ରାଇରଙ୍ଗପୁର: ତିରିଂ ଥାନା ସୁନାପୋଷି ଗାଁରେ ଅଭାବନୀୟ ଘଟଣା । ରୋଗ ଯନ୍ତ୍ରଣାର କଷ୍ଟ ସହି ନପାରି ଆତ୍ମହତ୍ୟା କରିଛନ୍ତି ଜଣେ ଏଚଆଇଭି ଆକ୍ରାନ୍ତ । ନିଜ ଦେହରେ କିରୋସିନି ଢାଳି ଜୀବନ ହାରିଛନ୍ତି ଉକ୍ତ ଗାଁର ରବୀନ୍ଦ୍ର ତାମୁଡିଆ(40) ।
ରବୀନ୍ଦ୍ରଙ୍କ ବାପା, ମାଆ ଓ ଭାଇଙ୍କ ମୃତ୍ୟୁ ପରେ ସେ ଏକାକୀ ଜୀବନ କାଟୁଥିଲେ । ଏଠାରେ କାମଧନ୍ଦା କରି ନିଜର ଜୀବିକା ନିର୍ବାହ କରୁଥିଲେ । ହେଲେ ଏଚଆଇଭି ଓ ଟିବିରେ ଆକ୍ରାନ୍ତ ହେବା ପରେ ଶାରୀରିକ ଓ ମାନସିକ ସ୍ତରରେ ସେ ଦୁର୍ବଳ ହୋଇପଡିଥିଲେ । ଫଳରେ ରୋଗ ଯନ୍ତ୍ରଣାର କଷ୍ଟ ସହି ନପାରି କିରୋସିନ ଢିଳା ଆତ୍ମହତ୍ୟା ଉଦ୍ୟମ କରିଥିଲେ ।
ସେପଟେ, ଘଟଣା ବିଷୟରେ ସ୍ଥାନୀୟ ଲୋକେ ଜାଣିବା ପରେ ତାଙ୍କୁ ତୁରନ୍ତ ଉଦ୍ଧାର କରିବା ସହ ରାଇରଙ୍ଗପୁର ଡାକ୍ତଖାନାକୁ ନେଇଥିଲେ । ହେଲେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି ।
ରାଇରଙ୍ଗପୁରରୁ ସଞ୍ଜୟ ପରିଡା, ଇଟିଭି ଭାରତ