ETV Bharat / state

ଜନତା କର୍ଫ୍ୟୁକୁ ମୟୂରଭଞ୍ଜର ସମର୍ଥନ - janata curfew mayurbhanaja

ଜନତା କର୍ଫ୍ୟୁରେ ସାମିଲ ହେଲା ମୟୂରଭଞ୍ଜ ଜିଲ୍ଲା । ଜିଲ୍ଲାର ସଦର ମହକୁମା ବାରିପଦା, ଉଦଳା ଉପଖଣ୍ଡ, କରଞ୍ଜିଆ ଉପଖଣ୍ଡ ଠାରୁ ଆରମ୍ଭ କରି ଗାଁ ଠାରୁ ସହର ସମସ୍ତ ଶ୍ରେଣୀର ଲୋକେ ପ୍ରଧାନମନ୍ତ୍ରୀଙ୍କ ଏହି କର୍ଫ୍ୟୁକୁ ସମର୍ଥନ ଜଣାଇଛନ୍ତି ।

janata curfew at mayurbhanja
ଜନତା କର୍ଫ୍ୟୁକୁ ମୟୁରଭଞ୍ଜବାସୀଙ୍କ ସମର୍ଥନ
author img

By

Published : Mar 22, 2020, 3:06 PM IST

Updated : Mar 22, 2020, 4:24 PM IST

ବାରିପଦା: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆହ୍ବାନରେ ହୋଇଥିବା ଜନତା କର୍ଫ୍ୟୁକୁ ବିପୁଳ ସମର୍ଥନ ମିଳିଥିବା ଦେଖିବାକୁ ମିଳିଛି । ଦେଶରେ ଜନତା କର୍ଫ୍ୟୁକୁ ଲୋକେ ସମର୍ଥନ ଦେଇଥିବା ବେଳେ ମୟୂରଭଞ୍ଜ ଜିଲ୍ଲାର ସଦର ମହକୁମା ବାରିପଦା, ଉଦଳା ଉପଖଣ୍ଡ, କରଞ୍ଜିଆ ଉପଖଣ୍ଡ ଠାରୁ ଆରମ୍ଭ କରି ଗାଁ ଓ ସହର ସମସ୍ତ ଶ୍ରେଣୀର ଲୋକ ଏହି କର୍ଫ୍ୟୁକୁ ସମର୍ଥନ ଜଣାଇଛନ୍ତି । ଅତି ଆବଶ୍ୟକ ନପଡିଲେ ଲୋକେ ଘରୁ କେହି ବାହାରୁ ନାହାଁନ୍ତି । ଏହାକୁ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ସମର୍ଥନ କରିଛନ୍ତି । ଏହାକୁ ନେଇ ମୟୂରଭଞ୍ଜ ଜିଲ୍ଲାବାସୀ ସ୍ବାଗତ କରିବା ସହ ଜନତା କର୍ଫ୍ୟୁ ପାଳନ କରୁଛନ୍ତି । କୋରୋନ ଭୂତାଣୁ ସଂକ୍ରମଣକୁ ରୋକିବା ପାଇଁ ଏହା ଏକ ଅତ୍ୟନ୍ତ ସ୍ବାଗତଯୋଗ୍ୟ ପଦକ୍ଷେପ ।

ଜନତା କର୍ଫ୍ୟୁକୁ ମୟୁରଭଞ୍ଜବାସୀଙ୍କ ସମର୍ଥନ

ଜିଲ୍ଲାର ସମସ୍ତ ଦୋକାନ ବଜାର, ଯାନବାହନ ଚଳାଚଳ ବନ୍ଦ ରହିଛି । ଲୋକେ ସ୍ବଇଚ୍ଛାରେ ଘରୁ ବାହାରୁ ନାହାଁନ୍ତି । ସକାଳ ୭ଟାରୁ ରାତି ୯ ଟା ଯାଏଁ ଜନତା କର୍ଫ୍ୟୁରେ ସାମିଲ ହୋଇ ଦେଶ ବାସୀଙ୍କୁ ସୁରକ୍ଷିତ ରହିବା ପାଇଁ ବାର୍ତ୍ତା ପ୍ରଦାନ କରିଛନ୍ତି । ସୁରକ୍ଷାକୁ ଦୃଷ୍ଟିରେ ରଖି ବିଭିନ୍ନ ସ୍ଥାନରେ ପୋଲିସ ପ୍ରଶାସନ ପକ୍ଷରୁ ପେଟ୍ରୋଲିଙ୍ଗ କରାଯାଇଛି । ଏହି ଜନତା କର୍ଫ୍ୟୁ ଅହେତୁକ ସଫଳତା ପାଇଛି । ତେବେ ମୋରଡା ବଜାରରେ ପୂର୍ବରୁ ବିଭିନ୍ନ ସମୟରେ ବିଭିନ୍ନ ଦଳ ପକ୍ଷରୁ ବନ୍ଦ ଡାକରା ସମୟରେ ବନ୍ଦ ପ୍ରଭାବ ନଥାଏ । ତେବେ ରବିବାର ଜନତା କର୍ଫ୍ୟୁ ଜନସାଧାରଣ ଠାରୁ ଆରମ୍ଭ କରି ବ୍ୟବସାୟୀ ମାନେ ଜନତା କର୍ଫ୍ୟୁ ଡାକରାକୁ ସମର୍ଥନ କରିଥିବା ଦେଖାଯାଉଛି ।

ମୟୂରଭଞ୍ଜରୁ ମୃତ୍ୟୁଞ୍ଜୟ ସେନାପତି, ଇଟିଭି ଭାରତ

Last Updated : Mar 22, 2020, 4:24 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.