ETV Bharat / state

ମୁଁ ବାରିପଦାକୁ ଭଲପାଏ ସେଲଫି କର୍ଣ୍ଣର ଉଦଘାଟନ କଲେ ଜିଲ୍ଲାପାଳ

author img

By

Published : Nov 12, 2020, 4:37 AM IST

ମୟୂରଭଞ୍ଜ ଜିଲ୍ଲାର କଳା ଓ ସଂସ୍କୃତି ସମ୍ପନ୍ନ ଐତିହାସିକ ସହର ବାରିପଦା । ଭଞ୍ଜପୁରସ୍ଥିତ ବିଜୁ ପଟ୍ଟନାୟକ ପାର୍କରେ ଆଇ ଲଭ ବାରିପଦା ସେଲ୍ଫି କର୍ଣ୍ଣରକୁ ଉଦଘାଟନ କଲେ ମୟୂରଭଞ୍ଜ ଜିଲ୍ଲାପାଳ । ଅଧିକ ପଢ଼ନ୍ତୁ...

i love baripada selfi corner
ମୁଁ ବାରିପଦାକୁ ଭଲପାଏ ସେଲଫି କର୍ଣ୍ଣର ଉଦଘାଟନ କଲେ ଜିଲ୍ଲାପାଳ

ବାରିପଦା: ଆଇ ଲଭ ବାରିପଦା ସେଲଫି କର୍ଣ୍ଣର ଉଦଘାଟନ କଲେ ଜିଲ୍ଲାପାଳ । କଳା ସଂସ୍କୃତି ସମ୍ପର୍ନ୍ନ ଐତିହାସିକ ବାରିପଦା ସହରକୁ ସ୍ବଚ୍ଛ ଓ ସୁନ୍ଦର କରିବା ପାଇଁ ସରକାରୀ ଯୋଜନାରେ ଜିଲ୍ଲା ପ୍ରସାଶନ ଏବଂ ପୌରପରିଷଦ ଆନୁକୁଲ୍ୟରେ ବିଭିନ୍ନ କାର୍ଯ୍ୟକ୍ରମ କରାଯାଉଛି ।

ବାରିପଦା ସହରକୁ ଅଧିକ ସୁନ୍ଦର ଏବଂ ଯୁବ ସମାଜକୁ ଆକୃଷ୍ଠ କରିବା ପାଇଁ ବୁଧବାର ବାରିପଦା ଭଞ୍ଜପୁର ସ୍ଥିତ ବିଜୁ ପଟ୍ଟନାୟକ ପାର୍କ ସମ୍ମୁଖରେ ଆଇ ଲଭ ବାରିପଦା ନାମରେ ଏକ ସେଲଫି କର୍ଣ୍ଣର ଉଦଘାଟିତ ହୋଇଯାଇଛି । ବାରିପଦା ପୌରପରିଷଦ ଆନୁକୁଲ୍ୟରେ ଆୟୋଜିତ କାର୍ଯ୍ୟକ୍ରମରେ ମୟୂରଭଞ୍ଜ ଜିଲ୍ଲାପାଳ ବିନୀତ ଭରଦ୍ବାଜ, ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ସ୍ମିଥ ପି. ପରମାର , ବାରିପଦା ଉପଜିଲ୍ଲାପାଳ ତଥା ପୌରନିର୍ବାହୀ ଅଧିକାରୀ ପି. ଅନ୍ବେଷା ରେଡ୍ଡି ପ୍ରମୁଖ ଯୋଗଦେଇ ସେଲଫି କର୍ଣ୍ଣରକୁ ଉଦଘାଟନ କରିଥିଲେ । ଏହା ବାରିପଦା ସହରର ସୌନ୍ଦର୍ଯ୍ୟକୁ ବୃଦ୍ଧି କରିବା ସହିତ ଏହି ସେଲଫିକର୍ଣ୍ଣର ଯୁବପିଢୀଙ୍କୁ ଆକୃଷ୍ଟ କରିବ ବୋଲି ଅତିଥି ମାନେ କହିଛନ୍ତି ।

ମୟୂରଭଞ୍ଜରୁ ମୃତ୍ୟୁଞ୍ଜୟ ସେନାପତି, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.