ETV Bharat / state

ଝୁଲନ୍ତା ଅବସ୍ଥାରେ ବୃଦ୍ଧଙ୍କ ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ

author img

By

Published : Jun 16, 2020, 1:40 PM IST

ରାଇରଙ୍ଗପୁର ପୁରୁଣାପାଣି ଗାଁରେ ଜଣେ ବୃଦ୍ଧଙ୍କ ଘର ଆଗରୁ ଝୁଲନ୍ତା ଅବସ୍ଥାରେ ମୃତଦେହ ଉଦ୍ଧାର ହୋଇଛି । ଅଧିକ ପଢନ୍ତୁ...

ଝୁଲନ୍ତା ଅବସ୍ଥାରେ ବୃଦ୍ଧଙ୍କ ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ
ଝୁଲନ୍ତା ଅବସ୍ଥାରେ ବୃଦ୍ଧଙ୍କ ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ

ରାଇରଙ୍ଗପୁର: ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ଟାଉନ ଥାନା ଅଧିନ ପୁରୁଣାପାଣି ଗାଁରେ ଅଘଟଣ। ଝୁଲନ୍ତା ଅବସ୍ଥାରେ ଜନୈକ ବୃଦ୍ଧଙ୍କ ମୃତଦେହ ଉଦ୍ଧାର । ମୃତକ ଗହେଲେ ଖୁଦୁ ମହାନ୍ତ ।

ସୂଚନାନୁଯାୟୀ, ସୋମବାର ରାତିରେ ଖାଇସାରି ଶୋଇବା ପରେ ରାତି ପ୍ରାୟ 11ଟା ସମୟରେ ଖୁଦୁ ନିଜ ଘର ଦ୍ବାର ମୁହଁରେ ପିନ୍ଧିଥିବା ଧୋତି ସାହାଯ୍ୟରେ ଝୁଲିଥିବା ତାଙ୍କ ଝିଅ ଦେଖିବାକୁ ପାଇଥିଲେ। ଏହାପରେ ରାଇରଙ୍ଗପୁର ଟାଉନ ଥାନା ପୋଲିସକୁ ଖବର ଦିଆଯାଇଥିଲା।

ପୋଲିସ ଘଟଣାସ୍ଥଳରେ ପହଞ୍ଚି ଘଟଣାର ଛାନଭିନ ଆରମ୍ଭ କରିବା ସହିତ ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି । ସେପଟେ ପାରିପାଶ୍ବିକ ସ୍ଥିତିରୁ ଏହା ହତ୍ଯାକାଣ୍ଡ ବୋଲି ପୋଲିସ ଅନୁମାନ କରୁଛି । ତେବେ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ହିଁ ଘଟଣାର ସତ୍ୟାସତ୍ୟ ଜଣାପଡିବ ।

ରାଇରଙ୍ଗପୁରରୁ ସଞ୍ଜୟ କୁମାର ପରିଡା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.