ ମଧ୍ୟ ପଛାଇ ନଥିଲେ।

ସେପଟେ ଏଠାରେ ମନମୁଖୀ ଚଳାଇଛନ୍ତି ଏସଡିଏମଓ, ତାଙ୍କ ବିରୋଧରେ ଯାହା ଅଭିଯୋଗ କଲେ ତାଙ୍କ ମହିଳା ସହଯୋଗୀ ବାହାରି ଆସୁଛନ୍ତି, ତେଣୁ ଅନେକ ଅଭିଯୋଗ ଆସିପାରୁନାହିଁ ବୋଲି କହିଛନ୍ତି ସ୍ଥାନୀୟ ଲୋକେ।

ସୂଚନା ଥାଉକି, ଗତ ସୋମବାର ଚିକିତ୍ସାଳୟରେ ଜଣେ ରୋଗୀଙ୍କ ମୃତ୍ୟୁକୁ ନେଇ ମେଡିକାଲ ପରିସରରେ ଉତ୍ତେଜନା ପରିସ୍ଥିତି ସୃଷ୍ଟି ହୋଇଥିଲା । ଚିକିତ୍ସା ଅବହେଳାରୁ ରୋଗୀଙ୍କ ମୃତ୍ୟୁ ହୋଇଥିବା ପରିବାର ଲୋକେ ଅଭିଯୋଗ କରିଥିଲେ । ଏନେଇ ସ୍ଥାନୀୟ ବାସିନ୍ଦା ଓ ଡାକ୍ତରଙ୍କ ମଧ୍ୟରେ ହାତାହାତି ପରିସ୍ଥିତି ସୃଷ୍ଟି ହୋଇଥିଲା ।

ରାଇରଙ୍ଗପୁରରୁ ସଞ୍ଜୟ ପରିଡା, ଇଟିଭି ଭାରତ

Intro:ରାଇରଙ୍ଗପୁର : ମେଡ଼ିକାଲ ଅଧିକ୍ଷକ ସମସ୍ୟା ସମ୍ପର୍କରେ ଶୁଣିବା ପରିବର୍ତ୍ତେ ଗଣମାଧମ ପ୍ରତିନିଧିଙ୍କୁ ନାଲି ଆଖି ।
ମୟୁରଭଂଜ ଜିଲ୍ଲା ପାଞ୍ଚପିଢ଼ ଉପଖଣ୍ଡ କରଞ୍ଜିଆ ଚିକିତ୍ସାଳୟରେ ଦେଖିବାକୁ ମିଳିଛି ଏକ ଅଭାବନୀୟ ଘଟଣା। ଗତ କିଛି ଦିନ ହେବ ଗଣମାଧ୍ୟମ ପ୍ରତିନିଧି ମାନେ ମେଡିକାଲ ରେ ଦେଖା ଦେଇଥିବା ବିଭିନ୍ନ ସମସ୍ୟା ସମ୍ପର୍କରେ ବାରମ୍ବାର ପ୍ରକାଶ କରିବା ପରେ ଜିଲ୍ଲାପାଳ ମଧ୍ୟ ସମସ୍ୟା ସମ୍ପର୍କରେ ଅବଗତ ହୋଇ ମେଡ଼ିକାଲ ପରିଦର୍ଶନ କରିଥିଲେ ଏବଂ ମେଡିକାଲ ଅଧିକ୍ଷକଙ୍କୁ ତାଗିତ ମଧ୍ୟ କରିଥିଲେ ଜିଲ୍ଲାପାଳ। ଏବଂ ଏହାର ଯେପରି ବ୍ୟତିକ୍ରମ ନ ହୁଏ ସେଥିପ୍ରତି ଦୃଷ୍ଟି ଦେବାକୁ କହିଥିଲେ ହେଲେ କରଞ୍ଜିଆ ଉପଖଣ୍ଡ ଚିକିତ୍ସା ଅଧିକାରୀ ଏହାର ସମସ୍ୟା ସମ୍ପର୍କରେ କ'ଣ ଦୃଷ୍ଟି ଦେବେ ସମସ୍ୟା ଆହୁରି ଦିନକୁ ଦିନ ବଢି ବଢି ଚାଲିଥିଲା। ଏ ସମ୍ପର୍କରେ ଗଣମାଧ୍ୟମ ପ୍ରତିନିଧି ମାନେ ଯାଇ ତାଙ୍କର ପ୍ରତିକ୍ରିୟା ନେବା ପାଇଁ ଚେଷ୍ଟା କରିଥିଲେ ବି ମେଡିକାଲ ଅଧିକ୍ଷକ ଆଶାଳୀନ ବ୍ୟବହାର କରିବା ପାଇଁ ପଛାଉ ନାହାଁନ୍ତି ଗଣ ମାଧମ ପ୍ରତିନିଧିମାନଙ୍କୁ। ଏଇଠୁ ଅନୁମାନ କରାଯାଉଛି ସାଧାରଣ ଲୋକେ ଅଭିଯୋଗ ନେଇ ଗଲେ ତାଙ୍କୁ କିପରି ବ୍ୟବହାର କରୁଥିବେ ମେଡିକାଲ ଅଧିକ୍ଷକ। ମେଡିକାଲ ସମ୍ପର୍କରେ ଅବଗତ ଥାଇ ତଥ୍ୟ ଲୁଚାଇବା ପାଇଁ ପ୍ରୟାସ କରି ଗଣମାଧ୍ୟମ ପ୍ରତିନିଧି ମାନଙ୍କୁ ମିଥ୍ୟା ଆରୋପ ଲଗାଇବା ପାଇଁ ମଧ୍ୟ ପଛାଉ ନାହାଁନ୍ତି ମେଡିକାଲ ଅଧିକ୍ଷକ ଏବଂ କର୍ମଚାରୀ। ଯାହା ଫଳରେ ଗତ କାଲି ମଧ୍ୟ ମେଡିକାଲ ପରିସରରେ ଦେଖା ଯାଇଥିଲା ଏକ ଅଭାବନୀୟ ଘଟଣା । ଚିକିତ୍ସା ଅବହେଳାରୁ ରୋଗୀ ମୃତ୍ୟୁକୁ ନେଇ ମେଡିକାଲ ପରିସର କିଛି ସମୟ ପାଇଁ ରଣକ୍ଷେତ୍ର ପାଲଟିଥିଲା। ରୋଗୀ ମୃତ୍ୟୁର କାରଣ ପଚାରୁ ଥିବା ବେଳେ ଜନୈକ ଡାକ୍ତର ଉତକ୍ଷିପ୍ତ ହୋଇ ଜଣେ ରୋଗୀ ସମ୍ପର୍କୀୟ ଙ୍କୁ ଅଶାଳୀନ ବ୍ୟବହାର କରିବା ସହିତ ଚାପୁଡ଼ା ମାରିବା ପାଇଁ ମଧ୍ୟ ପଛାଇ ନଥିଲେ ଡାକ୍ତର ଏହାକୁ ନେଇ ରୋଗୀ ସମ୍ପର୍କୀୟ ମାନେ ମଧ୍ୟ ଡାକ୍ତର ଲକ୍ଷ୍ମୀକାନ୍ତ ମହାନ୍ତଙ୍କୁ ଗୋଡ଼ାଇ ଗୋଡ଼ାଇ ପିଟି ଥିଲେ ତେବେ ଏପରି ଘଟଣା ମେଡ଼ିକାଲ ପରିସରରେ ବାରମ୍ବାର ଘଟୁଥିବା ବେଳେ ମେଡିକାଲ ଅଧିକ୍ଷକ ଏହାର ସମାଧାନ କରିବା ପରିବର୍ତ୍ତେ ଆଇନ ର ନାଲି ଆଖି ଦେଖାଇ ମେଡିକାଲ ସମସ୍ୟା ଚାପି ଦେବାର ପ୍ରୟାସ ସାଧାରଣରେ ନା ପସନ୍ଦ କରୁଛନ୍ତି। ସେପଟେ ସ୍ଥାନୀୟ ଲୋକେ ମଧ୍ୟ ମେଡିକାଲ ଅଧିକ୍ଷକ ଙ୍କ କାର୍ଯ୍ୟକଳାପ ରେ ଅସନ୍ତୁଷ୍ଟ ଥିବା ପ୍ରତିକ୍ରିୟା ରେ ପ୍ରକାଶ କରିଛନ୍ତି। ତେବେ ରାଜ୍ୟ ସରକାର ବର୍ତ୍ତମାନ 5T କଥା କହୁଥିବା ବେଳେ ଏଇ ଘଟଣା ପରେ ରାଜ୍ୟ ସରକାର କି ପଦକ୍ଷେପ ଗ୍ରହଣ କରୁଛନ୍ତି ତାହା ଦେଖିବା ପାଇଁ ବାକି ରହିଲା ।
ବାଇଟ _ ସ୍ଥାନୀୟ ବାସିନ୍ଦା, କରଞ୍ଜିଆ।Body:XConclusion:X
Last Updated : Sep 24, 2019, 3:21 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.