ETV Bharat / state

ପଡୋଶୀଙ୍କ ଠେଙ୍ଗା ମାଡ଼ରେ ସ୍ତ୍ରୀ'ଙ୍କ ପାଇଁ ଜୀବନ ହାରିଲେ ସ୍ବାମୀ - ଜୀବନ ହାରିଲେ ସ୍ବାମୀ

ପଡୋଶୀଙ୍କୁ ଠେଙ୍ଗାରେ ପିଟିପିଟି ହତ୍ୟା ପରେ ମୟୂରଭଞ୍ଜ ଜିଲ୍ଲା ଯଶୀପୁର ଥାନା ଅଞ୍ଚଳରେ ଚାଞ୍ଚଲ୍ୟ । ଅଧିକ ପଢନ୍ତୁ...

Husband loses life for wife at Rairangpur
ପଡୋଶୀଙ୍କ ଠେଙ୍ଗା ମାଡ଼ରେ ସ୍ତ୍ରୀ'ଙ୍କ ପାଇଁ ଜୀବନ ହାରିଲେ ସ୍ବାମୀ
author img

By

Published : Oct 16, 2021, 8:56 PM IST

ରାଇରଙ୍ଗପୁର: ନିଜ ସ୍ତ୍ରୀକୁ ରକ୍ଷା କରିବାକୁ ଯାଇ ଠେଙ୍ଗା ମାଡ଼ରେ ଜୀବନ ହାରିଲେ ସ୍ବାମୀ । ପଡୋଶୀଙ୍କୁ ଠେଙ୍ଗାରେ ପିଟିପିଟି ହତ୍ୟା ପରେ ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ।

ଏପରି ଏକ ଅଭାବନୀୟ ଘଟଣା ଘଟିଛି ମୟୂରଭଞ୍ଜ ଜିଲ୍ଲା ଯଶୀପୁର ଥାନା ଅନ୍ତର୍ଗତ ଧୁଡୁକୁ ଗ୍ରାମରେ। ସୂଚନା ଅନୁଯାୟୀ, ଧୁଡୁକୁ ଗ୍ରାମର ମାଧବ ଚନ୍ଦ୍ର ନାଏକ ଓ ତାଙ୍କ ପଡୋଶୀ ମାଧବ ନାଏକଙ୍କ ମଧ୍ୟରେ କୌଣସି କାରଣରୁ ବଚସା ହୋଇଥିଲା । ସ୍ଥିତି ଏପରି ହୋଇଥିଲା ଯେ ନିଜ ରାଗ ଉପରେ ନିୟନ୍ତ୍ରଣ ହରାଇଥିଲେ ଅଭିଯୁକ୍ତ ମାଧବ ଚନ୍ଦ୍ର ।

ଜୋର୍‌ରେ ରାଗିଯାଇ ମାଧବ ଚନ୍ଦ୍ର ଏକ ଠେଙ୍ଗା ସାହାଯ୍ୟରେ ପଡୋଶୀ ମାଧବଙ୍କ ସ୍ତ୍ରୀଙ୍କୁ ମାରିବାକୁ ଗୋଡାଇଥିଲେ। ଏହା ଦେଖି ସ୍ବାମୀ ମାଧବ ବାଧା ଦେବାରୁ ଅଭିଯୁକ୍ତ ମାଧବ ଚନ୍ଦ୍ର ନାଏକ ଧରିଥିବା ଠେଙ୍ଗାରେ ପଡୋଶୀଙ୍କ ମୁଣ୍ଡରେ ଶକ୍ତ ପ୍ରହାର କରିଥିଲେ ।

ଘଟଣାସ୍ଥଳରେ ହିଁ ରକ୍ତାକ୍ତ ଅବସ୍ଥାରେ ମାଧବର ମୃତ୍ୟୁ ଘଟିଥିଲା। ଖବର ପାଇ ଯଶୀପୁର ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ମାଧବର ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ କରଞ୍ଜିଆ ଡ଼ାକ୍ତରଖାନାକୁ ପଠାଇଥିଲେ। ଏଥିସହ ଅଭିଯୁକ୍ତ ମାଧବ ଚନ୍ଦ୍ର ନାଏକକୁ ଗିରଫ କରିଛି ।

ରାଇରଙ୍ଗପୁରରୁ ସଞ୍ଜୟ କୁମାର ପରିଡା, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.