ରାଇରଙ୍ଗପୁର: ସନ୍ଦେହଜନକ ଅବସ୍ଥାରେ ଯୁବକଙ୍କ ମୃତ୍ୟୁ । ବିଦ୍ୟୁତ ନଥିବା ବେଳେ କେହି ଜଣେ ହତ୍ୟା କରିଥିବା ଅଭିଯୋଗ ହୋଇଛି । ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ମୟୂରଭଞ୍ଜ ଜିଲ୍ଲା ବହଳଦା ଥାନା ନେଉତି ଗାଁରେ । ମୃତକ ହେଲେ ଉକ୍ତ ଗାଁର ଗଣେଶ ଓରଫ ବିବେକ ମହାନ୍ତ ।
ସୂଚନାଯୋଗ୍ୟ, ନେଉତି ଗାଁର ଜଣେ ବୃଦ୍ଧା ଖିରଣ ବିବେକଙ୍କୁ ପିଲାଟି ବେଳୁ ପୁଅ କରିଥିଲେ । ଗତକାଲି ସନ୍ଧ୍ୟାରେ ବିବେକ ଘରକୁ ଫେରିଥିଲେ । ହେଲେ ବିଜୁଳି ନଥିବାରୁ ମାଆ ଖିରଣ ଶୋଇ ରହିଥିଲେ । ବିଜୁଳି ଆସିବା ପରେ ଖିରଣ ଖାଇବାକୁ ଡାକିବାକୁ ଯାଇଥିବାବେଳେ ଝୁଲନ୍ତା ଅବସ୍ଥାରେ ବିବେକଙ୍କ ମୃତଦେହ ଦେଖିବାକୁ ମିଳିଥିଲା । ମୃତ ଦେହଟି ଘର ଭିତରେ ଝୁଲି ରହିଥିବାବେଳେ ଗୋଡ ଦୁଇଟି ତଳେ ଲାଗି ରହିଛି । ତେଣୁ ଏହା ଆତ୍ମହତ୍ୟା ନୁହେଁ, ବରଂ କେହି ଅଜ୍ଞାତ ବିଦ୍ୟୁତ ନଥିବାର ସୁଯୋଗ ନେଇ ହତ୍ୟା କରିଥିବା ଅଭିଯୋଗ ହୋଇଛି ।
ସେପଟେ, ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଘଟଣାର ଛାନଭିନ ଆରମ୍ଭ କରିଛି । ତେବେ ଏହାକୁ ଏକ ପ୍ରେମ ଜନିତ ସମ୍ପର୍କକୁ ନେଇ ହତ୍ୟା ହୋଇଥାଇ ପାରେ ବୋଲି ସାଧାରଣରେ ଚର୍ଚ୍ଚା ହେଉଛି ।
ରାଇରଙ୍ଗପୁରରୁ ସଞ୍ଜୟ କୁମାର ପରିଡା, ଇଟିଭି ଭାରତ