ETV Bharat / state

ଗୁଲୁଗୁଲା ଚ୍ୟାଲେଞ୍ଜ ହେଲା କାଳ; ତଣ୍ଟିରେ ଲାଗି ଚାଲିଗଲା ଜୀବନ

ଗୁଲୁଗୁଲା ଚ୍ୟାଲେଞ୍ଜ ହେଲା କାଳ । ଗୁଲୁଗୁଲା ତଣ୍ଟିରେ ଲାଗି ଅକାରଣରେ ଚାଲିଗଲା ଜୀବନ । ଅଧିକ ପଢନ୍ତୁ

author img

By ETV Bharat Odisha Team

Published : Nov 8, 2023, 8:45 AM IST

Updated : Nov 8, 2023, 2:05 PM IST

ଗୁଲୁଗୁଲା ଖାଇ ମୃତ୍ୟୁ
ଗୁଲୁଗୁଲା ଖାଇ ମୃତ୍ୟୁ

ରାଇରଙ୍ଗପୁର: ଗୁଲୁଗୁଲା ଖାଇବା ପାଇଁ ହୋଇଥିଲା ଚ୍ୟାଲେଞ୍ଜ । ତରବରିଆ ଭାବେ ଏକାଥରେ ପାଟିରେ ୪ଟି ଗୁଲୁଗୁଲା ପୁରାଇଦେଲେ ବ୍ୟକ୍ତି । ଖାଉ ଖାଉ ତଣ୍ଟିରେ ଲାଗିଗଲା । ଆଉ ଅଣନିଶ୍ବାସୀ ହୋଇ ଚାଲିଗଲା ଜୀବନ । କଥାଟି ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁଥିଲେ ହେଁ ସତ । ଏଭଳି ଏକ ଅଭାବନୀୟ ଘଟଣା ଘଟିଯାଇଛି ମୟୂରଭଞ୍ଜ ଜିଲ୍ଲା ବେତନଟୀ ଥାନା ଅନ୍ତର୍ଗତ ଦାନ୍ତିଆମୁହାଁ ଗାଁରେ । ମୃତକ ହେଉଛନ୍ତି ସେହି ଗାଁର ୪୨ ବର୍ଷୀୟ ଶିରୀଶ ଚନ୍ଦ୍ର ମହାନାୟକ ।

ସୂଚନା ଅନୁଯାୟୀ, ବେତନଟୀ ଥାନା ବଡଜାମବଣୀ ଫାଣ୍ଡି ଅନ୍ତର୍ଗତ ଦାନ୍ତିଆମୁହାଁ ଗ୍ରାମର ସ୍ବର୍ଗତ ବିଦ୍ୟାଧର ମହାନାୟକଙ୍କ ପୁଅ ଶିରୀଶ ଚନ୍ଦ୍ର ସ୍ଥାନୀୟ ଦାନ୍ତିଆମୁହାଁ ସାପ୍ତାହିକ ହାଟକୁ ଯାଇଥିଲେ । ସେଠାରେ ଥିବା ଏକ ଜଳଖିଆ ହୋଟେଲରେ ଥଟ୍ଟାମଜାରେ ଏକାଥରେ ଚାରୋଟି ଗୁଲୁଗୁଲା ଓ ଗୋଟିଏ ମାଲପୁଆ ଖାଇବା ନେଇ ଚ୍ୟାଲେଞ୍ଜ ହୋଇଥିଲା । ଶିରୀଶ ଏହି ଚ୍ୟାଲେଞ୍ଜକୁ ଗ୍ରହଣ କରିଥିଲେ ଏବଂ ଏକାଥରକେ ଚାରୋଟି ଗୁଲୁଗୁଲା ଓ ଗୋଟିଏ ମାଲପୁଆ ଖାଇବାକୁ ଆରମ୍ଭ କରିଥିଲେ । ହେଲେ ଦୁର୍ଭାଗ୍ୟବଶତଃ ଶିରୀଶଙ୍କ ତଣ୍ଟିରେ ଗୁଲୁଗୁଲା ଲାଗି ଯାଇଥିଲା । ଫଳରେ ସେ ଅଣନିଃଶ୍ବାସୀ ହୋଇ ପଡ଼ିଥିଲେ ।

ଏହାମଧ୍ୟ ପଢନ୍ତୁ: Momo Eating Challenge: ଚ୍ୟାଲେଞ୍ଜ ଜିତିବାକୁ ଖାଇଲେ 150ଟି ମୋମୋ, ଚାଲିଗଲା ଯୁବକଙ୍କ ଜୀବନ

ଜଳଖିଆ ହୋଟେଲରେ ଥିବା କିଛି ଲୋକେ ଏହା ଦେଖି ତୁରନ୍ତ ତାଙ୍କୁ ପାଣି ପିଇବାକୁ ଦେଇଥିଲେ । ହେଲେ ସେତେବେଳକୁ ନିଃଶ୍ବାସ ବନ୍ଦ ହୋଇଯିବାରୁ ଶିରୀଶ ଗୁରୁତର ହୋଇ ପଡ଼ିଥିଲେ । ଆଖପାଖ ଲୋକେ ତୁରନ୍ତ ତାଙ୍କୁ ଉଦ୍ଧାର କରି ବାରିପଦା ପିଆର୍‌ଏମ୍‌ ମେଡିକାଲ କଲେଜ ଓ ହସ୍ପିଟାଲକୁ ଆଣିଥିଲେ । ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଘଟଣା ସମ୍ପର୍କରେ ବେତନଟୀ ଥାନା ପୋଲିସକୁ ଖବର ଦେବାରୁ ପୋଲିସ ପହଞ୍ଚି ତଦନ୍ତ କରିବା ସହିତ ଏକ ଅପମୃତ୍ୟୁ ମାମଲା ରୁଜୁ କରି ମୃତଦେହକୁ ବ୍ୟବଚ୍ଛେଦ ପାଇଁ ବାରିପଦା ପିଆରଏମ ମେଡିକାଲ କଲେଜ ପଠାଇଥିଲେ । ତେବେ ବ୍ୟବଚ୍ଛେଦ ପରେ ମୃତଦେହକୁ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଥିବା ସୂଚନା ମିଳିଛି ।

ଶିରୀଶଙ୍କ ମୃତ୍ୟୁରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଥିବା ବେଳେ ଏହି ଗୁଲୁଗୁଲା ଚ୍ୟାଲେଞ୍ଜକୁ ନେଇ ଚାରିଆଡେ ଚର୍ଚ୍ଚା ହେଉଛି । ତେବେ ସୋସିଆଲ ମିଡିଆରେ ଅନେକ ସମୟରେ ଫୁଡ୍ ଚ୍ୟାଲେଞ୍ଜର ଭିଡିଓ ଦେଖିବାକୁ ମିଳେ । ହେଲେ ଏହି ଥଟ୍ଟମଜା ଯେ ଏତେ ଭାରି ପଡିବ ତାହା ହୁଏତ କେହି ଜାଣିନଥିବେ ।

ଇଟିଭି ଭାରତ, ରାଇରଙ୍ଗପୁର

Last Updated : Nov 8, 2023, 2:05 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.