ରାଇରଙ୍ଗପୁର: ଭାରତୀୟ ରେଲଓ୍ବେ ମାଲ ଗୋଦାମ ଶ୍ରମିକ ସଂଘର ବିଶାଳ ସମାବେଶ । ଏହି ସମାବେଶରେ ହଜାରରୁ ଉର୍ଦ୍ଧ୍ବ ଶ୍ରମିକଙ୍କ ଯୋଗଦାନ । ତେବେ ମୟୂରଭଞ୍ଜ ଜିଲ୍ଲାର ବାଦାମ ପାହାଡ ଠାରେ ଭାରତୀୟ ରେଲଓ୍ବେ ମାଲ୍ ଗୋଦାମ ଶ୍ରମିକ ସଂଘର ଏକ ବିଶାଳ ସମାବେଶ ହୋଇଯାଇଛି । ତେବେ ଉକ୍ତ ସମାବେଶରେ ଗୋରୁମହିଷାଣୀ, ରାଇରଙ୍ଗପୁର ଓ ବାଦାମପାହାଡ ମାଲ ଗୋଦାମ ସଂଘର ଶତାଧିକ ମହିଳା ଓ ପୁରୁଷ ଶ୍ରମିକ ଗଣ ଉପସ୍ଥିତ ଥିଲେ ।
ତେବେ ଏଥିରେ ମୁଖ୍ୟ ଅତିଥି ଭାବେ ଭାରତୀୟ ରେଲୱେ ମାଲଗୋଦାମ ଶ୍ରମିକ ସଂଘର ରାଷ୍ଟ୍ରୀୟ ପ୍ରଭାରୀ ମନୋରଞ୍ଜନ ପାଶ୍ବାନ ଯୋଗ ଦେଇଥିଲେ । ସମସ୍ତ ଶ୍ରମିକଙ୍କ ସହଯୋଗ ଲୋଡ଼ି ଶ୍ରମିକମାନଙ୍କ ସ୍ଥାୟୀ ନିଯୁକ୍ତି ସହ ସ୍ବାସ୍ଥ୍ୟ, ସୁରକ୍ଷା ଓ ଆର୍ଥିକ ବିକାଶ ବିଷୟରେ ସଂଘ ତରଫରୁ ଗୁରୁତ୍ବ ଦିଆଯାଇଥିବାବେଳେ ସଦାସର୍ବଦା ସରକାରଙ୍କ ନିକଟରେ ଏନେଇ ଦାବି ଉପସ୍ଥାପନ କରାଯିବ ବୋଲି ସେ କହିଛନ୍ତି ।
ଅନ୍ୟପଟେ, ସମ୍ମାନିତ ଅତିଥି ଭାବେ ବିଜେଡି ରାଜ୍ୟ ସମ୍ପାଦକ ମହେଶ ହେମ୍ବ୍ରମ, ଝାଡ଼ଖଣ୍ଡ ରେଲୱେ ଡ଼ିଭିଜନର ମହାମନ୍ତ୍ରୀ ଇନ୍ଦ୍ରଜିତ ଘୋଷାଲ, ପୂର୍ବତଟ ରେଳବାଇ ସଂଘ ସଦସ୍ୟ ମନୋରଞ୍ଜନ ବେହେରା, ଆସାମ ପ୍ରଭାରୀ ଧନଟେକା ବାବୁ, ଖଡ଼ଗପୁର ରେଲୱେ ମାଲ ଗୋଦାମ ସଂଘର କର୍ମଚାରୀ ରାଜୀବ ଘୋଷାଲ, ଚକ୍ରଧରପୁର ଡିଭିଜନର ସଭାପତି ସୁଜନ କୁମାର ରାୟ, ଉପ ସଭାପତି ସୁବ୍ରତ ଶର୍ମା, ପ୍ରମୁଖ ଶ୍ରମିକ ମାନଙ୍କ ନ୍ୟାର୍ଯ୍ୟ ଅଧିକାର ସମ୍ପର୍କରେ ମତାମତ ଦେଇଥିଲେ ।
ସେହି ସମାବେଶର ସଭାମଞ୍ଚରେ ରାଇରଙ୍ଗପୁର, ଗୋରୁମହିଷାଣୀ ଓ ବାଦାମପାହାଡ଼ ରେଲୱେ ମାଲ୍ ଗୋଦାମ ସଂଘର କାର୍ଯ୍ୟକାରୀ ସଦସ୍ୟଙ୍କୁ ଅତିଥି ମାନେ ଉତ୍ତରୀୟ ଓ ଫୁଲତୋଡ଼ା ଦେଇ ସମ୍ମାନୀତ କରିଥିଲେ । ଅନ୍ୟପଟେ ଗୋରୁମହିଷାଣୀ, ବାଦାମପାହାଡ଼ ଓ ରାଇରଙ୍ଗପୁର ରେଲୱେ ମାଲଗୋଦାମ ଶ୍ରମିକ ସଂଘର ସମସ୍ତ ସଦସ୍ୟ ଉପସ୍ଥିତ ରହି ଏହି ବିଶାଳ ସମାବେଶ ପରିଚାଳନା କରିବାରେ ସହଯୋଗ କରିଥିଲେ ।
ଏନେଇ ଭାରତୀୟ ରେଲୱେ ମାଲଗୋଦାମ ଶ୍ରମିକ ସଂଘର ରାଷ୍ଟ୍ରୀୟ ପ୍ରଭାରୀ ମନୋରଞ୍ଜନ ପାଶ୍ବାନ କହିଛନ୍ତି ଯେ, "ପୁରା ଭାରତର ମାଲ ଗୋଦାମଗୁଡିକୁ ଯାଇ ସେମାନଙ୍କ ସମସ୍ୟା ବୁଝିବା ସହ ସେହି ସମସ୍ୟାର ସମାଧାନ ନେଇ ସରକାରଙ୍କ ନିକଟରେ ଏନେଇ ଦାବି ଉପସ୍ଥାପନ କରାଯିବ ।" ଏଥିସହ ଶ୍ରମିକଙ୍କ ସ୍ଥାୟୀ ନିଯୁକ୍ତି, ମେଡିକାଲ ସୁବିଧା ସହସୁରକ୍ଷା ଓ ଆର୍ଥିକ ବିକାଶ ବିଷୟରେ ସଂଘ ତରଫରୁ ଗୁରୁତ୍ବ ଦିଆଯିବା ନେଇ ଏହି ବିଶାଳ ସମାବେଶ ହୋଇଥିବା ନେଇ ରାଷ୍ଟ୍ରୀୟ ପ୍ରଭାରୀ ମନୋରଞ୍ଜନ ପାଶ୍ବାନ ସୂଚନା ଦେଇଛନ୍ତି ।
ଇଟିଭି ଭାରତ, ରାଇରଙ୍ଗପୁର