ETV Bharat / state

ରାଇରଙ୍ଗପୁରରେ ଫେଲ ଡ୍ରେନେଜ ବ୍ୟବସ୍ଥା, ଡ୍ରେନପାଣିରେ ହନ୍ତସନ୍ତ ସହରବାସୀ - ଏନ୍ଏସି

ଶନିବାର ରାତିରୁ ତୁହାକୁ ତୁହା ବର୍ଷା ହେଉଥିବାରୁ ବେହାଲ ରାଇରଙ୍ଗପୁର । ସହରର ଓ୍ବାର୍ଡ ନଂ ୧୦ ଅଁଳାଡୁବାର ମହାନ୍ତ ସାହି ଓ ବାଦାମୀବାଈ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସର ସମ୍ପୂର୍ଣ୍ଣ ଜଳମଗ୍ନ । ଉକ୍ତ ସାହିରେ ଡ୍ରେନ ଥାଇ ମଧ୍ୟ ଡ୍ରେନେଜ ବ୍ୟବସ୍ଥା ସଠିକ ନଥିବାରୁ ଅସନ୍ତୋଷ ଦେଖାଦେଇଛି ।

ଫଟୋ ସୌଜନ୍ୟ- ପ୍ରତିନିଧି, ରାଇରଙ୍ଗପୁର
author img

By

Published : Aug 18, 2019, 4:20 PM IST

ରାଇରଙ୍ଗପୁର : ଶନିବାର ରାତିରୁ ତୁହାକୁ ତୁହା ବର୍ଷା ହେଉଥିବାରୁ ବେହାଲ ରାଇରଙ୍ଗପୁର । ସହରର ଓ୍ବାର୍ଡ ନଂ ୧୦ ଅଁଳାଡୁବାର ମହାନ୍ତ ସାହି ଓ ବାଦାମୀବାଈ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସର ସମ୍ପୂର୍ଣ୍ଣ ଜଳମଗ୍ନ । ଅଁଳାଡୁବାର ମହାନ୍ତ ସାହିରେ ପାଖାପାଖି ୫୦ ଟି ପରିବାର ବସବାସ କରନ୍ତି । ହେଲେ ଉକ୍ତ ସାହିରେ ଡ୍ରେନ ଥାଇ ମଧ୍ୟ ଡ୍ରେନେଜ ବ୍ୟବସ୍ଥା ସଠିକ ନାହିଁ ।

ଭିଡିଓ ସୌଜନ୍ୟ- ପ୍ରତିନିଧି, ରାଇରଙ୍ଗପୁର

ପୂର୍ବରୁ ଏନଏସି ତରଫରୁ ସେଠାରେ ଡ୍ରେନ ନିର୍ମାଣ କରାଯାଇଥିଲା କିନ୍ତୁ ତ୍ରୁଟିପୂର୍ଣ୍ଣ ଡ୍ରେନ ନିର୍ମାଣ ଯୋଗୁଁ ନର୍ଦ୍ଦମା ପାଣି ନିଷ୍କାସିତ ହୋଇ ପାରୁନାହିଁ । ତା ସହିତ ଏନ୍ଏସି ତରଫରୁ ଡ୍ରେନ ସଫେଇ କାର୍ଯ୍ୟ ମଧ୍ୟ ହେଉନଥିବା ଅଭିଯୋଗ କରିଛନ୍ତି ସ୍ଥାନୀୟ ବାସିନ୍ଦା । ଲଗାଣ ବର୍ଷା ଜାରି ରହିଥିବା ବେଳେ ନାଳନର୍ଦ୍ଦମା ପାଣି ରାସ୍ତା ଉପରକୁ ମାଡି ଆସି ରାସ୍ତାରେ ଆଣ୍ଠୁଏ ପାଣି ଜମି ଥିବା ଦେଖାଯାଇଛି । ଘରକୁ ମଧ୍ୟ ସେହି ପାଣି ପଶୁଥିବା ଦେଖିବାକୁ ମିଳିଛି।

ଫଳରେ ବିଷାକ୍ତ ସରୀସୃପ ପ୍ରାଣୀର ଭୟ ବି ରହିଛି । ଛୋଟଛୋଟ ପିଲାମାନେ ନାଳନର୍ଦ୍ଦମା ପାଣି ସଂସ୍ପର୍ଶରେ ଆସି ରୋଗରେ ଆକ୍ରାନ୍ତ ହେଉଥିବା ଦେଖିବାକୁ ମିଳିଛି । ଏପରିକି ସ୍କୁଲ କଲେଜର ପିଲା ଓ ଗ୍ରାମବାସୀଙ୍କ ପାଇଁ ସେହି ରାସ୍ତାରେ ଯାତାୟାତ କରିବା କଷ୍ଟକର ହୋଇପଡିଛି । ସେପଟେ ଏ ନେଇ ମହାନ୍ତ ସାହିର ଲୋକେ ଏନ୍ଏସି କର୍ତ୍ତୃପକ୍ଷଙ୍କୁ ବାରମ୍ବାର ଅବଗତ କରିଥିଲେ ସୁଦ୍ଧା କର୍ଣ୍ଣଗୋଚର ହୋଇନଥିବା ଅଭିଯୋଗ କରିଛନ୍ତି ଲୋକେ।

ଅନ୍ୟପଟେ ଅଁଳାଡୁବାରେ ଥିବା ବାଦାମୀବାଈ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଅବସ୍ଥା ନ କହିବା ଭଲ । ଲଗାଣ ବର୍ଷାରେ ବିଦ୍ୟାଳୟ ପରିସରରେ ଆଣ୍ଠୁଏ ପାଣି ଜମିଥିବା ଦେଖିବାକୁ ମିଳିଛି । ସେପଟେ ରାଇରଙ୍ଗପୁର ଶିକ୍ଷା ଗୋଷ୍ଠୀ ଅଧିକାରୀ ମଧ୍ୟ କୁମ୍ଭକର୍ଣ୍ଣ ନିଦ୍ରାରେ । ମୁଖ୍ୟତଃ ଡ୍ରେନେଜ ବ୍ୟବସ୍ଥା ଫେଲ୍ ଯୋଗୁଁ ଏପରି ପରିସ୍ଥିତି ସୃଷ୍ଟି ହେଉଥିବା ଦେଖିବାକୁ ମିଳିଛି । ତେବେ କେବେ ଅଁଳାଡୁବା ବାସୀଙ୍କ ଏସବୁ ସମସ୍ୟା ଦୂର ହେଉଛି ତାଉପରେ ସମସ୍ତଙ୍କ ନଜର ।

ରାଇରଙ୍ଗପୁରରୁ ସଞ୍ଜୟ ପରିଡା, ଇଟିଭି ଭାରତ

Intro:ରାଇରଙ୍ଗପୁର : ଗତକାଲି ରାତିରୁ ତୁହା କୁ ତୁହା ବର୍ଷା ହେଉଥିବାରୁ ବେହାଲ ରାଇରଙ୍ଗପୁର ବାସୀ। ରାଇରଙ୍ଗପୁର ସହରର ଓ୍ବାର୍ଡ ନଂ ୧୦ ଅଁଳାଡୁବା ର ମହାନ୍ତ ସାହି ଓ ବାଦାମୀବାଈ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସର ସମ୍ପୂର୍ଣ୍ଣ ଜଳମଗ୍ନ। ଅଁଳାଡୁବା ର ମହାନ୍ତ ସାହିରେ ପାଖାପାଖି ୫୦ ଟି ପରିବାର ବସବାସ କରନ୍ତି। ହେଲେ ଉକ୍ତ ସାହିରେ ଡ୍ରେନ ଥାଇ ମଧ୍ୟ ଡ୍ରେନେଜ ବ୍ୟବସ୍ଥା ସଠିକ ନାହିଁ। ପୂର୍ବରୁ ଏନ୍ଏସି ତରଫରୁ ସେଠାରେ ଡ୍ରେନ ନିର୍ମାଣ କରାଯାଇଥିଲା କିନ୍ତୁ ତୃଟିପୂର୍ଣ୍ଣ ଡ୍ରେନ ନିର୍ମାଣ ଯୋଗୁଁ ନର୍ଦ୍ଦମା ପାଣି ନିଷ୍କାସିତ ହୋଇ ପାରୁନାହିଁ। ତା ସହିତ ଏନ୍ଏସି ତରଫରୁ ଡ୍ରେନ ସଫେଇ କାର୍ଯ୍ୟ ମଧ୍ୟ ହେଉ ନଥିବା ଅଭିଯୋଗ କରିଛନ୍ତି ସ୍ଥାନୀୟ ବାସିନ୍ଦା। ଲଗାଣ ବର୍ଷା ଜାରି ରହିଥିବା ବେଳେ ନାଳନର୍ଦ୍ଦମା ପାଣି ରାସ୍ତା ଉପରକୁ ଉଠି ଆସି ରାସ୍ତାରେ ଆଣ୍ଠୁଏ ପାଣି ଜମି ଥିବା ଦେଖାଯାଇଛି। ଘରକୁ ମଧ୍ୟ ସେହି ପାଣି ପଶୁଥିବା ଦେଖିବାକୁ ମିଳିଛି। ଫଳରେ ବିଷାକ୍ତ ସରୀସୃପ ଜାତୀୟ ପ୍ରାଣୀ ର ଭୟ ବି ରହିଛି। ସାହିର ଛୋଟଛୋଟ ଛୁଆ ପିଲାମାନେ ନାଳନର୍ଦ୍ଦମା ପାଣି ସଂସ୍ପର୍ଶରେ ଆସି ରୋଗ ରେ ଆକ୍ରାନ୍ତ ହେଉଥିବାର ଦେଖିବାକୁ ମିଳିଛି। ଏପରିକି ସ୍କୁଲ କଲେଜ ର ପିଲା ଓ ଗ୍ରାମବାସୀଙ୍କ ପାଇଁ ସେହି ରାସ୍ତାରେ ଯାତାୟାତ କରିବା କଷ୍ଟକର ହୋଇପଡିଛି। ସେପଟେ ଏ ନେଇ ମହାନ୍ତ ସାହିର ଲୋକେ ଏନ୍ଏସି କତ୍ତୃପକ୍ଷ ଙ୍କୁ ବାରମ୍ବାର ଅବଗତ କରିଥିଲେ ସୁଦ୍ଧା କର୍ଣଗୋଚର ହୋଇନଥିବା ଅଭିଯୋଗ କରିଛନ୍ତି ସାହିର ଲୋକେ। ଅନ୍ୟପଟେ ଅଁଳାଡୁବା ରେ ଥିବା ବାଦାମୀବାଈ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ର ଅବସ୍ଥା ନ କହିବା ଭଲ। ଲଗାଣ ବର୍ଷାରେ ବିଦ୍ୟାଳୟ ପରିସରରେ ଆଣ୍ଠୁଏ ପାଣି ଜମିଥିବା ଦେଖିବାକୁ ମିଳିଛି। ସେପଟେ ରାଇରଙ୍ଗପୁର ଶିକ୍ଷା ଗୋଷ୍ଠୀ ଅଧିକାରୀ ମଧ୍ୟ କୁମ୍ଭକର୍ଣ୍ଣ ନିଦ୍ରାରେ। ମୁଖ୍ୟତଃ ଡ୍ରେନେଜ ବ୍ୟବସ୍ଥା ଫେଲ୍ ଯୋଗୁଁ ଏପରି ପରିସ୍ଥିତି ସୃଷ୍ଟି ହେଉଥିବା ଦେଖିବାକୁ ମିଳିଛି। ତେବେ କେବେ ଅଁଳାଡୁବା ବାସୀଙ୍କ ଏସବୁ ସମସ୍ୟା ଦୂର ହେଉଛି ତହିଁରେ ସମସ୍ତଙ୍କ ନଜର।
ବାଇଟ୧- ସୁଶିଲ ମହାନ୍ତ, ବାସିନ୍ଦା, ଅଁଳାଡୁବା।
ବାଇଟ୨- ସବିତା ମହାନ୍ତ, ବାସିନ୍ଦା, ଅଁଳାଡୁବା।

Body:x

Conclusion:x
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.