ETV Bharat / state

ଦନ୍ତାହାତୀ ଶିକାର ପରେ ବିରଳ କଳାବାଘର ସନ୍ଦେହଜନକ ମୃତ୍ୟୁ

author img

By

Published : May 1, 2023, 10:35 PM IST

ଶିକାରୀ ଶିମିଳିପାଳ ଅଭୟାରଣ୍ୟରେ ହାତୀକୁ ହତ୍ୟା କରି ଦାନ୍ତ କାଟି ନେବା ପରେ ଭୁବନେଶ୍ବରରୁ ଡିସିଏଫ ଙ୍କ ସହିତ ଜେଟିଏଫ ଦଳ ତଦନ୍ତ ଆରମ୍ଭ। ଅଧିକ ପଢନ୍ତୁ

hunter killed elephant
hunter killed elephant
hunter killed rare melanistic tiger

ରାଇରଙ୍ଗପୁର : ଶିମିଳିପାଳ ଅଭୟାରଣ୍ୟରେ ହାତୀକୁ ହତ୍ୟାପରେ ଦାନ୍ତ କାଟି ନେଇଗଲେ ଶିକାରୀ । ଏହି ଖବର ଆସିବା ପରେ ଭୁବନେଶ୍ବର ରୁ ଡି.ସି.ଏଫ ଙ୍କ ସହିତ ଜେ.ଟି.ଏଫ ଦଳ ତଦନ୍ତ ଆରମ୍ଭ କରିଛନ୍ତି। ହେଲେ ନ ପାହୁଣୁ ଏକ ବିରଳ କଳାବାଘର ମୃତ୍ୟୁ ଖବର ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ଯେଉଁ କଳାବାଘକୁ ନେଇ ଶିମିଳିପାଳ ସାରା ବିଶ୍ୱରେ ନିଜର ଅନନ୍ୟ ପରିଚୟ ସୃଷ୍ଟି କରିଛି । ସେହି କେତୋଟି ହାତଗଣତି କଳା ବାଘ ମଧ୍ୟ ଆଜି ସୁରକ୍ଷିତ ନାହାନ୍ତି। ଶିମିଳିପାଳ ଅଭୟାରଣ୍ୟ କୋର ଏରିଆରେ କଳା ମହାବଳ ବାଘର ମୃତ୍ୟ ଘଟିଥିବା ବେଳେ ମୃତ ବାଘର ବୟସ ସାଢ଼େ ୩ବର୍ଷ ବୋଲି ଅନୁମାନ କରାଯାଉଛି। ଏନେଇ ପିସିସିଏଫ ସୁଶୀଲ କୁମାର ପପଲି ସବିଶେଷ ସୂଚନା ଦେଇଛନ୍ତି।

ଦୁଇ ବାଘ ମଧ୍ୟରେ ଲଢେ଼ଇ ହେବାରୁ ମୃତ୍ୟୁ ଘଟିଥିବା ନେଇ ବିଭାଗ ପକ୍ଷରୁ ସନ୍ଦେହ କରାଯାଉଛି। ତେବେ ଉଚ୍ଚସ୍ତରୀୟ ଅଧିକାରୀଙ୍କୁ ନେଇ ଟାସ୍କଫୋର୍ସ ଟିମ ଗଠନ କରି ତଦନ୍ତ କରାଯିବ ବୋଲି ସୂଚନା ମିଳିଛି। ଦନ୍ତାହାତୀ ମୃତ୍ୟୁ ଘଟଣାରେ ଶିମିଳିପାଳର ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପ ନିର୍ଦେଶକ ତଥା ଆଞ୍ଚଳିକ ମୁଖ୍ୟ ବନ ସଂରକ୍ଷକ ପ୍ରକାଶ ଚାନ୍ଦ ଗୋଗନେନୀ ସଦଳବଳେ ଜଙ୍ଗଲ ଆଭ୍ୟନ୍ତରଣକୁ ଯାଇଥିବାରୁ ମତାମତ ମିଳି ପାରିନାହିଁ । ୨୭୫୦ ବର୍ଗ କିଲୋମିଟର ପରିବ୍ୟାପ୍ତ ଶିମିଳିପାଳ ଅଭୟାରଣ୍ୟ ତଥା ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପ, ଯାହାକି ଏବେ ଶିକାରୀଙ୍କ ପେଣ୍ଠସ୍ଥଳୀ ପାଲଟିଛି।

ଏହା ମଧ୍ୟ ପଢନ୍ତୁ- ଶିମିଳିପାଳ ଅଭୟାରଣ୍ୟ ଦନ୍ତାହାତୀ ଶିକାର, କାଟି ନେଲେ ଦୁଇଟି ଦାନ୍ତ

ତେବେ କିଛି ଦିନ ପୂର୍ବେ ପିଠାବଟା ରେଞ୍ଜ ଅନ୍ତର୍ଗତ ବାଲିଖାଲ ସେକ୍ସନର ଗୋପିନାଥପୁର ବିଟ୍ ଅଞ୍ଚଳରେ ହାତୀର ଶୁଣ୍ଢ ଓ ୨ଟି ଦାନ୍ତ କାଟି ନେଇଯାଇଥିଲେ। ଶିମିଳିପାଳର ସୁରକ୍ଷା ପାଇଁ ସରକାରୀ ସ୍ତରରେ କୋଟି କୋଟି ଟଙ୍କା ଖର୍ଚ୍ଚ ହେଉଥିବା ବେଳେ ହାତୀ ଅସୁରକ୍ଷିତ । ଏନେଇ ପେଟ୍ରୋଲିଂ ବ୍ୟବସ୍ଥା ଉପରେ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ହାତୀ ମୃତ୍ୟୁ ଖବର ଏବେ ନିତିଦିନିଆ ହେଲାଣି। ହାତୀ ଶିକାର ସାଙ୍ଗକୁ ମହାବଳବାଘ ଛାଲ ଓ ଗୋଟିଏ କଲରାପତରିଆ ବାଘଛାଲ ବିକ୍ରି ଉଦ୍ୟମ ବେଳେ ଧରାପଡିବା ଘଟଣା ସମଗ୍ର ରାଜ୍ୟରେ ଚଞ୍ଚଲ୍ୟ ଖେଳାଇ ଦେଇଥିଲା। ତେବେ ଏହି ହାତୀ ସହିତ ବିରଳ କଳା ମହାବଳର ଶିକାର କୁ ନେଇ ବନବିଭାଗ ଉପାରେ କଡା ଟିପ୍ପଣୀ ଦେଇଛନ୍ତି ପୂର୍ବତନ ଅବୈତନିକ ବନ୍ୟପ୍ରାଣୀ ତତ୍ତ୍ୱାବଧାରକ ଭାନୁମିତ୍ର ଆଚାର୍ଯ୍ୟ। ଶିମିଳିପାଳ ଅଭୟାରଣ୍ୟର ଦୁଇ ଗୋଟି ବନ୍ୟଜନ୍ତୁ ଉପଖଣ୍ଡରେ ରହିଛି ୧୬ ଗୋଟି ରେଞ୍ଜ କାର୍ଯ୍ୟାଳୟ। ତେବେ ଶିମିଳିପାଳରେ ବିଗତ ୪ ବର୍ଷ ମଧ୍ୟରେ ୨୨ଟି ହାତୀ ମୃତ୍ୟୁ ବରଣ କରିଥିବା ସୂଚନା ରହିଛି। ରେଞ୍ଜର ବନ କର୍ମଚାରୀମାନେ ଦିନ ରାରେତି କରୁଛନ୍ତି ପେଟ୍ରୋଲିଂ। ହେଲେ ଏତେ କଡା ସୁରକ୍ଷା ମଧ୍ୟରେ କିପରି ହାତୀ ଓ ବାଘର ମୃତ୍ୟ ହେଉଛି ଯାହାକି ସର୍ବ ସାଧାରଣ ଙ୍କୁ ଚକିତ କରୁଛି।

ଇଟିଭି ଭାରତ, ରାଇରଙ୍ଗପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.