ETV Bharat / state

କୋରୋନା ପାଇଁ ମାର୍ଚ୍ଚ 31 ଯାଏଁ ମୟୂରଭଞ୍ଜରେ ସତର୍କତା ପାଳିବାକୁ ନିର୍ଦ୍ଦେଶ

ସୋମବାର ଠାରୁ ମାର୍ଚ୍ଚ ୩୧ ପର୍ଯ୍ୟନ୍ତ ଜିଲ୍ଲାର ବିଭିନ୍ନ କ୍ଷେତ୍ରରେ କଟକଣା ଜାରି କରାଯାଇଛି । ଏନେଇ ମୟୁରଭଞ୍ଜ ଜିଲ୍ଲାପାଳ ଭିନିତ ଭରଦ୍ୱାଜ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି । ଅଧିକ ପଢନ୍ତୁ....

instructions-for-corona-continue-in-mayurbhanj
କୋରୋନା ପାଇଁ ମୟୁରଭଞ୍ଜରେ ନିର୍ଦ୍ଦେଶନାମା ଜାରି
author img

By

Published : Mar 16, 2020, 10:51 PM IST

ବାରିପଦା: ସାରା ବିଶ୍ଵରେ ଆତଙ୍କ ସୃଷ୍ଟି କରିଥିବା କୋରୋନା ଭାଇରସ ପାଇଁ ମୟୁରଭଞ୍ଜ ଜିଲ୍ଲା ପ୍ରଶାସନ ପକ୍ଷରୁ ଆଜି(ସୋମବାର)ଠାରୁ ମାର୍ଚ୍ଚ ୩୧ ପର୍ଯ୍ୟନ୍ତ ବିଭିନ୍ନ କ୍ଷେତ୍ରରେ କଟକଣା ଜାରି କରାଯାଇଛି । ଏନେଇ ମୟୁରଭଞ୍ଜ ଜିଲ୍ଲାପାଳ ଭିନିତ ଭରଦ୍ୱାଜ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ।

କୋରୋନା ପାଇଁ ମୟୁରଭଞ୍ଜରେ ନିର୍ଦ୍ଦେଶନାମା ଜାରି

କୋରୋନା ଭାଇରସ ପାଇଁ ଆଡଭାଇଜରି ଜାରି କରି ବାରିପଦା ସହର ସମେତ ଜିଲ୍ଲାର ରାଇରଙ୍ଗପୁର, ଉଦଳା, କରଞ୍ଜିଆରେ ଥିବା ସମସ୍ତ ମଲ ବନ୍ଦ ରଖିବା କିମ୍ବା ବିବାହ ତଥା ଅନ୍ୟ ଭୋଜିମାନଙ୍କୁ ନେଇ କଟକଣା ଜାରି କରିଛନ୍ତି । କୋରୋନା ଭୂତାଣୁ ସଂକ୍ରମଣକୁ ନଜରରେ ରଖି ଜିଲ୍ଲାବାସୀଙ୍କୁ ଏଥିଲାଗି ଅଯଥା ବ୍ୟସ୍ତ ନହେବାକୁ କହିଥିବା ବେଳେ ଏନେଇ ସମସ୍ତ ଜନସାଧାରଣଙ୍କୁ କୋରୋନା ମୁକାବିଲା ପାଇଁ ସହଯୋଗ କରିବା ପାଇଁ କହିଛନ୍ତି ।

ଜିଲ୍ଲା ପ୍ରଶାସନ ପକ୍ଷରୁ ଜିଲ୍ଲାରେ ହେବାକୁ ଥିବା ସାଂସ୍କୃତିକ କାର୍ଯ୍ୟକ୍ରମ ସହ ସମସ୍ତ ସ୍କୁଲ କଲେଜ, ବଡ ବଡ ସପିଙ୍ଗ ମଲ, ସିନେମା ହଲ ସବୁକୁ ଆସନ୍ତା ମାର୍ଚ୍ଚ ୩୧ ପର୍ଯ୍ୟନ୍ତ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦେଇଥିବା ବେଳେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ କୋରୋନା ସଂକ୍ରମିତ ରୋଗୀଙ୍କ ପାଇଁ ସ୍ୱତନ୍ତ୍ର ୱାର୍ଡର ବ୍ୟବସ୍ଥା କରାଯାଇଛି ବୋଲି କହିଛନ୍ତି ଜିଲ୍ଲାପାଳ । ଅନ୍ୟପକ୍ଷରେ ବିଦେଶରୁ ଆସୁଥିବା ଲୋକଙ୍କ ଉପରେ ନଜର ରଖିଛି ଜିଲ୍ଲା ପ୍ରଶାସନ।

ମୟୁରଭଞ୍ଜରୁ ମୃତ୍ୟୁଞ୍ଜୟ ସେନାପତି, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.