ETV Bharat / state

ଗାଁ ନିକଟ ନାଳ ପାଖରୁ ବିଜ୍ଞାନ ଛାତ୍ରୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, କାରଣ ଅସ୍ପଷ୍ଟ

ମୟୂରଭଞ୍ଜ ବିଶୋଇ ଥାନା ଅନ୍ତର୍ଗତ ବାଉତିବେଡା ଗ୍ରାମରୁ ବିଜ୍ଞାନ ଛାତ୍ରୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର । କାରଣ ଅସ୍ପଷ୍ଟ ଥିବା ବେଳେ ପୋଲିସ ଜାରି ରଖିଛି ତଦନ୍ତ । ଅଧିକ ପଢନ୍ତୁ

author img

By

Published : Mar 7, 2023, 9:47 PM IST

plus two girl student death
plus two girl student death
ଗାଁ ନିକଟ ନାଳ ପାଖରୁ ବିଜ୍ଞାନ ଛାତ୍ରୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, କାରଣ ଅସ୍ପଷ୍ଟ

ରାଇରଙ୍ଗପୁର: ମୟୂରଭଞ୍ଜ ଜିଲ୍ଲା ବିଶୋଇ ଥାନା ଅନ୍ତର୍ଗତ ବାଉତିବେଡା ଗ୍ରାମରୁ ଜଣେ ଛାତ୍ରୀଙ୍କ ମୃତଦେହ ଉଦ୍ଧାର ହୋଇଛି । ଛାତ୍ରୀ ଜଣକ ରାତିରୁ ଘରୁ ଗାଏବ ହୋଇଯାଇଥିବା ବେଳେ ମଙ୍ଗଳବାର ଭୋର ସକାଳୁ ତାଙ୍କ ଝୁଲନ୍ତା ମୃତଦେହ ଠାବ ହୋଇଥିଲା । ତେବେ ଛାତ୍ରୀଙ୍କ ମୃତ୍ୟୁର କାରଣ ଅସ୍ପଷ୍ଟ ରହିଥିବା ବେଳେ ପୋଲିସ ତଦନ୍ତ କରୁଛି । ମୃତଦେହ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ଆତ୍ମହତ୍ୟା କି ହତ୍ୟା ସେ ନେଇ ସ୍ପଷ୍ଟ ହେବ ।

ମୃତ ଯୁବତୀ ଜଣକ ହେଲେ ବିଶୋଇ ଥାନା ଅନ୍ତର୍ଗତ ବାଉତିବେଡା ଗ୍ରାମର ଗଣେଶ୍ବର ହେମ୍ବ୍ରମଙ୍କ ୧୮ ବର୍ଷର ଝିଅ ଦମୟନ୍ତୀ ହେମ୍ବ୍ରମ। ମିଳିଥିବା ସୂଚନା ଅନୁସାରେ ଆଜି ଭୋର ସକାଳୁ ବାଉତିବେଡା ଗ୍ରାମରେ ଥିବା ଏକ ନାଳ ନିକଟରେ ଗୋଟିଏ ଗଛରୁ ଯୁବତୀଙ୍କ ମୃତଦେହ ଝୁଲନ୍ତା ଅବସ୍ଥାରେ ଥିବା ଦେଖିବାକୁ ପାଇଥିଲେ କିଛି ସ୍ଥାନୀୟ ବାସିନ୍ଦା । ପରେ ଏ ନେଇ ବିଶୋଇ ଥାନା ପୋଲିସ ଓ ମୃତ ଯୁବତୀଙ୍କ ପରିବାର ଲୋକଙ୍କୁ ସ୍ଥାନୀୟ ବାସିନ୍ଦା ଖବର ଦେଇଥିଲେ । ତେବେ ପରିବାର ଲୋକଙ୍କ କହିବା ଅନୁଯାୟୀ, ଗତକାଲି ବିଳମ୍ବିତ ରାତିରେ ଦମୟନ୍ତୀ ଖାଇପିଇ ସାରି ନିଜ ସାନ ଭାଇ ସହିତ ଶୋଇଥିଲେ । ବିଳମ୍ବିତ ରାତିରେ ଦମୟନ୍ତୀଙ୍କ ମାଆ ଶୋଇ ଉଠି ଦେଖିଲା ବେଳକୁ ଝିଅ ଶୋଇଥିବା ବିଛଣାରେ ନଥିଲା ।

ଏହା ବି ପଢନ୍ତୁ- ଶାରିରୀକ ସମ୍ପର୍କ ପାଇଁ ଅରାଜି ହେବାରୁ ପ୍ରେମିକାକୁ ଭୁଜାଲିରେ ଆକ୍ରମଣ

ତେବେ ପରିବାର ଲୋକେ ରାତିସାରା ଖୋଜାଖୋଜି କରିଥିଲେ ମଧ୍ୟ ଝିଅକୁ ପାଇ ନଥିଲେ। ଭୋର ସକାଳୁ ଗ୍ରାମବାସୀ ଗାଁ ସ୍ଥିତ ଏକ ଗଛରେ ଏକ ମୃତଦେହ ଝୁଲୁଥିବା ଦେଖି ଦମୟନ୍ତୀ ବୋଲି ଚିହ୍ନଟ କରିବା ପରେ ପରିବାର ଲୋକଙ୍କୁ ଓ ପୋଲିସକୁ ଖବର ଦେଇଥିଲେ । ଖବର ପାଇ ବିଶୋଇ ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିବା ସହିତ ଅଧିକ ତଦନ୍ତ ପାଇଁ ବାରିପଦାରୁ ସାଇଣ୍ଟିଫିକ ଟିମକୁ ଡକାଇଥିଲେ । ପରେ ସାଇଣ୍ଟିଫିକ ଟିମ ଓ ପୋଲିସ ବିଭିନ୍ନ ଦିଗରୁ ଛାନଭିନ କରିଥିଲେ । ତଦନ୍ତ ପରେ ମୃତଦେହକୁ ଉଦ୍ଧାର କରି ରାଇରଙ୍ଗପୁର ଉପଖଣ୍ଡ ଚିକିତ୍ସାଳୟକୁ ବ୍ୟବଚ୍ଛେଦ ପାଇଁ ପଠାଯାଇଥିଲା।

ତେବେ ପାରିପାର୍ଶ୍ବିକ ସ୍ଥିତି ଓ ଗାଁ ଲୋକେ ଏହା ଏକ ହତ୍ୟାକାଣ୍ଡ ବୋଲି କହୁଥିବା ବେଳେ ପୋଲିସର ତଦନ୍ତ ଓ ମୃତଦେହ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ହିଁ ଘଟଣାର ସତ୍ୟାସତ୍ୟ ଜଣାପଡ଼ିବ । ମୃତ ଯୁବତୀ ଦମୟନ୍ତୀ ହେମ୍ବ୍ରମ ଗୌରୀଶଙ୍କର ମହାବିଦ୍ୟାଳୟର +୨ ପ୍ରଥମ ବର୍ଷ ବିଜ୍ଞାନ ଛାତ୍ରୀ। ତେବେ କେଉଁ ପରିସ୍ଥିତି ରେ ଏପରି ଘଟଣା ଘଟିଲା ଏବଂ କାରଣ ଏବେ ସୁଦ୍ଧା ଅସ୍ପଷ୍ଟ ରହିଥିବା ବେଳେ ନିଜର ପଢୁଆ ଝିଅ କୁ ହରାଇ ବାପା ମାଆ ସମ୍ପୁର୍ଣ୍ଣ ଭାଙ୍ଗି ପଡିଛନ୍ତି ।

ଇଟିଭି ଭାରତ, ରାଇରଙ୍ଗପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.