ETV Bharat / state

ରାସ୍ତାରେ ପଡିଛି ମୁଣ୍ଡବିହୀନ ମୃତଦେହ, ଗୁଣିଗାରେଡ଼ି ସନ୍ଦେହ

author img

By

Published : Jul 4, 2021, 12:55 PM IST

ରାସ୍ତାକଡ଼ରୁ ବୃଦ୍ଧ ମହିଳାଙ୍କ ମୁଣ୍ଡ ବିହୀନ ମୃତଦେହ ଉଦ୍ଧାର, ଗୁଣିଗାରେଡ଼ି ସନ୍ଦେହରେ କିମ୍ବା ପୂର୍ବ ଶତ୍ରୁତାକୁ ନେଇ ହତ୍ୟା ଅନୁମାନ।

ରାସ୍ତାରେ ପଡିଛି ମୁଣ୍ଡ ବିହୀନ ମୃତଦେହ, ଗୁଣିଗାରେଡ଼ି ସନ୍ଦେହରେ ହତ୍ୟା

ରାଇରଙ୍ଗପୁର: ରାଜଧାନୀ ପରେ ମୟୂରଭଞ୍ଜରେ ଚାଞ୍ଚଲ୍ୟ । ରାସ୍ତା କଡ଼ରୁ ବୃଦ୍ଧ ମହିଳାଙ୍କ ମୁଣ୍ଡ ବିହୀନ ମୃତଦେହ ଉଦ୍ଧାର । ଶରୀର ପଡିରହିଛି ହେଲେ ମୁଣ୍ଡ ନାହିଁ । ଗୁଣିଗାରେଡ଼ି ସନ୍ଦେହରେ କିମ୍ବା ପୂର୍ବ ଶତ୍ରୁତାକୁ ନେଇ କେହି ଏପରି ହତ୍ୟାକାଣ୍ଡ ଘଟାଇଥିବା ସନ୍ଦେହ କରାଯାଉଛି। ଏଭଳି ଲୋମଟାଙ୍କୁରା ଘଟଣା ଘଟିଛି କରଞ୍ଜିଆ ଥାନା ଅନ୍ତର୍ଗତ ବାଲିଭୋଳ ଗ୍ରାମର ଉଲିଡିହି ସାହିରେ।

ମୃତ ବୃଦ୍ଧା ଜଣଙ୍କ ସେହି ଗ୍ରାମର ଯମୁନା ହାଁସଦା ବୋଲି ଜଣାପଡିଛି। ତେବେ ଗ୍ରାମର ରାସ୍ତା କଡରେ ଜଣେ ବୃଦ୍ଧାଙ୍କ ମୁଣ୍ଡ ବିହୀନ ମୃତଦେହ ପଡ଼ିଥିବା ଦେଖି ସ୍ଥାନୀୟ ଲୋକେ ପୋଲିସକୁ ଖବର ଦେଇଥିଲେ। ଖବର ପାଇ ଘଟଣାସ୍ଥଳରେ କରଞ୍ଜିଆ ଥାନା ପୋଲିସ ପହଞ୍ଚି ଘଟଣାର ଛାନଭିନ ଆରମ୍ଭ କରିଛି ।

ତେବେ ଏହି ଘଟଣାରେ ଅଧିକ ତଦନ୍ତ ପାଇଁ ବାରିପଦାରୁ ସାଇଣ୍ଟିଫିକ ଟିମ୍ କୁ ଡକାଯାଇଥିବା ଜଣାପଡିଛି। ତେବେ ହତ୍ୟାକାଣ୍ଡର ପ୍ରକୃତ କାରଣ ଅସ୍ପଷ୍ଟ ରହିଥିବା ବେଳେ ଗୁଣିଗାରେଡ଼ି ସନ୍ଦେହରେ କିମ୍ବା କୌଣସି ଶତୃତାକୁ ନେଇ କେହି ଦୁର୍ବୃତ୍ତ ଏପରି ଜଘନ୍ୟ ହତ୍ୟାକାଣ୍ଡ ଭିଆଇଥିବା ପୋଲିସ ଅନୁମାନ କରୁଛି। ତେବେ କଟାମୁଣ୍ଡଟି ଏପର୍ଯ୍ୟନ୍ତ ମିଳିପାରି ନାହିଁ।

ଏପରି ହତ୍ୟାକାଣ୍ଡ ପୋଲିସ ପାଇଁ ଏକ ଚ୍ୟାଲେଞ୍ଜ ପାଲଟିଥିବା ବେଳେ କିଏ ଓ କାହିଁକି ମହିଳା ଜଣଙ୍କୁ ଏପରି ନୃଶଂସ ଭାବେ ମୁଣ୍ଡକାଟି ହତ୍ୟା କଲା ସେନେଇ ସୂଚନା ମିଳିପାରିନାହିଁ । ପୋଲିସର ତଦନ୍ତ ଓ ଅଭିଯୁକ୍ତ ଗିରଫ ପରେ ହତ୍ୟାକାଣ୍ଡର ରହସ୍ୟ କଣ ତାହା ସାମ୍ନାକୁ ଆସିବ ।

ରାଇରଙ୍ଗପୁରରୁ ସଞ୍ଜୟ କୁମାର ପରିଡା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.