ରାଇରଙ୍ଗପୁର: ମୟୂରଭଞ୍ଜ ଜିଲ୍ଲାର ରାଇରଙ୍ଗପୁର ଗସ୍ତରେ ଦକ୍ଷିଣ-ପୂର୍ବ ରେଳବାଇ ଚକ୍ରଧରପୁର ଡିଭିଜନର ଡିଆରଏମ ବିଜୟ କୁମାର ସାହୁ । ସେ ଅନ୍ୟ ରେଳବାଇ ପଦାଧିକାରୀମାନେ ରାଇରଙ୍ଗପୁର ଗସ୍ତରେ ଆସି ଟାଟା ନଗର-ବାଦାମପାହାଡ଼ ରେଳ ଲାଇନ ସର୍ଭେ ଓ ଦୋହରିକରଣର ନିରୀକ୍ଷଣ କରିଥିଲେ ।
ଡିଆରଏମଙ୍କ ରାଇରଙ୍ଗପୁର ରେଳ ଷ୍ଟେସନ ପରିଦର୍ଶନ ବେଳେ ପୂର୍ବତନ ବିଧାୟକ ତଥା ଜେଏମଏମ ରାଜ୍ୟ ଉପାଧ୍ୟକ୍ଷ ପ୍ରହ୍ଲାଦ ପୂର୍ତ୍ତି ତାଙ୍କୁ ଭେଟିଥିଲେ । କୋଭିଡ୍ ଯୋଗୁଁ ବନ୍ଦ ଥିବା ଟାଟା ନଗରରୁ ବାଦାମପାହାଡ଼ ସକାଳୁ ଆସୁଥିବା ଟ୍ରେନକୁ ପୁନର୍ବାର ଚଳାଚଳ କରିବାକୁ ଦାବି କରିବା ସହ ଏକ ଦାବିପତ୍ର ଦେଇଥିଲେ । ଟାଟା ନଗର-ବାଦାମପାହାଡ଼, ରାଉରକେଲାରେଳ ପର୍ଯ୍ୟନ୍ତ ସୁବିଧା କରାଯାଉ । ଏହାସହ ଭୁବନେଶ୍ୱରରୁ ଦିଲ୍ଲୀ ଭାୟା ରାଇରଙ୍ଗପୁର ଦେଇ ଆଉ ଏକ ନୂତନ ସୁପରଫାଷ୍ଟ ଟ୍ରେନ୍ ସୁବିଧା କରିବାକୁ ଜେଏମଏମ ଦାବି କରିଛି । ଏହାକୁ ଯଥାଶୀଘ୍ର ଚଳାଚଳ କରିବା ପାଇଁ ଜେଏମଏମ ନେତା ପ୍ରହ୍ଲାଦ ପୂର୍ତ୍ତି ଏକ ଦାବିପତ୍ର ଜେନେରାଲ ମ୍ୟାନେଜର, ଦକ୍ଷିଣ ପୂର୍ବ ରେଳପଥ, କଲିକତାଙ୍କ ଉଦ୍ଦେଶ୍ୟରେ ଚକ୍ରଧରପୁର ଡିଆରଏମଙ୍କୁ ପ୍ରଦାନ କରିଥିଲେ । ଏହାଦ୍ବାରା ଅଞ୍ଚଳର ଜନସାଧାରଣ ମୁଖ୍ୟ ବିକାଶ ଧାରାରେ ଯୋଡ଼ି ହୋଇପାରିବେ ବୋଲି କହିଛନ୍ତି ପୂର୍ବତନ ବିଧାୟକ ତଥା ଜେଏମଏମ ରାଜ୍ୟ ଉପାଧ୍ୟକ୍ଷ ପ୍ରହ୍ଲାଦ ପୂର୍ତ୍ତି ।
ଇଟିଭି ଭାରତ, ରାଇରଙ୍ଗପୁର