ETV Bharat / state

ଶିମିଳିପାଳ ଅଭୟାରଣ୍ୟରୁ ଦୁର୍ଦ୍ଦାନ୍ତ ଶିକାରୀ ବାଇଗ ହୋ ଗିରଫ - ବନ୍ଧାହେଲା ଦୁର୍ଦ୍ଦାନ୍ତ ଶିକାରୀ

ଶିମିଳିପାଳ ଅଭୟାରଣ୍ୟରୁ ବନ୍ଧାହେଲା ଦୁର୍ଦ୍ଦାନ୍ତ ଶିକାରୀ ବାଇଗ ହୋ । ବାଇଗ ହୋକୁ ବନବିଭାଗ କର୍ମଚାରୀ ଗୁଳି ଭର୍ତ୍ତି ଦେଶୀ ବନ୍ଧୁକ ସହ ଗିରଫ କରିଛନ୍ତି । ଅଧିକ ପଢ଼ନ୍ତୁ

ଶିମିଳିପାଳ ଅଭୟାରଣ୍ୟରୁ ବନ୍ଧାହେଲା ଦୁର୍ଦ୍ଦାନ୍ତ ଶିକାରୀ ବାଇଗ ହୋ

author img

By

Published : Oct 28, 2022, 10:18 AM IST

ବାରିପଦା: ମୟୂରଭଞ୍ଜ ଶିମିଳିପାଳ ଅଭୟାରଣ୍ୟରୁ ବନ୍ଧାହେଲା ଦୁର୍ଦ୍ଦାନ୍ତ ଶିକାରୀ ବାଇଗ ହୋ । ଶିମିଳିପାଳ ଅଭୟାରଣ୍ୟ ଜେନା ବିଲ ରେଞ୍ଜ ଚୌଧୁରୀଗଡ଼ ବିଟ ଅନ୍ତର୍ଗତ ଅନନ୍ତପୁର ଜଙ୍ଗଲରେ ବାଇଗ ହୋକୁ ବନବିଭାଗ କର୍ମଚାରୀ ଗୁଳି ଭର୍ତ୍ତି ଦେଶୀ ବନ୍ଧୁକ ସହ ଗିରଫ କରିଛନ୍ତି । ତା’ ଠାରୁ ଚାରିଟି ରଙ୍ଗର ବାରୁଦ ଏବଂ ୧୨୯୯ଟି ଦେଶୀ ଗୁଳି ସହ ବନ୍ଧୁକ ଜବତ କରାଯାଇଛି ।

ଶିମିଳିପାଳ ଅଭୟାରଣ୍ୟରୁ ବନ୍ଧାହେଲା ଦୁର୍ଦ୍ଦାନ୍ତ ଶିକାରୀ ବାଇଗ ହୋ

ବାଇଗ ସହ ଅନ୍ୟ ୫ଜଣ ଶିକାରୀ ଘଟଣାସ୍ଥଳରୁ ଚମ୍ପଟ ମାରୁଥିବା ସମୟରେ ବେଳେ ବନକର୍ମଚାରୀ ମାନେ ତାଙ୍କୁ ମାଡି ବସିଥିଲେ। ବାଇଗ ହୋକୁ କାବୁ କରିଥିବା ବେଳେ ଅନ୍ୟ ଶିକାରୀ କୌଶଳ କ୍ରମେ ଚକମା ଦେଇ ଚମ୍ପଟ ମାରିଥିଲେ । ବାଇଗକୁ ବୁଧବାର ଉଦଳା ଏସଡିଜିଏମ କୋର୍ଟରେ ହାଜର କରାଯାଇଛି । ପଚାରଉଚୁରା ବେଳେ ଶିକାର ଏବଂ ବନ୍ଧୁକ ସମ୍ବନ୍ଧିତ ଅନେକ ତଥ୍ୟ ବନବିଭାଗକୁ ମିଳିଛି ।

ଏ ସମ୍ପର୍କରେ ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପର କ୍ଷେତ୍ର ନିର୍ଦ୍ଦେଶକ ଟି. ଅଶୋକ କୁମାର କହିଛନ୍ତି, ''ଗତ 25 ତାରିଖ ରାତିରେ ଶିମିଳିପାଳର ବନବିଭାଗ କର୍ମଚାରୀର ନାଇଟ ପାଟ୍ରୋଲିଂ କରୁଥିବା ବେଳେ ଦୁର୍ଦ୍ଦାନ୍ତ ଶିକାରୀ ବାଇଗ ହୋକୁ କାବୁ କରିଥିଲେ । ଏହାସହ ବାଇଗ ହାତରୁ 13ଶହରୁ ଅଧିକ ବୁଲେଟ ଜବତ କରିଛି ବନବିଭାଗ କର୍ମଚାରୀ । ତେବେ ବାଇଗ ହୋ ଶିମିଳିପାଳର ନିଷିଦ୍ଧାଞ୍ଚଳରେ ବୁଲି ବନ୍ୟଜନ୍ତୁ ଶିକାର କରିବା ପାଇଁ ପ୍ରସ୍ତୁତ ହେଉଥିବା ବେଳେ ବନବିଭାଗ କର୍ମଚାରୀ ତାକୁ କାବୁ କରିଥିଲେ । ଏନେଇ ଏକ ମାମଲା ରୁଜୁ କରାଯାଇ ତାକୁ କୋର୍ଟ ଚାଲାଣ କରାଯାଇଛି । ତେବେ ଶିକାରୀ ଶିକାର କରିବା ପୂର୍ବରୁ ତାକୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି ।''

ଇଟିଭି ଭାରତ, ମୟୂରଭଞ୍ଜ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.