ETV Bharat / state

ଗଛରୁ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ - ମୟୂରଭଞ୍ଜରେ ହତ୍ୟା

ଝୁଲନ୍ତା ଅବସ୍ଥାରେ ଯୁବକଙ୍କ ମୃତଦେହ ଉଦ୍ଧାର । ଉଲଗ୍ନ ଅବସ୍ଥାରେ ମୃତଦେହ ଉଦ୍ଧାର କଲା ପୋଲିସ୍ । ହତ୍ୟା ସନ୍ଦେହ । ଅଧିକ ପଢ଼ନ୍ତୁ

ଗଛରୁ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ

author img

By

Published : May 23, 2022, 7:09 AM IST

ବାରିପଦା: ମୟୂରଭଞ୍ଜ ଜିଲ୍ଲା ମୋରଡ଼ା ଥାନା ଅନ୍ତର୍ଗତ ମୋରଡ଼ା ଗ୍ରାମପଞ୍ଚାୟତ ମୁଣ୍ଡଫଟା ଅଞ୍ଚଳରେ ଏକ ଗଛରୁ ଝୁଲନ୍ତା ଅବସ୍ଥାରେ ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଛି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇବା ସହ ତଦନ୍ତ ଆରମ୍ଭ କରିଥିବା ଜଣାପଡିଛି ।

ସୂଚନା ଅନୁସାରେ ସ୍ଥାନୀୟ ଲୋକମାନେ ଛେଳି ଚରେଇବା ପାଇଁ ଆସିଥିବାବେଳେ ଯୁବକଙ୍କ ଉଲଗ୍ନ ମୃତଦେହ ନଦୀଘାଟ ନିକଟସ୍ଥ ଏକ ଗଛରେ ଝୁଲୁଥିବା ଦେଖି ମୋରଡ଼ା ପୋଲିସକୁ ଜଣାଇଥିଲେ । ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି । ଏନେଇ ୨୧/୨୨ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରିଥିବା ଜଣାପଡି଼ଛି ।

ତେବେ ମୃତଦେହ ମିଳିଥିବା ସ୍ଥାନରେ ଗୋଟିଏ ଝିଅର ଓଢ଼ଣୀ ପଡି଼ଥିବାରୁ ଏହା ଏକ ହତ୍ୟାକାଣ୍ଡ ହୋଇଥାଇପାରେ ବୋଲି ସନ୍ଦେହ କରାଯାଉଛି । ଅନ୍ୟପଟେ ପୋଲିସର ପ୍ରାଥମିକ ତଦନ୍ତ ବେଳେ ମୃତକଙ୍କ ପରିଚୟ ମଧ୍ୟ ମିଳିଛି । ମୃତକ ହେଉଛନ୍ତି କୁକୁଡ଼ାପଦା ଗ୍ରାମର ବିଷ୍ଣ ସିଂ (୨୨) । ମୃତଦେହ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ମୃତ୍ୟୁର ପ୍ରକୃତ କାରଣ ସ୍ପଷ୍ଟ ହେବ ।

ମୟୂରଭଞ୍ଜରୁ ମୃତ୍ୟୁଞ୍ଜୟ ସେନାପତି, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.