ETV Bharat / state

ମୋରଡ଼ା JMFC କୋର୍ଟର ପ୍ରଥମ ରାୟ, ନାକ କାମୁଡା ଅଭିଯୁକ୍ତକୁ ବର୍ଷେ ସଶ୍ରମ କାରାଦଣ୍ଡ - jmfc

ମୟୂରଭଞ୍ଜ ଜିଲ୍ଲା ମୋରଡ଼ା JMFC କୋର୍ଟର ପ୍ରଥମ ରାୟ । ଅନ୍ୟର ନାକ କାମୁଡିବା ମାମଲାରେ ଅଭିଯୁକ୍ତକୁ ବର୍ଷେ ସଶ୍ରମ କାରାଦଣ୍ଡ ଶୁଣାଇଲେ ବିଚାରପତି । ଅଧିକ ପଢନ୍ତୁ....

ମୋରଡ଼ା JMFC କୋର୍ଟର ପ୍ରଥମ ରାୟ , ନାକ କାମୁଡିବା ମାମଲାରେ ଅଭିଯୁକ୍ତକୁ ବର୍ଷେ ସଶ୍ରମ କାରାଦଣ୍ଡ

author img

By

Published : Oct 3, 2021, 7:39 AM IST

ବାରିପଦା: ଜିଲ୍ଲା ମୋରଡ଼ାରେ ନୂତନ ଭାବେ ପ୍ରତିଷ୍ଠିତ JMFC କୋର୍ଟରେ ହେଲା ପ୍ରଥମ ଶୁଣାଣି । ୧୦ ବର୍ଷ ତଳର ଏକ ମାମଲାର ଶୁଣାଣି କରି ରାୟ ଶୁଣାଇଛନ୍ତି ବିଚାରପତି । ବିଚାରପତି ସୁଶ୍ରୀ ସିପ୍ରା ପ୍ରିୟଦର୍ଶିନୀ ସାହୁ ମୋରଡା ଥାନା ଅନ୍ତର୍ଗତ ବ୍ରାହ୍ମଣ ମାରା ଗ୍ରାମରେ ଘଟିଥିବା ଏକ ମାମଲା ଶୁଣାଣି କରି ଅଭିଯୁକ୍ତକୁ ବର୍ଷେ ସଶ୍ରମ କାରଦଣ୍ଡରେ ଦଣ୍ଡିତ କରିଛନ୍ତି । ଅଭିଯୁକ୍ତ ଜଣକ ହେଉଛନ୍ତି ଭାସ୍କର କାଳନ୍ଦୀ । ତାଙ୍କୁ ୩୨୩ ଦଫାରେ ଦଣ୍ଡିତ କରାଯାଇଛି ।

ମୋରଡ଼ା JMFC କୋର୍ଟର ପ୍ରଥମ ରାୟ , ନାକ କାମୁଡିବା ମାମଲାରେ ଅଭିଯୁକ୍ତକୁ ବର୍ଷେ ସଶ୍ରମ କାରାଦଣ୍ଡ

ସୂଚନାଯୋଗ୍ୟ, ୨୦୧୧ ମସିହା ଅକ୍ଟୋବର ୨୬ ତାରିଖରେ ମୋରଡ଼ା ଥାନା ଅନ୍ତର୍ଗତ ଗଡିଗା ପଞ୍ଚାୟତର ବ୍ରାହ୍ମଣ ମାରା ଗ୍ରାମର ଏକ ଅଭାବନୀୟ ଘଟଣା ଘଟିଥିଲା । କାଳୀପୂଜା ସମୟରେ କୁଡୁମୀ ସମ୍ପ୍ରଦାୟର ଗୋଠ ପୂଜା ହେଉଥିଲା । ଏତିକିବେଳେ ଅଭିଯୁକ୍ତ ଭାସ୍କର କାଳନ୍ଦୀ ସେହି ଗ୍ରାମର ବଳରାମ ମହାନ୍ତିଙ୍କୁ ଗାଳି ଗୁଲଜ କରିବା ପରେ ତାଙ୍କ ନାକ କାମୁଡି ଦେଇଥିଲା । ଏନେଇ ମୋରଡ଼ା ଥାନାରେ କେସ ନଂ ୬୧/୧୧ ରେ ଏକ ମାମଲା ରୁଜୁ ହୋଇ ବିଚାରଧିନ ଥିଲା । ଶନିବାର ଏହି ମାମଲାର ଶୁଣାଣି କରିଛନ୍ତି ଜେଏମଏଫସି କୋର୍ଟ । ଜି ଆର୍ କେସ ନମ୍ବର ୧୩୨୬/୧୧ ରେ ସରକାରୀ ଓକିଲ ଗୀତ ରଞ୍ଜନ ଲେଙ୍କା ଏହି ମାମଲାକୁ ପରିଚାଳନା କରିଥିଲେ।

ମୟୂରଭଞ୍ଜରୁ ମୃତ୍ୟୁଞ୍ଜୟ ସେନାପତି, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.