ETV Bharat / state

ଗୁଣ୍ଡୁରିଆ ଶହୀଦ ଦିବସ ପାଳିତ

author img

By

Published : Feb 6, 2022, 10:44 PM IST

ମୟୂରଭଞ୍ଜ ଜିଲ୍ଲା ବହଳଦା ବ୍ଲକ ଅନ୍ତର୍ଗତ ଗୁଣ୍ଡୁରିଆ ଠାରେ ଆଦିମ ଜନଜାତି ଆଦିବାସୀ ସମ୍ପ୍ରଦାୟ ପକ୍ଷରୁ ଶହୀଦ ଦିବସ ପାଳିତ ହୋଇଯାଇଛି । ଶହୀଦ ଆଦିବାସୀ ମାନଙ୍କୁ ସ୍ମରଣ କରିବା ପାଇଁ ପ୍ରତ୍ୟେକ ବର୍ଷ ଭଳି ଏବର୍ଷ ମଧ୍ୟ ଆଦିବାସୀ ସମ୍ପ୍ରଦାୟ ପାଳନ କରିଛନ୍ତି ଶହୀଦ ଦିବସ । ଅଧିକ ପଢନ୍ତୁ

ଗୁଣ୍ଡୁରିଆ ଶହୀଦ ଦିବସ ପାଳିତ
ଗୁଣ୍ଡୁରିଆ ଶହୀଦ ଦିବସ ପାଳିତ

ରାଇରଙ୍ଗପୁର: ମୟୂରଭଞ୍ଜ ଜିଲ୍ଲା ବହଳଦା ବ୍ଲକ ଅନ୍ତର୍ଗତ ଗୁଣ୍ଡୁରିଆ ଠାରେ ଆଦିମ ଜନଜାତି ଆଦିବାସୀ ସମ୍ପ୍ରଦାୟ ପକ୍ଷରୁ ଶହୀଦ ଦିବସ ପାଳିତ ହୋଇଯାଇଛି । ଶହୀଦ ଆଦିବାସୀଙ୍କୁ ସ୍ମରଣ କରିବା ପାଇଁ ପ୍ରତ୍ୟେକ ବର୍ଷ ଭଳି ଏବର୍ଷ ମଧ୍ୟ ଆଦିବାସୀ ସମ୍ପ୍ରଦାୟ ପାଳନ କରିଛନ୍ତି ଶହୀଦ ଦିବସ ।

ଗୁଣ୍ଡୁରିଆ ଶହୀଦ ଦିବସ ପାଳିତ

ମୟୂରଭଞ୍ଜ ଗଡ଼ଜାତ ରାଜ୍ୟର ମିଶ୍ରଣକୁ ବିରୋଧ କରି ଆଦିବାସୀ ମହାସଭା ତରଫରୁ ୧୯୪୯ ମସିହା ଫେବୃଆରୀ ୬ ତାରିଖରେ ଗୁଣ୍ଡୁରିଆ ଠାରେ ଏକ ବିଶାଳ ଶୋଭାର ଆୟୋଜନ କରାଯାଇଥିଲା । ଆଦିବାସୀ ସମ୍ପ୍ରଦାୟର ଲୋକେ ଓଡ଼ିଶାରେ ମୟୂରଭଞ୍ଜର ମିଶ୍ରଣକୁ ବିରୋଧ କରି ସ୍ଵତନ୍ତ୍ର “ଦିଶୋମ ରାଜ୍ୟ” ଘୋଷଣା କରିବାକୁ ତତକାଳୀନ ମୁଖ୍ୟମନ୍ତ୍ରୀ ହରେକୃଷ୍ଣ ମହତାବ ସରକାରଙ୍କ ନିକଟରେ ଦାବି କରିଥିଲେ । ଓଡ଼ିଶା ସହିତ ନମିଶିବା ନେଇ ଆଦିବାସୀ ମହାସଭାର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜୈପାଲ ସିଂ ଓ ସମ୍ପାଦକ ସୁନାରାମ ସୋରେନଙ୍କ ନେତୃତ୍ୱରେ ମୟୂରଭଞ୍ଜ ଜିଲ୍ଲାର କୋହ୍ଲ, ସାନ୍ତାଳ, ଭୂମିଜ, ଧରୁଆ, ହୋ, ବାଥୁଡି, ଭୁଇୟାଁ, ଲୋଧା ଖାଡିଆ ଏବଂ ଅନ୍ୟାନ୍ୟ ଜନଜାତି ସମ୍ପ୍ରଦାୟର ଲୋକେ ଆନ୍ଦୋଳନକୁ ତୀବ୍ରତର କରିଥିଲେ । ଏନେଇ ଗୁଣ୍ଡୁରିଆ ଠାରେ ଏକ ବିଶାଳ ଶୋଭାର ଆୟୋଜନ କରାଯାଇ ଅସଂଖ୍ୟ ଆଦିବାସୀ ସମ୍ପ୍ରଦାୟର ଲୋକେ ଯୋଗ ଦେଇଥିଲେ ।

ତେବେ କୌଣସି କାରଣ ବଶତଃ ତତକାଳୀନ ପ୍ରଶାସନ ତରଫରୁ ନିରୀହ ଆଦିବାସୀଙ୍କ ଉପରେ ଗୁଳିବର୍ଷଣ କରିଥିଲା ପୋଲିସ । ଏଥିରେ ପ୍ରାୟ ଶତାଧିକ ଲୋକ ମୃତ୍ୟୁବରଣ କରିଥିଲେ । ଦୀର୍ଘ ୭୩ ବର୍ଷ ହେଲା ପୋଲିସ ଗୁଳିରେ ଆଖି ବୁଝିଥିବା ଆଦିବାସୀ ଘଟଣା ଆଜି ବି ମନରୁ ଲିଭିପାରିନି । ଏନେଇ ଆଦିବାସୀ ସମ୍ପ୍ରଦାୟର ଲୋକେ ଗୁଳିକାଣ୍ଡ ସ୍ଥଳ ଗୁଣ୍ଡୁରିଆ ଠାରେ ଏକତ୍ରିତ ହୋଇ ଏକ ଶୋଭାଯାତ୍ରାରେ ବାହାରି ଶହୀଦ ମାନଙ୍କୁ ସ୍ମୃତି ଚାରଣ କରି ଶହୀଦଙ୍କୁ ଗଭୀର ଶ୍ରଦ୍ଧାଞ୍ଜଳି ଦେଇଛନ୍ତି । ବର୍ଷକୁ ବର୍ଷ ଆଦିବାସୀଙ୍କ ପ୍ରୀତି ଦେଖାଇ ଦଳୀୟ ନେତା ମାନେ ଶହୀଦ ଗୁଣ୍ଡୁରିଆ ଦିବସ ଫେବୃଆରୀ ମାସ ୬ ତାରିଖକୁ ପାଳନ କରୁଛନ୍ତି । କିନ୍ତୁ, ଏ ଗାଁର ଲୋକ ଶହୀଦ ହୋଇଥିଲେ ମଧ୍ୟ ବିଧିବଦ୍ଧ ଭାବେ ଏହି ଦିବସକୁ ଶହୀଦ ଦିବସ ଭାବେ ସରକାରୀ ଘୋଷଣା କରାଯାଉ ନଥିବା ଏବଂ ଉକ୍ତ ସ୍ଥାନରେ ଉନ୍ନୟନମୂଳକ କାର୍ଯ୍ୟ ହୋଇନଥିବା ଯୋଗୁଁ ଗ୍ରାମବାସୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି ।

ରାଇରଙ୍ଗପୁରରୁ ସଞ୍ଜୟ ପରିଡା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.