ETV Bharat / state

ନୂତନ ଆଦିବାସୀ ଜମି ଅଧିଗ୍ରହଣ ଆଇନକୁ ବିରୋଧ, ବିକ୍ଷୋଭ ପ୍ରଦର୍ଶନ କଲା ଜେଏମଏମ

author img

By ETV Bharat Odisha Team

Published : Nov 30, 2023, 9:08 PM IST

JMM protest: ନୂତନ ଆଦିବାସୀ ଜମି ଅଧିଗ୍ରହଣ ଆଇନକୁ ଝାଡଖଣ୍ଡ ମୁକ୍ତି ମୋର୍ଚ୍ଚାର ବିରୋଧ । ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଉଦ୍ଦେଶ୍ୟରେ ରାଇରଙ୍ଗପୁର ଉପଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ । ଅଧିକ ପଢନ୍ତୁ

ନୂତନ ଆଦିବାସୀ ଜମି ଅଧିଗ୍ରହଣ ଆଇନକୁ ବିରୋଧ, ଜେଏମଏମ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ

ରାଇରଙ୍ଗପୁର: ବିବାଦ ଘେରରେ ଥିବା ନୂତନ ଆଦିବାସୀ ଜମି ଅଧିଗ୍ରହଣ ଆଇନକୁ ବିରୋଧ କରି ରାଜ୍ୟ ସରକାରଙ୍କ ଉପରେ ବର୍ଷିଲା ଝାଡଖଣ୍ଡ ମୁକ୍ତି ମୋର୍ଚ୍ଚା (ଜେଏମଏମ) । ଆଦିବାସୀ ଜମି ଅଧିଗ୍ରହଣ ଆଇନ ବିରୁଦ୍ଧରେ ଆଜି ମୟୁରଭଞ୍ଜ ଜିଲ୍ଲାର ରାଇରଙ୍ଗପୁର ସହରରେ ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା ଶକ୍ତି ପ୍ରଦର୍ଶନ କରିଛି । ବିଶାଳ ଶୋଭାଯାତ୍ରା ମାଧ୍ୟମରେ ଶକ୍ତି ପ୍ରଦର୍ଶନ କରି ବିକ୍ଷୋଭ ପ୍ରଦର୍ଶନ କରିବା ସହିତ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଉଦ୍ଦେଶ୍ୟରେ ରାଇରଙ୍ଗପୁର ଉପଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ କରିଛି ଜେଏମଏମ ଦଳ ।

ଶ‌ହ ଶହ କାର୍ଯ୍ୟକର୍ତ୍ତା ଓ ବରିଷ୍ଠ ନେତାଙ୍କ ଉପସ୍ଥିତିରେ ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚାର ଓଡିଶା ରାଜ୍ୟ ସଭାପତି ଅଞ୍ଜନୀ ସୋରେନ ଏକ ବିଶାଳ ଶୋଭାଯାତ୍ରାରେ ବାହାରିଥିଲେ । ତେବେ ରାଇରଙ୍ଗପୁର ସହରର ଜଗନ୍ନାଥ ମନ୍ଦିରରୁ ଶୋଭାଯାତ୍ରା ବାହାରିଥିଲା। ହାତରେ ପ୍ଲାକାର୍ଡ ଧରି ବିଶାଳ ଶୋଭାଯାତ୍ରାରେ ବାହାରି ରାଇରଙ୍ଗପୁର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପହଞ୍ଚି ସେଠାରେ ସରକାର ବିରୋଧୀ ନାରା ଦେବା ସହିତ ବିକ୍ଷୋଭ ପ୍ରଦର୍ଶନ କରିଥିଲେ ଦଳୀୟ କର୍ମୀ । ସେଠାରେ ରାଜ୍ୟ ସଭାପତି ଅଞ୍ଜନୀ ସୋରେନ ରାଜ୍ୟ ସରକାରଙ୍କ ଉପରେ ବର୍ଷିଥିଲେ । ଦୀର୍ଘ ୨୪ ବର୍ଷ ଧରି ଶାସନରେ ଥାଇ ମଧ୍ୟ ଆଦିବାସୀଙ୍କ ଆଖିଦୃଶିଆ ବିକାଶ ହୋଇ ନଥିବା କହିଛନ୍ତି ଅଞ୍ଜନୀ ସୋରେନ ।

ଏହା ମଧ୍ୟ ପଢନ୍ତୁ... ପୁନର୍ବିଚାର ପାଇଁ ଟିଏସିକୁ ଗଲା କ୍ୟାବିନେଟ ନିଷ୍ପତ୍ତି, ପ୍ରତିକ୍ରିୟା ରଖିଲେ ବିରୋଧୀ ଓ ଶାସକ

ଆଦିବାସୀ ଜମି କିଣାବିକା ନେଇ ହୋଇଥିବା କ୍ୟାବିନେଟ ନିଷ୍ପତ୍ତିକୁ ସମ୍ପୂର୍ଣ୍ଣ ପ୍ରତ୍ୟାହାର କରାଯିବାକୁ ଦାବି କରି ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଉଦ୍ଦେଶ୍ୟରେ ରାଇରଙ୍ଗପୁର ଉପଜିଲ୍ଲାପାଳଙ୍କୁ ଏକ ଦାବିପତ୍ର ପ୍ରଦାନ କରିଛନ୍ତି ଜେଏମଏମର ରାଜ୍ୟ ସଭାପତି ଅଞ୍ଜନୀ ସୋରେନ । ସୂଚନାଯୋଗ୍ୟ ଯେ 1956 ମସିହାରେ ଆଦିବାସୀ ମାନଙ୍କ ଜମିର ସୁରକ୍ଷା ପାଇଁ ଆଇନ ପ୍ରଣୟନ ହୋଇଥିଲା ସେହି ଆଇନ ଅନୁଯାୟୀ ଆଦିବାସୀଙ୍କ ଜମି ଅଣଆଦିବାସୀ କ୍ରୟ କରିପାରିବେ ନାହିଁ । କିନ୍ତୁ ରାଜ୍ୟ ସରକାର ନଭେମ୍ବର 14ରେ ଏହାକୁ ପରିବର୍ତ୍ତନ କରିବାକୁ ନିଷ୍ପତ୍ତି ନେଇଥିଲେ । ଯାହାକୁ ନେଇ ବିରୋଧି ଦଳ ଗୁଡିକ ଏହାକୁ ତୀବ୍ର ବିରୋଧ କରିଥିଲେ । ସେହିପରି ଉପା-୧ ଓ ଉପା-୨ ସରକାର ସମୟରେ ଦେଶର ଆଦିବାସୀ ବର୍ଗଙ୍କ ଜମିର ସ୍ୱାର୍ଥ ରକ୍ଷା କରିବା ପାଇଁ ଜଙ୍ଗଲ ଜମି ଅଧିଗ୍ରହଣ ନିୟମ ୨୦୦୬ ଓ ୨୦୧୩ ମସିହାରେ ଜମି ଅଧିଗ୍ରହଣ ଆଇନ ପୁନର୍ବାସ ଓ ଥଇଥାନ ଆଇନ ଅଣାଯାଇଥିଲା ।

ଇଟିଭି ଭାରତ, ମୟୂରଭଞ୍ଜ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.