ETV Bharat / state

ଚତୁର୍ଥ ପର୍ଯ୍ୟାୟ ନାମାଙ୍କନ ପରେ ମୟୁରଭଞ୍ଜରେ ଜୋର ଧରିଲା ପ୍ରଚାର ପର୍ବ

ପ୍ରଥମ ପର୍ଯ୍ୟାୟ ସଫଳ ମତଦାନ ପରେ ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ପାଇଁ ଅଣ୍ଟା ଭିଡିଛନ୍ତି ନେତା । ଚତୁର୍ଥ ପର୍ଯ୍ୟାୟ ପାଇଁ ନାମାଙ୍କନ ଦାଖଲ ପରେ ଏବେ ଜୋର ଧରିଛି ପ୍ରଚାର କାର୍ଯ୍ୟକ୍ରମ ।

author img

By

Published : Apr 12, 2019, 9:12 PM IST

ଫଟୋ ସୌଜନ୍ୟ: ସମ୍ବାଦଦାତା, ମୟୂରଭଞ୍ଜ

ମୟୂରଭଞ୍ଜ: ପ୍ରଥମ ପର୍ଯ୍ୟାୟର ସଫଳ ମତଦାନ ପରେ ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ପାଇଁ ଅଣ୍ଟା ଭିଡିଛନ୍ତି ନେତା । ଚତୁର୍ଥ ପର୍ଯ୍ୟାୟ ପାଇଁ ନାମାଙ୍କନ ଦାଖଲ ପରେ ମୟୁରଭଞ୍ଜରେ ଜୋର ଧରିଛି ପ୍ରଚାର କାର୍ଯ୍ୟକ୍ରମ । ଏନେଇ ଯଶିପୁର, ସାରସକଣା ଓ ବାରିପଦା ସଦର ଅନ୍ତର୍ଗତ ଶଙ୍ଖାଭଙ୍ଗା ନିର୍ବାଚନ ମଣ୍ଡଳୀରେ ପ୍ରଚାର ପାଇଁ ପହଞ୍ଚିଛନ୍ତି ବିଜେପି ରାଷ୍ଟ୍ରୀୟ ସାଧାରଣ ସମ୍ପାଦକ ତଥା ରାଜ୍ୟ ବିଜେପି ପ୍ରଭାରୀ ଅରୁଣ ସିଂ ଓ ସିନେ ତାରକା ଶ୍ରୀତମ ଦାସ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ମୟୂରଭଞ୍ଜ

ଗୁରୁବାର ଜିଲ୍ଲାର 3ଟି ନିର୍ବାଚନ ମଣ୍ଡଳୀରେ ଆୟୋଜିତ ଏହି ବିଜୟ ସଂକଳ୍ପ ସମାବେଶରେ ପ୍ରାର୍ଥୀମାନେ ଭୋଟରଙ୍କୁ ଆକୃଷ୍ଟ କରିବାକୁ ଚେଷ୍ଟା କରିଥିଲେ । ତେବେ ଏହି କାର୍ଯ୍ୟକ୍ରମରେ ମୟୂରଭଞ୍ଜ ବିଜେପି ସାଂସଦ ପ୍ରାର୍ଥୀ ବିଶ୍ବେଶ୍ବର ଟୁଡୁ ଓ ବାରିପଦା ନିର୍ବାଚନ ମଣ୍ଡଳୀର ବିଜେପି ବିଧାୟକ ପ୍ରାର୍ଥୀ ପ୍ରକାଶ ସୋରେନ ଉପସ୍ଥିତ ରହିଥିଲେ ।

ଅନ୍ୟପଟେ ସମାବେଶରେ ଯୋଗ ଦେଇ ନେତାମାନେ ରାଜ୍ୟ ସରକାର ଓ କଂଗ୍ରେସ ଉପରେ ଗର୍ଜିବା ସହ କେନ୍ଦ୍ର ସରକାରଙ୍କ ବିଭିନ୍ନ ଯୋଜନା ନେଇ ଭୋଟରଙ୍କୁ ଅବଗତ କରାଇଥିଲେ ।

ମୟୂରଭଞ୍ଜରୁ ମୃତ୍ୟୁଞ୍ଜୟ ସେନାପତି, ଇଟିଭି ଭାରତ

Intro:Body:

ddghd

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.