ETV Bharat / state

ହସ୍ତଶିଳ୍ପର ବିକାଶ ନିମନ୍ତେ ହସ୍ତତନ୍ତ କ୍ଲଷ୍ଟର: ଶୁଭାରମ୍ଭ କଲେ ରାଜ ପରିବାର - ହସ୍ତତନ୍ତର ପୁନରୁଦ୍ଧାର

ହସ୍ତତନ୍ତର ପୁନରୁଦ୍ଧାର ପାଇଁ ଉଦଳାଠାରେ ହସ୍ତତନ୍ତ କ୍ଲଷ୍ଟରର ଶୁଭାରମ୍ଭ କରାଯାଇଛି । ହସ୍ତତନ୍ତ ବିକାଶ ମୁଖ୍ୟ ଉଦ୍ଦେଶ୍ୟ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ମୟୂରଭଞ୍ଜ
author img

By

Published : Nov 5, 2019, 12:55 PM IST

ମୟୂରଭଞ୍ଜ: ଦିନକୁ ଦିନ ଲୋପ ପାଇବାକୁ ବସିଥିବା ହସ୍ତତନ୍ତକୁ ପୁନରୁଦ୍ଧାର କରିବା ଉଦ୍ଦେଶ୍ୟରେ ଉଦଳାଠାରେ ହସ୍ତତନ୍ତ କ୍ଲଷ୍ଟର ଶୁଭାରମ୍ଭ କରାଯାଇଛି । ଏହାଦ୍ଵାରା ହସ୍ତତନ୍ତର ବିକାଶ କରାଯିବା ସହିତ ଲୋକଙ୍କୁ କର୍ମନିଯୁକ୍ତି ଯୋଗାଇ ଦିଆଯିବା ଏହାର ମୁଖ୍ୟ ଉଦ୍ଦେଶ୍ୟ ।

ଉଦଳା ବ୍ଲକ ଅଧୁନ ଚୁଳିଆପୋଷି ଠାରେ ହସ୍ତତନ୍ତ କ୍ଲଷ୍ଟର ଉଦଘାଟିତ ହୋଇଛି । ସ୍ଫୁର୍ତ ସଂସ୍ଥା ସମେତ ମଉନା ଧ୍ବନି ଫାଉଣ୍ଡେସନର ମିଳିତ ପ୍ରୟାସରେ ଏହି ହସ୍ତତନ୍ତର ବିକାଶ ନିମନ୍ତେ ପ୍ରୟାସ ଆରମ୍ଭ ହୋଇଛି । ଏହି ଉଦଘାଟନୀ ଉତ୍ସବରେ ମୟୂରଭଞ୍ଜ ମହାରାଜା ପ୍ରବୀଣ ଚନ୍ଦ୍ର ଭଞ୍ଜଦେଓ, ମହାରାଣୀ ରଶ୍ମୀ ରାଜ୍ୟଲକ୍ଷ୍ମୀ ଭଞ୍ଜ ଦେଓଙ୍କ ସମେତ ରାଜକୁମାରୀ ଏବଂ ଏନଜିଓ ସଂସ୍ଥାର ମୁଖ୍ୟ ବିନ୍ଦୁ ବିନୋଦିନୀ ପ୍ରମୁଖ ଯୋଗ ଦେଇଥିଲେ । ମୟୂରଭଞ୍ଜର ସ୍ଵତନ୍ତ୍ର ପରିଚୟ ପାଲଟୁଥିବା ହସ୍ତଶିଳ୍ପ ଦିନକୁ ଦିନ ଲୋପ ପାଇବାକୁ ବସିଛି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ମୟୂରଭଞ୍ଜ

ଏହାର ପୁନରୁଦ୍ଧାର ପାଇଁ ଦୀର୍ଘ ଏକ ବର୍ଷ ଧରି ଫାଉଣ୍ଡେସନ ସଂସ୍ଥା ପକ୍ଷରୁ ଏହାର ଅନୁଧ୍ୟାନ କରାଯିବା ପରେ ହସ୍ତଶିଳ୍ପର ପୁନରୁଦ୍ଧାର ନିମନ୍ତେ ପୁନଶ୍ଚ ଚେଷ୍ଟା କରାଯାଇଛି । ଏହାକୁ ନେଇ ଚୁଳିଆପୋଷି ଠାରେ ହସ୍ତତନ୍ତର ବିକାଶ ତଥା ପୁନଶ୍ଚ ଅଧିକ ପରିମାଣରେ ତନ୍ତୁ ଜାତୀୟ ବସ୍ତ୍ର ପ୍ରସ୍ତୁତି ନିମନ୍ତେ କାରିଗରଙ୍କୁ ସମସ୍ତ ପ୍ରକାର ସହଯୋଗ ଯୋଗାଇ ଦିଆଯିବ ବୋଲି ଜଣାଯାଇଛି । କେବଳ ଉଦଳାର ଚୁଳିଆପୋଷି ନୁହେଁ ଜିଲ୍ଲାର ବିଭିନ୍ନ ଗ୍ରାମରେ ଏହାର ବିକାଶ କରାଯିବ ବୋଲି ଫାଉଣ୍ଡେସନ ସଂସ୍ଥାର ମୁଖ୍ୟ କହିଛନ୍ତି । ଏହି ଉଦଘାଟନ କାର୍ଯ୍ୟକ୍ରମରେ ବହୁ ମହିଳା ଏବଂ ପୁରୁଷ ତନ୍ତ କାରିଗର ଯୋଗ ଦେଇଥିଲେ ।

ମୟୂରଭଞ୍ଜରୁ ମୃତ୍ୟୁଞ୍ଜୟ ସେନାପତି, ଇଟିଭି ଭାରତ

Intro:ଦିନକୁ ଦିନ ଲୋପ ପାଇବାକୁ ବସିଥିବା ହସ୍ତତନ୍ତକୁ ପୁନରୁଦ୍ଧାର କରିବା ଉଦ୍ଦେଶ୍ୟରେ ଉଦଳା ଠାରେ ହସ୍ତତନ୍ତ କ୍ଲଷ୍ଟର ଶୁଭାରମ୍ଭ କରାଯାଇଛି । ଏହା ଦ୍ଵାରା ହସ୍ତତନ୍ତର ବିକାଶ କରାଯିବା ସହିତ ଲୋକଙ୍କୁ କର୍ମନିଯୁକ୍ତି ଯୋଗାଇ ଦିଆଯିବା ଏହାର ମୁଖ୍ୟ ଉଦ୍ଦେଶ୍ୟ ।
Body:ମୟୂରଭଞ୍ଜ ଜିଲ୍ଲା ଉଦଳା ବ୍ଲକ ଅଧୁନ ଚୁଳିଆପୋଷି ଠାରେ ହସ୍ତତନ୍ତ କ୍ଲଷ୍ଟର ଉଦଘାଟିତ ହୋଇଛି । ସ୍ଫୁର୍ତ ସଂସ୍ଥା ସମେତ ମଉନା ଧ୍ବନି ଫାଉଣ୍ଡେସନର ମିଳିତ ପ୍ରୟାସରେ ଏହି ହସ୍ତତନ୍ତର ବିକାଶ ନିମନ୍ତେ ପ୍ରୟାସ ଆରମ୍ଭ ହୋଇଛି । ଏହି ଉଦଘାଟନୀ ଉତ୍ସବ ରେ ମୟୂରଭଞ୍ଜ ମହାରାଜା ପ୍ରବୀଣ ଚନ୍ଦ୍ର ଭଞ୍ଜଦେଓ, ମହାରାଣୀ ରଶ୍ମୀ ରାଜ୍ୟଲକ୍ଷ୍ମୀ ଭଞ୍ଜ ଦେଓଙ୍କ ସମେତ ରାଜକୁମାରୀ ଏବଂ ଏନଜିଓ ସଂସ୍ଥାର ମୁଖ୍ୟ ବିନ୍ଦୁ ବିନୋଦିନୀ ପ୍ରମୁଖ ଯୋଗ ଦେଇଥିଲେ । ମୟୂରଭଞ୍ଜର ସ୍ଵତନ୍ତ୍ର ପରିଚୟ ପାଲଟିଥୁବା ତନ୍ତ ଶିଳ୍ପ ଦିନକୁ ଦିନ ଲେପ ପାଇବାକୁ ବସିଛି । ଯାହାର ପୁନରୁଦ୍ଧାର ପାଇଁ ଦୀର୍ଘ ଏକ ବର୍ଷ ଧରି ଫାଉଣ୍ଡେସନ ସଂସ୍ଥା ପକ୍ଷରୁ ଏହାର ଅନୁଧ୍ୟାନ କରାଯିବା ପରେ ତନ୍ତଶିଳ୍ପର ପୁନରୁଦ୍ଧାର ନିମନ୍ତେ ପୁନଶ୍ଚ ଚେଷ୍ଟା କରାଯାଇଛି । ଯାହାକୁ ନେଇ ଚୁଳିଆପୋଷି ଠାରେ ହସ୍ତତନ୍ତର ବିକାଶ ତଥା ପୁନଶ୍ଚ ଅଧୁକ ପରିମାଣରେ ତନ୍ତୁ ଜାତୀୟ ବସ୍ତ ପ୍ରସ୍ତୁତି ନିମନ୍ତେ କାରିଗରମାନଙ୍କୁ ସମସ୍ତ ପ୍ରକାର ସହଯୋଗ ଯୋଗାଇ ଦିଆଯିବ ବୋଲି ଜଣାଯାଇଛି । କେବଳ ଉଦଳାର ଚୁଳିଆପୋଷି ନୁହେଁ ଜିଲ୍ଲାର ବିଭିନ୍ନ ଗ୍ରାମରେ ଏହାର ବିକାଶ କରାଯିବ ବୋଲି ଫାଉଣ୍ଡେସନ ସଂସ୍ଥାର ମୁଖ୍ୟ କହିଛନ୍ତି । ଏହି ଉଦଘାଟନ କାର୍ଯ୍ୟକ୍ରମରେ ବହୁ ମହିଳା ଏବଂ ପୁରୁଷ ତନ୍ତ କାରିଗର ଯୋଗ ଦେଇଥିଲେ ।
ବାଇଟ୍ ୧ – ରଶ୍ମୀ ରାଜ୍ୟଲକ୍ଷ୍ମୀ ଭଞ୍ଜ ଦେଓ (ମୟୂରଭଞ୍ଜ ମହାରାଣୀ)
ବାଇଟ୍ ୨ - ବିନ୍ଦୁ ବିନୋଦିନୀ (ମୁଖ୍ୟ, ମଜନା ଧ୍ବନି ଫାଉଣ୍ଡେସନ)Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.