ETV Bharat / state

ଗୋଚର ଜାଗା ଜବରଦଖଲ ନେଇ ନାବାଳକ ହତ୍ୟା ଘଟଣା: ମୁଖ୍ୟ ଅଭିଯୁକ୍ତ ସହ 3 ଗିରଫ - ମୟୂରଭଞ୍ଜ ଗୋଚର ଜାଗା ଜବରଦଖଲ ଘଟଣା

ମୟୂରଭଞ୍ଜ ଜିଲ୍ଲା ମୋରଡ଼ା ଥାନା ମହୁଲବଣି ଗ୍ରାମରେ ଗୋଚର ଜମି ଜବରଦଖଲକୁ ନେଇ ନାବାଳକଙ୍କୁ ହତ୍ୟା ଘଟଣାରେ ମୁଖ୍ୟ ଅଭିଯୁକ୍ତ ସହ ତିନି ଜଣଙ୍କୁ ଗିରଫ କରିଛି ପୋଲିସ । ଅଧିକ ପଢନ୍ତୁ...

ଗୋଚର ଜାଗା ଜବରଦଖଲ ନେଇ ନାବାଳକ ହତ୍ୟା ଘଟଣା: ମୁଖ୍ୟ ଅଭିଯୁକ୍ତ ସହ 3 ଗିରଫ

author img

By

Published : Jun 14, 2021, 10:24 PM IST

ବାରିପଦା: ଗୋଚର ଜମି ଜବରଦଖଲକୁ ନେଇ ମୟୂରଭଞ୍ଜ ଜିଲ୍ଲା ମୋରଡା ଥାନା ଅନ୍ତର୍ଗତ ମହୁଲବଣୀ ଗ୍ରାମରେ ଗତ ଜୁନ ୧୦ ତାରିଖ ଦିନ ହରେକୃଷ୍ଣ ମହାନ୍ତ ନାମକ ଜଣେ ନାବାଳକକୁ 3 ଜଣ ଗୋଡ଼ାଇ ଗୋଡ଼ାଇ ହତ୍ୟା କରିଥିଲେ । ତେବେ ମୋରଡ଼ା ପୋଲିସ ଘଟଣା ଦିନ ଦୁଇ ଜଣଙ୍କୁ ଗିରଫ କରିଥିଲା । ହତ୍ୟା ପରେ ମୁଖ୍ୟ ଅଭିଯୁକ୍ତ ଫେରାର ଥିଲା ।

ଗୋଚର ଜାଗା ଜବରଦଖଲ ନେଇ ନାବାଳକ ହତ୍ୟା ଘଟଣା: ମୁଖ୍ୟ ଅଭିଯୁକ୍ତ ସହ 3 ଗିରଫ

ମୋରଡ଼ା ପୋଲିସ ମୁଖ୍ୟ ଅଭିଯୁକ୍ତଙ୍କୁ ଗିରଫ କରିଛି । ମୁଖ୍ୟ ଅଭିଯୁକ୍ତ ପଦ୍ମଲୋଚନ ମହାନ୍ତ ଓ ତାଙ୍କ ଦୁଇ ଜଣ ସହଯୋଗୀ ଜତିନ୍ଦ୍ର ମହାନ୍ତ ଓ ଶୋଭାକର ମହାନ୍ତଙ୍କୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଥିବା ଜଣାପଡ଼ିଛି । ଅନ୍ୟପକ୍ଷରେ ହତ୍ୟାକାଣ୍ଡରେ ବ୍ୟବହୃତ ହୋଇଥିବା ଟାଙ୍ଗିଆକୁ ମଧ୍ୟ ଜବତ କରିଛି ପୋଲିସ । ଏନେଇ ମୋରଡ଼ା ଥାନାରେ ୧୨୭/୨୧ ଏକ ହତ୍ୟା ମାମଲା ରୁଜୁ କରି ଅଧିକ ତଦନ୍ତ ଜାରି ରଖିଛି ପୋଲିସ ।

ମୟୂରଭଞ୍ଜରୁ ମୃତ୍ୟୁଞ୍ଜୟ ସେନାପତି, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.