ETV Bharat / state

ବେଆଇନ ଚୋରା କାଠ ଚାଲାଣ, ବୋଲେରୋ ସହ ଲକ୍ଷାଧିକ ଟଙ୍କାର ସାଇଜ କାଠ ଜବତ

ସରକାରୀ ଷ୍ଟିକର ଲାଗିଥିବା ଗାଡ଼ିରେ ବେଆଇନ ଚୋରା କାଠ ଚାଲାଣ । ଚାଲାଣବେଳେ ବୋଲେରୋ ସହିତ ଲକ୍ଷାଧିକ ଟଙ୍କାର ସାଇଜ କାଠ ଜବତ ।

author img

By

Published : Sep 24, 2020, 6:23 PM IST

ବେଆଇନ ଚୋରା କାଠ ଚାଲାଣ, ବୋଲେରୋ ସହ ଲକ୍ଷାଧିକ ଟଙ୍କାର ସାଇଜ କାଠ ଜବତ
ବେଆଇନ ଚୋରା କାଠ ଚାଲାଣ, ବୋଲେରୋ ସହ ଲକ୍ଷାଧିକ ଟଙ୍କାର ସାଇଜ କାଠ ଜବତ

ରାଇରଙ୍ଗପୁର: ସରକାରୀ ଷ୍ଟିକର ଲାଗିଥିବା ଗାଡ଼ିରେ ବେଆଇନ ଚୋରା କାଠ ଚାଲାଣ । ଚାଲାଣବେଳେ ବୋଲେରୋ ସହିତ ଲକ୍ଷାଧିକ ଟଙ୍କାର ସାଇଜ କାଠ ଜବତ ।

ମୟୂରଭଞ୍ଜ କରଞ୍ଜିଆ ବନଖଣ୍ଡ ଅନ୍ତର୍ଗତ ଦୁଧୁଆଣି ରେଞ୍ଜର ନାକୁଡ଼ା ଗାଁ ନିକଟରେ ଏକ ସାଇଜ କାଠ ଭର୍ତ୍ତି ସରକାରୀ ଷ୍ଟିକର (NESCO) ଲାଗିଥିବା ବୋଲେରୋକୁ ଗୋଡ଼ାଇ ଗୋଡ଼ାଇ ଦୁଧିଆଣି ରେଞ୍ଜ ଅଧିକାରୀ ସରୋଜ ପଣ୍ଡା ଏବଂ ତାଙ୍କ ଟିମ ଗାଡିକୁ ଧରିବାରେ ସକ୍ଷମ ହୋଇଥିଲେ । ତେବେ ବୋଲେରୋ ଚାଳକ କୌଶଳ କ୍ରମେ ଫେରାର ହେବାରେ ସଫଳ ହୋଇ ଯାଇଥିଲା ।

ବେଆଇନ ଚୋରା କାଠ ଚାଲାଣ

ବୁଧବାର ଏକ ବେଆଇନ ଟ୍ରକ ବୋଡି ନିର୍ମାଣ କାରଖାନାରେ ବେଆଇନ ଭାବେ ଲକ୍ଷାଧିକ ଟଙ୍କାର ସାଇଜ କାଠ ଗଚ୍ଛିତ ରଖିଥିବାବେଳେ କରଞ୍ଜିଆ ବନଖଣ୍ଡର ଏକ ସ୍ୱତନ୍ତ୍ର ଟିମ ଚଢାଉ କରି ଲକ୍ଷାଧିକ ଟଙ୍କାର ସାଇଜ କାଠ ଜବତ କରିଥିବାବେଳେ ଗୁରୁବାର ପୁଣି ଏକ ବୋଲେରୋ ଭର୍ତ୍ତି ସାଇଜ କାଠ ଜବତ କରିଛି ବନବିଭାଗ ।

ଏପରି ବେଆଇନ ଚୋରା କାଠ ଚାଲାଣ ଦିନକୁ ଦିନ ଵୃଦ୍ଧି ପାଉଥିବାବେଳେ ବନବିଭାଗ କୁମ୍ଭକର୍ଣ୍ଣ ନିଦ୍ରାରେ ଥିବାରୁ ଏପରି ବେଆଇନ ବୋଡି ଗ୍ୟାରେଜ ସହିତ ଚୋରା କାଠ ଚାଲାଣକାରୀ ଦିନକୁ ଦିନ ସକ୍ରିୟ ହୋଇ ଏପରି ବେଆଇନ ଚୋରିରେ ସାମିଲ ହୋଇ ଜଙ୍ଗଲ ସଫା କରି ସାରିଲେଣି । ତଥାପି ବନବିଭାଗ ଏଥିପ୍ରତି କୌଣସି ପ୍ରକାର କଠୋର ପଦକ୍ଷେପ ଗ୍ରହଣ କରୁ ନ ଥିବାରୁ ଏବେ ଚିନ୍ତାରେ ପରିବଶେବିତ୍। ଗତ ଦୁଇ ଦିନ ମଧ୍ୟରେ ବନବିଭାଗ ତତ୍ପରତା ଦେଖାଇ ଏକ ବଡ଼ ସଫଳତା ହାସଲ କରିପାରିଛି ।

ରାଇରଙ୍ଗପୁରରୁ ସଞ୍ଜୟ କୁମାର ପରିଡା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.