ETV Bharat / state

ନିଶା ନିବାରଣ କେନ୍ଦ୍ରରେ ଅନ୍ତେବାସୀଙ୍କୁ ମାଡ ! ଥାନାରେ ଏତଲା

ରାଇରଙ୍ଗପୁରରେ ଥିବା ଏକ ନିଶା ନିବାରଣ କେନ୍ଦ୍ରରେ ନିଶା ନିବାରଣ କେନ୍ଦ୍ରରେ ଅନ୍ତେବାସୀଙ୍କୁ ମାଡ ଅଭିଯୋଗ ହୋଇଛି । ଅଧିକ ପଢନ୍ତୁ

author img

By

Published : May 9, 2023, 10:14 PM IST

inmates beaten at anti drug center
ନିଶା ନିବାରଣ କେନ୍ଦ୍ରରେ ଅନ୍ତେବାସୀଙ୍କୁ ମାଡ ଅଭିଯୋଗ

ରାଇରଙ୍ଗପୁର: ପୁଣି ନିଶା ନିବାରଣ କେନ୍ଦ୍ରରେ ଅନ୍ତେବାସୀଙ୍କୁ ମାଡ ମାରିବା ଅଭିଯୋଗ। ଗୁରୁତର ଅବସ୍ଥାରେ ପିଆରଏମ ହସ୍ପିଟାଲର ଆଇସିୟୁରେ ଭର୍ତ୍ତି ହୋଇଛନ୍ତି ନିଶା ନିବାରଣ ଅନ୍ତେବାସୀ । ରାଇରଙ୍ଗପୁରରେ ଥିବା ଏକ ନିଶା ନିବାରଣ କେନ୍ଦ୍ରରୁ ଆସିଛି ଏଭଳି ସଙ୍ଗିନ ଅଭିଯୋଗ।

ଅନ୍ତେବାସୀଙ୍କୁ ନିଶା ନିବାରଣ କେନ୍ଦ୍ରର ମାଲିକଙ୍କ ମାଡ ମାରିଥିବା ନେଇ ମୟୂରଭଞ୍ଜ ଜିଲ୍ଲାର ବାରିପଦା ଟାଉନ ଥାନାରେ ଲିଖିତ ଅଭିଯୋଗ ହୋଇଛି। ଅନ୍ତେବାସୀ ଜଣକ ଗୁରୁତର ଅବସ୍ଥାରେ ବାରିପଦା ପିଆରଏମ ହସ୍ପିଟାଲର ଆଇସିୟୁରେ ଭର୍ତ୍ତି ହୋଇଛି। ଗୁରୁତର ଆହତ ଅନ୍ତେବାସୀ ଜଣକ ହେଲେ ଝାଡଖଣ୍ଡ ରାଜ୍ୟ ବହଡାଗୋଡା ଅଞ୍ଚଳର ନିହାର ରଞ୍ଜନ ସିଟ(୪୦)।

ଏହା ବି ପଢନ୍ତୁ...କୁମ୍ବିଂ ବେଳେ ପୋଲିସ-ମାଓବାଦୀ ଗୁଳିବିନିମୟ, 3 ମାଓବାଦୀ ସଫା

ସୂଚନା ଅନୁଯାୟୀ,ନିହାରଙ୍କ ପରିବାର ଲୋକେ ତାଙ୍କୁ ବାରିପଦାର ବାରୁଣୀ ନିକଟସ୍ଥ ଉପଦେଷ୍ଟା ନିଶା ନିବାରଣ କେନ୍ଦ୍ରରେ ଗତ ଏପ୍ରିଲ ୨ ତାରିଖରେ ଭର୍ତ୍ତି କରିଥିଲେ। ତେବେ ସେଠାରେ ତାଙ୍କୁ ଜଣ୍ଡିସ ହୋଇଥିବା ନେଇ ପରିବାର ଲୋକଙ୍କୁ ଉକ୍ତ ନିଶା ନିବାରଣ କେନ୍ଦ୍ରର ମାଲିକ ଶାନ୍ତନୁ କୁମାର ଦାସ ସୂଚନା ଦେଇଥିଲେ। କିନ୍ତୁ ପରିବାର ଲୋକେ କେନ୍ଦ୍ରକୁ ଆସିଥିଲେ ମଧ୍ୟ ଭେଟିବାକୁ ଦିଆ ଯାଇନଥିଲା । କେବଳ ଚିକିତ୍ସା ନିମନ୍ତେ ବାରମ୍ବାର ଅର୍ଥ ନେଉଥିଲେ। ତେବେ ଆଜି ପରିବାର ଲୋକେ ଜୋର ଜବରଦସ୍ତ ଆସି କେନ୍ଦ୍ରରେ ନିହାରଙ୍କୁ ଭେଟିଥିଲେ। ନିହାରଙ୍କୁ ଚେତାଶୂନ୍ୟ ହୋଇ ପଡିଥିବା ସହ ତାଙ୍କୁ ମାଲିକ ଶାନ୍ତନୁ କୁମାର ଦାସ ମାଡ଼ ମାରିବାରୁ ଶରୀରରେ ଦାଗ ଥିବା ଦେଖିବାକୁ ପାଇଥିଲେ।

ଏହା ପରେ ତୁରନ୍ତ ତାଙ୍କୁ ବାରିପଦା ପିଆରଏମ ହସ୍ପିଟାଲରେ ଭର୍ତ୍ତି କରିବା ସହ ବାରିପଦା ଟାଉନ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଯାହାକୁ ନେଇ ଥାନାରେ କେସ ନମ୍ବର ୩୨୯/୨୩ରେ ମାମଲା ରୁଜୁ ହୋଇଛି । ଅଭିଯୁକ୍ତକୁ ଗିରଫ କରିବା ନେଇ ତଦନ୍ତ ଜାରି ରଖିଛନ୍ତି। ବାରିପଦାରେ ନିଶା ନିବାରଣ କେନ୍ଦ୍ର ଗୁଡିକ ଛତୁ ଫୁଟିଲା ପରି ଖୋଲିବାରେ ଲାଗିଛି। ଯାହାକୁ ନେଇ ବାରମ୍ବାର ଏହିପରି ଘଟଣା ଦେଖିବାକୁ ମିଳୁଛି। କିଛି ମାସ ପୂର୍ବରୁ କାଲିକାପୁର ଅଞ୍ଚଳରେ ଏକ ନିଶା ନିବାରଣ କେନ୍ଦ୍ରରେ ଅନ୍ତେବାସୀଙ୍କୁ ମାନସିକ ଓ ଶାରୀରିକ ନିର୍ଯ୍ୟାତନା ଦେଉଥିବାର ଭିଡ଼ିଓ ଭାଇରାଲ ହେବା ପରେ ଉକ୍ତ କେନ୍ଦ୍ରକୁ ବନ୍ଦ କରିବା ସହ ମାଲିକକୁ ଗିରଫ କରାଯାଇଥିଲା। ତେବେ ପୁନଶ୍ଚ ସମାନ ଘଟଣା ଘଟିଥିବା ଆଜି ଦେଖିବାକୁ ମିଳିଛି । ତେବେ ବାସ୍ତବରେ ଘଟଣାର କଣ ସତ୍ୟତା ରହିଛି ତାହା ତଦନ୍ତ ପରେ ଜଣାପଡିବ ।

ଇଟିଭି ଭାରତ, ମୟୂରଭଞ୍ଜ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.