ETV Bharat / state

ଶିମିଳିପାଳରେ ପ୍ରବଳ ବର୍ଷା

author img

By

Published : Aug 21, 2022, 5:13 PM IST

ଶିମିଳିପାଳ ଅଭୟାରଣ୍ୟରେ ପ୍ରବଳ ବର୍ଷା ରେକର୍ଡ କରାଯାଇଛି । ଶିମିଳିପାଳରୁ ଉତ୍ପତ୍ତି ବିଭିନ୍ନ ନଦୀର ଜଳସ୍ତର ବୃଦ୍ଧି ପାଇଛି । ନଦୀ ଅଧିକ ମାତ୍ରାରେ ଫୁଲିଲେ ବନ୍ୟା ଆସିବାର ଆଶଙ୍କା ରହିଛି । ଅଧିକ ପଢନ୍ତୁ

ଶିମିଳିପାଳରେ ପ୍ରବଳ ବର୍ଷା
ଶିମିଳିପାଳରେ ପ୍ରବଳ ବର୍ଷା

ବାରିପଦା: ବଙ୍ଗୋପସାଗରରେ ସୃଷ୍ଟି ହୋଇଥବା ଅବପାତ ଯୋଗୁଁ ପ୍ରଭାବିତ ହୋଇଛି ଉତ୍ତର ଓଡିଶା । ଏନେଇ ମୟୂରଭଞ୍ଜରେ ପ୍ରବଳ ବର୍ଷା ହୋଇଛି । ସେପଟେ ଶିମିଳିପାଳରେ(Similipal ) ମଧ୍ୟ ପ୍ରବଳ ବର୍ଷା (Heavy rainfall) ହୋଇଥିବା ରେକର୍ଡ(Heavy rainfall record) କରାଯାଇଛି ବୋଲି ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପ ନିର୍ଦ୍ଦେଶକଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ପ୍ରକାଶ ପାଇଛି ।

ଶିମିଳିପାଳରେ ପ୍ରବଳ ବର୍ଷା

ଅବପାତ ଗଭୀର ଅବପାତର ପରିଣତ ହେବା ପରେ ଦୀଘାରେ ସ୍ଥଳ ଭାଗ ଛୁଇଁଥିଲା । ଗଭୀର ଅବପାତ କାରଣରୁ ମୟୁରଭଞ୍ଜ ଏବଂ ବାଲେଶ୍ବର ଜିଲ୍ଲା ଅଧିକ ପ୍ରଭାବିତ ହୋଇଛି । ଶିମିଳିପାଳରେ ପ୍ରବଳ ବର୍ଷା ହୋଇଥିବା ରେକର୍ଡ କରାଯାଇଛି । ଗତ ୨୪ଘଣ୍ଟାରେ ଉତ୍ତର ନଅଁଣା ରେଞ୍ଜରେ ସର୍ବାଧିକ ୧୯୬. ୪୦ ମିମି ଓ ଦକ୍ଷିଣରେ ୯୦.୨୦ ମିମି, ଉତ୍ତର ପିଠାବଟାରେ ୧୯୩. ୮୦ ମିମି ଓ ଦକ୍ଷିଣରେ ୧୧୬.୮୪ ମିମି, ବରେହିପାଣିରେ ୧୮୯.୯୪ ମିମି ଓ ବାରିପଦା ରେଞ୍ଜରେ ୧୨୩.୧୯ ମିମି ବର୍ଷା ରେକର୍ଡ ହୋଇଛି ବୋଲି ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପ ନିର୍ଦ୍ଦେଶକଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ପ୍ରକାଶ ପାଇଛି ।

ସେହିପରି ମୟୂରଭଞ୍ଜ ଡୁକୁରାରେ ୧୦୧.୬୦ ମିମି, ଭଞ୍ଜବସାରେ ୧୫୫.୧୯ ମିମି, ଉପର ବାରହାକାମୁଡ଼ାରେ ୪୪.୮୦ ମିମି, କବାଟଘାଇରେ ୧୮୪.୧୫ ମିମି, ଚହଲାରେ ୧୫୨.୨୦ ମିମି, ରାମତୀର୍ଥରେ ୧୭୪.୪୯ ମିମି, କେନ୍ଦୁମୁଣ୍ଡିରେ ୩୯.୩୭ ମିମି, କୁଳିପାଳରେ ୧୧୭.୧୦ ମିମି, ପୋଡାଡିହାରେ ୭୬.୦୪ ମିମି, ଜେନାବିଲରେ ୮୩.୩୧ ମିମି, ଠାକୁରମୁଣ୍ଡାରେ ୮୦.୨୧ ମିମି ଓ ସାତକୋଶିଆରେ ୪୭.୭୫ମିମି ବର୍ଷା ହୋଇଥିବା ରେକର୍ଡ କରାଯାଇଛି ।

ଅନ୍ୟପଟେ ପ୍ରବଳ ବର୍ଷା କାରଣରୁ ଶିମିଳିପାଳରୁ ଉତ୍ପତ୍ତି ନଦୀ ଗୁଡିକ ଫୁଲିବାରେ ଲାଗିଛି । ନଦୀ ଅଧିକ ମାତ୍ରାରେ ଫୁଲିଲେ ବନ୍ୟା ଆସିବାର ଆଶଙ୍କା ରହିଛି । ସେପଟେ ବନ୍ୟାସ୍ଥିତି ନେଇ ଏସଆରସି ପ୍ରଦୀପ ଜେନା ପ୍ରେସମିଟ କରି କହିଛନ୍ତି ଆଜି ଅପରାହ୍ନରେ ଜଣା ପଡିବ ବନ୍ୟା ପରିସ୍ଥିତି । ସେପଟେ ବାଲେଶ୍ବର ଜିଲ୍ଲାରେ ପାଞ୍ଚଟି ବ୍ଲକରେ ସୁବର୍ଣ୍ଣରେଖାର ବନ୍ୟା ପ୍ରଭାବ ରହିବ । ସୁବର୍ଣ୍ଣରେଖାରେ ବଡ ବନ୍ୟା ଆସିବ ବୋଲି ଆଶଙ୍କା କରାଯାଉଛି ।

ଇଟିଭି ଭାରତ, ବାରିପଦା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.