ETV Bharat / state

Black Magic Suspicion; ଗୁଣିଗାରେଡି ସନ୍ଦେହରେ ସ୍ବାମୀକୁ ହତ୍ୟା, ସ୍ତ୍ରୀ ଗୁରୁତର

author img

By

Published : Nov 27, 2021, 1:54 PM IST

ଗୁଣିଗାରେଡି ସନ୍ଦେହରେ ସ୍ବାମୀ-ସ୍ତ୍ରୀ ଶୋଇଥିବା ସମୟରେ ଟାଙ୍ଗିଆରେ ଆକ୍ରମଣ (Murder in Mayurbhanj) । ସ୍ବାମୀ ମୃତ, ସ୍ତ୍ରୀ ଗୁରୁତର । ଅଧିକ ପଢନ୍ତୁ

Superstition Suspect: ଗୁଣିଗାରେଡି ସନ୍ଦେହରେ ସ୍ବାମୀକୁ ହତ୍ୟା, ସ୍ତ୍ରୀ ଗୁରୁତର

ରାଇରଙ୍ଗପୁର: ଗୁଣିଗାରେଡି ସନ୍ଦେହରେ(Murder for Black Magic Suspicion) ସ୍ବାମୀ-ସ୍ତ୍ରୀ ଶୋଇଥିବା ସମୟରେ ଟାଙ୍ଗିଆରେ ଆକ୍ରମଣ । ଘଟଣାସ୍ଥଳରେ ସ୍ବାମୀଙ୍କ ମୃତ୍ୟୁ ଘଟି ଥିବାବେଳେ ସ୍ତ୍ରୀ ଗୁରୁତର ଆହତ। । ଏପରି ଏକ ଅଭାବନୀୟ ଘଟଣା ଘଟିଛି ମୟୂରଭଞ୍ଜ ଜିଲ୍ଲା ବହଳଦା ଥାନା ଅନ୍ତର୍ଗତ ଜଗନ୍ନାଥପୁର ଗ୍ରାମରେ ।

ମୃତ ବ୍ୟକ୍ତି ଜଣକ ହେଲେ ମାନସିଂ ସୋରେନ । ମୃତକଙ୍କ ସ୍ତ୍ରୀ ତଥା ଗୁରୁତର ଆହତ ହୋଇଥିବା ସାଲହୋମଣି ସୋରେନଙ୍କୁ ଅଧିକ ଚିକିତ୍ସା ପାଇଁ ବାରିପଦା ମେଡିକାଲ କଲେଜରେ ଭର୍ତ୍ତି କରାଯାଇଛି । ସୂଚନା ଅନୁଯାୟୀ, ଗତକାଲି(ଶୁକ୍ରବାର) ବିଳମ୍ବିତ ରାତିରେ ଉଭୟ ସ୍ବାମୀ-ସ୍ତ୍ରୀ ଶୋଇଥିବା ସମୟରେ ୩ ଜଣ ମୁଖାପିନ୍ଧା ଦୁର୍ବୃତ୍ତ ଉଭୟ ସେମାନଙ୍କୁ ଟାଙ୍ଗିଆରେ ଆକ୍ରମଣ କରି ଫେରାର ହୋଇ ଯାଇଥିଲେ । ଘଟଣାସ୍ଥଳରେ ମାନସିଂଙ୍କ ମୃତ୍ୟୁ ଘଟିଥିଲା । ଗୁରୁତର ଅବସ୍ଥାରେ ସାମହୋମଣିଙ୍କୁ ପରିବାର ଏବଂ ସ୍ଥାନୀୟ ଲୋକେ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରିଥିଲେ ।

ଦୁର୍ବୃତ୍ତମାନେ ସେମାନଙ୍କୁ ଧାରୁଆ ଅସ୍ତ୍ର କିମ୍ବା ଟାଙ୍ଗିଆ ସାହାଯ୍ୟରେ ଆକ୍ରମଣ କରିଥିବା ମୃତକଙ୍କ ପୁଅ ସୂଚନା ଦେଇଛନ୍ତି । ବାପା-ମାଆଙ୍କୁ ବଞ୍ଚେଇବାକୁ ଯାଇ ନବମ ଶ୍ରେଣୀରେ ପଢୁଥିବା ପୁଅର ହାତ ଆଙ୍ଗୁଠି କଟି ଯାଇଥିବା ଜଣାପଡିଛି । ଖବର ପାଇ ବହଳଦା ଥାନା ପୋଲିସ, ରାଇରଙ୍ଗପୁର SP, ରାଇରଙ୍ଗପୁର SDPO ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି । ପାରିପାର୍ଶ୍ବିକ ସ୍ଥିତିରୁ ଗୁଣିଗାରେଡି ସନ୍ଦେହରେ ହତ୍ୟା କରାଯାଇଥିବା ପୋଲିସ ଅନୁମାନ କରୁଛି । ବାରିପଦାରୁ ମଧ୍ୟ ସାଇଣ୍ଟିଫିକ ଟିମ୍ ଆସି ତଦନ୍ତ କରୁଛନ୍ତି । ତଦନ୍ତ ପରେ ହତ୍ୟାର ସତ୍ୟାସତ୍ୟ ସାମ୍ନାକୁ ଆସିବ ।

ରାଇରଙ୍ଗପୁରରୁ ସଞ୍ଜୟ କୁମାର ପରିଡା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.