ETV Bharat / state

କୋରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ସାମ୍ବାଦିକ

author img

By

Published : May 29, 2021, 11:49 AM IST

କୋରୋନା ଯୁଦ୍ଧରେ ଆଖିବୁଜିଲେ ଆଉ ଜଣେ କୋଭିଡ ଯୋଦ୍ଧା । ଅଧିକ ପଢନ୍ତୁ...

କୋରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ସାମ୍ବାଦିକ
କୋରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ସାମ୍ବାଦିକ

ରାଇରଙ୍ଗପୁର: କୋରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ କୋଭିଡ ଯୋଦ୍ଧା । ମୟୂରଭଞ୍ଜ ଜିଲ୍ଲା କରଞ୍ଜିଆ ଉପଖଣ୍ଡର ବେଶ ଲୋକପ୍ରିୟ ସାମ୍ବାଦିକ ଅସିତ ବେହେରାଙ୍କ କୋରୋନାରେ ପରଲୋକ ଘଟିଛି । ସେ କନକ ନ୍ୟୁଜରେ କରଞ୍ଜିଆ ପ୍ରତିନିଧି ଭାବେ କାର୍ଯ୍ୟରତ ଥିଲେ। କିଛି ଦିନ ତଳେ ତାଙ୍କ ମାଆଙ୍କ ଦେହାନ୍ତ ହୋଇଥିଲା ବେଳେ ଏକାଦଶାହ କର୍ମ ପରେ ସେ ଅସୁସ୍ଥ ହେବାରୁ କୋଭିଡ ପରୀକ୍ଷା କରିଥିଲେ । କୋରୋନା ରିପୋର୍ଟ ପଜିଟିଭ ଆସିବା ପରେ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ ।

ତାଙ୍କ ସ୍ବାସ୍ଥ୍ୟବସ୍ଥାରେ କୌଣସି ଉନ୍ନତି ନ ଆସିବାରୁ ତାଙ୍କୁ ବାରିପଦା ସ୍ଥାନାନ୍ତର କରାଯାଇଥିଲା। ଚିକିତ୍ସାଧୀନ ଅବସ୍ଥାରେ ଆଜି ସକାଳେ ତାଙ୍କର ମୃତ୍ୟୁ ଘଟିଥିବା ସୂଚନା ମିଳିଛି । ତାଙ୍କ ମୃତ୍ୟୁ ପରେ କରଞ୍ଜିଆ ଉପଖଣ୍ଡ ସମେତ ସାମ୍ବାଦିକ ମହଲରେ ଏକ ପ୍ରକାର ଶୋକର ଛାୟା ଖେଳିଯାଇଛି। ସେ ଜଣେ ପରୋପକାରୀ ମେଳାପୀ ଓ ମିଷ୍ଟଭାଷୀ ବ୍ୟକ୍ତି ଥିଲେ। ସେ ଦୀର୍ଘ ଦିନ ଧରି କରଞ୍ଜିଆ ଉପଖଣ୍ଡରେ ସାମ୍ବାଦିକତା କରୁଥିବା ବେଳେ ଲୋକପ୍ରିୟତା ହାସଲ କରି ଅଞ୍ଚଳରେ ବେଶ ପ୍ରଶଂସା ର ପାତ୍ର ହୋଇ ପାରିଥିଲେ।

ରାଇରଙ୍ଗପୁରରୁ ସଞ୍ଜୟ କୁମାର ପରିଡା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.