ରାଇରଙ୍ଗପୁର: ଆହାର କେନ୍ଦ୍ର ଖାଦ୍ୟରୁ ପୋକ ବାହାରିବା ନେଇ ଅଭିଯୋଗ । ଏଭଳି ଏକ ଅଭିଯୋଗ ଆସିଛି ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ସହରରେ ଥିବା ଏକ ଆହାର କେନ୍ଦ୍ରରୁ । ତେବେ ପ୍ରତ୍ୟେକ ଦିନ ଭଳି ଲୋକେ ଆହାର କେନ୍ଦ୍ରରୁ ଭାତ ଡାଲମା ଖାଉଥିବା ବେଳେ ଜଣେ ବ୍ୟକ୍ତିଙ୍କ ଭାତରୁ ପୋକ ବାହାରିଥିଲା ।
ଖାଦ୍ୟରୁ ପୋକ ବାହାରିବାକୁ ନେଇ ଆହାର କେନ୍ଦ୍ରରେ ଉତ୍ତେଜନା ପ୍ରକାଶ ପାଇଛି । ଅନ୍ୟପଟେ ନିମ୍ନ ମାନର ଖାଦ୍ୟ ସହିତ ପୋକଜୋକ ମିଶା ଖାଦ୍ୟ ଦେଉଥିବା ଓ ସଫାସୁତୁରା କରୁନଥିବାର ଅଭିଯୋଗ କରିଛନ୍ତି ସ୍ଥାନୀୟ ଲୋକେ। କିଛି ସମୟ ପାଇଁ ଆହାର କେନ୍ଦ୍ର ବନ୍ଦ କରିଦେଇଥିଲେ ଉତ୍ୟକ୍ତ ଲୋକେ। ତେବେ ଖବର ପାଇ ରାଇରଙ୍ଗପୁର ଟାଉନ ପୋଲିସ ଆହାର କେନ୍ଦ୍ରକୁ ଯାଇ ଉତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରି ପରିସ୍ଥିତିକୁ ନିୟନ୍ତ୍ରଣ କରିଥିଲେ।
ରାଇରଙ୍ଗପୁରରୁ ସଞ୍ଜୟ ପରିଡା, ଇଟିଭି ଭାରତ