ETV Bharat / state

ପ୍ରେମୀଯୁଗଳଙ୍କୁ ଲଣ୍ଡା ଘଟଣା, 4 ଅଭିଯୁକ୍ତ କୋର୍ଟଚାଲାଣ - karanjia

ମୟୂରଭଞ୍ଜ ଜିଲ୍ଲା କରଞ୍ଜିଆ ମଣ୍ଡୁଆ ଗ୍ରାମରେ ପ୍ରେମୀ ଯୁଗଳଙ୍କୁ ଲଣ୍ଡା କରି ମାଡ ମାରିବା ଘଟଣାରେ ପୋଲିସର କାର୍ଯ୍ୟାନୁଷ୍ଠାନ । 4 ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟଚାଲାଣ କଲା ପୋଲିସ ।

ଫଟୋ ସୌଜନ୍ୟ: ପ୍ରତିନିଧି, ରାଇରଙ୍ଗପୁର
author img

By

Published : Jun 25, 2019, 6:51 PM IST

Updated : Jun 25, 2019, 7:05 PM IST

ରାଇରଙ୍ଗପୁର: ମୟୂରଭଞ୍ଜ ଜିଲ୍ଲା କରଞ୍ଜିଆ ମଣ୍ଡୁଆ ଗ୍ରାମରେ ପ୍ରେମୀଯୁଗଳଙ୍କୁ ଲଣ୍ଡା କରି ମାଡ ମାରିବା ଘଟଣାରେ 4 ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ପୋଲିସ । ଏହା ସହ ଅନ୍ୟ ଅଭିଯୁକ୍ତଙ୍କୁ ଧରିବା ପାଇଁ ଜୋରାଦାର ପ୍ରୟାସ ଆରମ୍ଭ ହୋଇଛି ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ରାଇରଙ୍ଗପୁର

ସୂଚନା ଥାଉକି, କରଞ୍ଜିଆ ମଣ୍ଡୁଆ ଗ୍ରାମରେ ପ୍ରେମୀ ଯୁଗଳଙ୍କୁ ଲଣ୍ଡା କରି ମାଡ ମାରିବା ଘଟଣାର ଭିଡିଓ ଭାଇରାଲ ହୋଇଥିଲା । ଏହି ନିନ୍ଦନୀୟ ଘଟଣା ଗଣମାଧ୍ୟମରେ ପ୍ରସାର ହେବା ପରେ ପୋଲିସ ପକ୍ଷରୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । କଙ୍ଗାରୁ କୋର୍ଟର ଏହି ଅମାନବୀୟ ଘଟଣାରେ ୨୧ ଜଣଙ୍କ ନାଁରେ ମାମଲା ରୁଜୁ ହୋଇ ଥିବାବେଳେ ପୋଲିସ ଗତକାଲି (ସୋମବାର) ତିନି ଜଣ ଯୁବକଙ୍କୁ ଗିରଫ କରିଥିଲା । ଏହା ପରେ ରାତିରେ ଗାଁରୁ ଆଉ ଜଣେ ଯୁବକଙ୍କୁ ଗିରଫ କରିଥିଲା ପୋଲିସ । ଯାହାଙ୍କୁ ଆଜି(ମଙ୍ଗଳବାର) କୋର୍ଟ ଚାଲାଣ କରାଯାଇଛି ।

ଗିରଫ ହୋଇଥିବା 4 ଜଣ ହେଲେ ସେକ ନାସାଦ(୩୮), ସେକ ମୁସ୍ତଫା(୧୯), ସେକ ଆଶିକ୍(୨୩) ଓ ସେକ କୋଟୁ(୩୧) । ତେବେ 21 ଜଣଙ୍କ ମଧ୍ୟରୁ କିଏ କିଏ ଦୋଷୀ ସେନେଇ ପୋଲିସ ଛାନଭିନ୍ନ ଜାରି ରଖିଛି ।

ରାଇରଙ୍ଗପୁର ସଞ୍ଜୟ କୁମାର ପରିଡା, ଇଟିଭି ଭାରତ

Intro:Body:

sdf

Conclusion:
Last Updated : Jun 25, 2019, 7:05 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.