ETV Bharat / state

ତରକାରୀ ଦେବାରେ ବିଳମ୍ବ କରିବାରୁ ସ୍ଵାମୀର ନାରକୀୟ କାଣ୍ଡ

author img

By

Published : Feb 14, 2020, 3:15 PM IST

ସ୍ତ୍ରୀକୁ କାଠ ଫାଳିଆରେ ପିଟି ପିଟି ହତ୍ୟା କରିଛି ସ୍ବାମୀ। ଏଭଳି ଏକ ବର୍ବର ହତ୍ୟାକାଣ୍ଡ ଘଟିଛି ମୟୁରଭଞ୍ଜ ଜିଲ୍ଲା ଉଦଳା ଥାନା ଖଡିକାଶୋଳ ଗ୍ରାମରେ ।

baripada
ସ୍ଵାମୀର ନାରକୀୟ କାଣ୍ଡ

ବାରିପଦା: ପାରିବାରିକ କଳହକୁ ନେଇ ସ୍ବାମୀର ନାରକୀୟ କାଣ୍ଡ । ସ୍ତ୍ରୀକୁ କାଠ ଫାଳିଆରେ ପିଟି ପିଟି ହତ୍ୟା କରିଛି ସ୍ବାମୀ । ଏଭଳି ଏକ ବର୍ବର ହତ୍ୟାକାଣ୍ଡ ଘଟିଛି ମୟୁରଭଞ୍ଜ ଜିଲ୍ଲା ଉଦଳା ଥାନା ଖଡିକାଶୋଳ ଗ୍ରାମରେ। ସାମାନ୍ୟ କଥାକୁ ନେଇ ଉଭୟ ସ୍ବାମୀ-ସ୍ତ୍ରୀଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା । ଯାହାକୁ ନେଇ ଏହି ଜଘନ୍ୟ ହତ୍ୟାକାଣ୍ଡ ଘଟିଥିବା ଜଣାପଡିଛି।

ସ୍ତ୍ରୀକୁ ଅତି ନିର୍ମମ ଭାବେ କାଠ ଫାଳିଆରେ ପିଟି ପିଟି ହତ୍ୟା କରିଛି ସ୍ଵାମୀ । ଅଭିଯୁକ୍ତ ସ୍ବାମୀ ଗଦାଧର ଭକ୍ତା ଗାଁ ହାଟରୁ ଫେରିବା ପରେ ସ୍ତ୍ରୀକୁ ଖାଇବାକୁ ମାଗିଥିଲେ । ସ୍ତ୍ରୀ ଦୁଖୀ ଭକ୍ତା ଖାଇବା ଦେଇଥିଲେ ତେବେ ତରକାରୀ ଦେବାରେ ବିଳମ୍ବ ହେବାରୁ ସ୍ବାମୀ ଉତକ୍ଷିପ୍ତ ହୋଇ ଏକ କାଠ ଫାଳିଆରେ ଦୁଃଖୀର ଅତି ନିର୍ମମ ଭାବେ ବାଡେଇଥିଲା ଗଦାଧର ।

ସ୍ଵାମୀର ନାରକୀୟ କାଣ୍ଡ

ପରେ ସ୍ତ୍ରୀ ଗୁରୁତର ହୋଇପଡ଼ିବାରୁ ତାକୁ ଚିକିତ୍ସା ନିମନ୍ତେ ଉଦଳା ଡାକ୍ତରଖାନାରେ ଭର୍ତ୍ତି କରିଥିଲା । ହେଲେ ଡାକ୍ତରଖାନାରେ ତାଙ୍କର ମୃତ୍ୟୁ ହୋଇଛି। ଯାହାକୁ ନେଇ ଉଦଳା ପୋଲିସ ଅଭିଯୁକ୍ତ ସ୍ଵାମୀ ଗଦାଧରକୁ ଥାନାରେ ଅଟକ ରଖି ତଦନ୍ତ ଜାରି ରଖିଛି । ଅନ୍ୟପଟେ ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ନିମନ୍ତେ ପଠାଇଛି ପୋଲିସ ।

ମୟୁରଭଞ୍ଜରୁ ମୃତ୍ୟୁଞ୍ଜୟ ସେନାପତି, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.