ବାରିପଦା: ଭିଜିଲାନ୍ସ ଟ୍ରାପରେ ଆଦିବାସୀ ଉନ୍ନୟନ ସଂସ୍ଥାର ସହକାରୀ ଯନ୍ତ୍ରୀ । ସହକାରୀ ଯନ୍ତ୍ରୀ ଦୁର୍ଗାମାଧବ ମିଶ୍ରଙ୍କ ବାରିପଦା ସ୍ଥିତ ସରକାରୀ କ୍ବାର୍ଟରରେ ଭିଜିଲାନ୍ସ ଚଢ଼ାଉ କରିଛି ।
ବାଲେଶ୍ବର, ବାରିପଦା, ଭଦ୍ରକ, କେନ୍ଦୁଝର, ଭୁବନେଶ୍ବର ସମେତ ସ୍ଥାନରେ ୫ଟି ଟିମକୁ ନେଇ ଚଢାଉ ଜାରିରହିଛି । ନୟାଗଡ଼ର ନିଜ ଘର, ବାରିପଦା ଭଡା ଘର, ଆଇଟିଡିଏ କାର୍ଯ୍ୟାଳୟ ସହ ଭୁବନେଶ୍ବର ସ୍ଥିତ ବାସଭବନରେ ହୋଇଛି ଚଢାଉ । ଯାଞ୍ଚ ପାଇଁ ଯିବା ବେଳେ ବାରିପଦାସ୍ଥିତ ଭଡା ଘରେ ତାଲା ଲାଗିଥିବା ଦେଖିବାକୁ ମିଳିଛି ।
ମୟୂରଭଞ୍ଜରୁ ମୃତ୍ୟୁଞ୍ଜୟ ସେନାପତି,ଇଟିଭି ଭାରତ