ରାଇରଙ୍ଗପୁର: ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ଉପଖଣ୍ଡର ବିଭିନ୍ନ ଲୌହଖଣି ଆଖପାଖ ଅଞ୍ଚଳରୁ ବେଆଇନ ଭାବେ ଲୁହାପଥର ଚୋରା ଚାଲାଣ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ରାଇରଙ୍ଗପୁର ଗ୍ରାମାଞ୍ଚଳ ଥାନା ପୋଲିସ ଦୁଇଟି ଲୁହାପଥର ବୋଝେଇ ଟ୍ରଲରକୁ ଧରିବାରେ ସଫଳ ହୋଇଛି।
ପଞ୍ଜାବ ରାଜ୍ୟର ରେଜିଷ୍ଟ୍ରେସନ ନମ୍ବର ଥିବା ଦୁଇଟି ଲୁହାପଥର ବୋଝେଇ ଟ୍ରଲର ବାଦାମପାହାଡ଼ରୁ ବେଆଇନ ଭାବରେ ପଶ୍ଚିମବଙ୍ଗର ହଳଦିଆକୁ ଚାଲାଣ ହେଉଥିବା ସୂଚନା ପାଇ ପୋଲିସ ପକ୍ଷରୁ ଚଢ଼ାଉ କରାଯାଇଥିଲା। ଦୁଇଟି ଟ୍ରଲରରେ ପାଖାପାଖି ୮୦ ଟନ୍ ଲୁହାପଥର ଥିବା ପୋଲିସ ଅନୁମାନ କରୁଥିଲା ।
ପରେ ୨୨୦ ନମ୍ବର ଜାତୀୟ ରାଜପଥ କାର୍ଗିଲ ଓ କାଦୁଆଣି ଛକରୁ ରାଇରଙ୍ଗପୁର ଗ୍ରାମଞ୍ଚଳ ଥାନା ପୋଲିସ ଦୁଇଟି ୨୨ ଚକିଆ ଟ୍ରଲରକୁ ଜବତ କରିଥିଲା । ଏଥିରେ ଦୁଇ ଗାଡ଼ି ଚାଳକଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଗିରଫ ଚାଳକ ଦ୍ବୟ ଉତ୍ତରପ୍ରଦେଶ ରାଜ୍ୟର ମୁଦାଶିର ଓ ମହମ୍ମଦ ମୁସଲିମ ବୋଲି ପୋଲିସ ସୂଚନା ଦେଇଛି।
ରାଇରଙ୍ଗପୁରରୁ ସଞ୍ଜୟ ପରିଡା, ଇଟିଭି ଭାରତ