ETV Bharat / state

ସ୍ତ୍ରୀ ହତ୍ୟା ଅଭିଯୋଗରେ ସ୍ୱାମୀକୁ ଆଜୀବନ କାରାଦଣ୍ଡ

author img

By

Published : May 11, 2022, 7:03 AM IST

ସ୍ତ୍ରୀକୁ ଲୁହା ରଡରେ ମାରି ଘରେ ନିଆଁ ଲଗାଇ ଦେଇଥିବା ଅଭିଯୋଗରେ ଦୀର୍ଘ ସାଢେ ୪ବର୍ଷ ପରେ ସ୍ବାମୀଙ୍କୁ ମିଳିଲା ଆଜୀବନ କାରାଦଣ୍ଡ । ଅଧିକ ପଢ଼ନ୍ତୁ

ସ୍ତ୍ରୀକୁ ହତ୍ୟା ଅଭିଯୋଗରେ ସ୍ୱାମୀକୁ ଆଜୀବନ କାରାଦଣ୍ଡ

ବାରିପଦା : ସ୍ତ୍ରୀ ଶାନ୍ତି ସିଂଙ୍କୁ ଲୁହା ରଡ୍ ଯୋଗେ ହତ୍ୟା କରି ଦୁଇ ପିଲାଙ୍କୁ ଘରୁ ବାହାରକୁ ନେଇ ଆସି ଘରେ ନିଆଁ ଲଗାଇ ଦେଇଥିଲା ସ୍ବାମୀ । ପରେ ବାଙ୍ଗିରିପୋଷି ଥାନାରେ ନିଆଁରେ ପୋଡ଼ି ସ୍ତ୍ରୀକୁ ହତ୍ୟା କରିଥିବା ନେଇ ଆତ୍ମସମର୍ପଣ କରିଥିିଲା ଅଭିଯୁକ୍ତ ସ୍ୱାମୀ ଲାଲ ମୋହନ ସିଂ ।

ଲାଲ ମୋହନ ଏବଂ ଶାନ୍ତି ଭଲପାଇ ବିବାହ କରିଥିଲେ । କିନ୍ତୁ ପରବର୍ତ୍ତୀ ସମୟରେ ତାଙ୍କ ମଧ୍ୟରେ ଘରୋଇ କଳି ଆରମ୍ଭ ହୋଇଥିଲା । ଯାହାକୁ ନେଇ ଅଭିଯୁକ୍ତ ଲାଲ ମୋହନ ସ୍ତ୍ରୀ ଶାନ୍ତିଙ୍କୁ ହତ୍ୟା କରିଥିଲେ । ଏହି ଘଟଣାରେ ବାଙ୍ଗିରିପୋଷି ପୋଲିସ ମାମଲା ରୁଜୁ କରିଥିଲା ।

ଆଜି ସମସ୍ତ ସାକ୍ଷୀ ପ୍ରମାଣକୁ ଭିତ୍ତି କରି ଜିଲ୍ଲା ଦୌରା ଜଜ୍ ଦଫା ୪୯୮ଏ, ୩୦୨, ୪୩୬, ୨୦୧ ଆଇ.ପି.ସି ଅନୁସାରେ ଅଭିଯୁକ୍ତ ଲାଲ ମୋହନ ସିଂ ଙ୍କୁ ୭୫/୧୮ରେ ଆଜୀବନ କାରାଦଣ୍ଡାଦେଶ ଦେବା ସହ ୧୦ ହଜାର ଟଙ୍କା ଜୋରିମାନା କରିଥିବାର ସରକାରୀ ଓକିଲ ସସ୍ମିତା ମହାପାତ୍ର ସୂଚନା ଦେଇଛନ୍ତି ।

ମୟୂରଭଞ୍ଜରୁ ମୃତ୍ୟୁଞ୍ଜୟ ସେନାପତି, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.