ETV Bharat / state

ଦୁର୍ବୃତ୍ତଙ୍କ ଆକ୍ରମଣରେ ବିଜେପି ନେତା ଗୁରୁତର, ଟାୟାର ଜାଳି ରାସ୍ତା ଅବରୋଧ - mayurbhanj latest news

ବୈଶିଙ୍ଗା ଥାନା ଅସ୍ତପୁରା କୈଳାଶ ଫିସାରୀ ଗୋଚର ଜମିରେ ରାସ୍ତା ନିର୍ମାଣକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ । ଜଣେ ଗୁରୁତର, ଉତ୍ତ୍ୟକ୍ତ ଲୋକେ କାର,ବାଇକ ଓ ସ୍କୁଟି ସହ ଚାରୋଟି ଗାଡ଼ିରେ ନିଆଁ ଲଗାଇ ଦେଲେ । ଅଧିକ ପଢନ୍ତୁ...

groupclash in mayurbjanj BJP leader seriously injured, road block by protesters
ଦୁର୍ବୃତ୍ତଙ୍କ ଆକ୍ରମଣରେ ବରିଷ୍ଠ ବିଜେପି ନେତା ଗୁରୁତର, ଟାୟାର ଜାଳି ରାସ୍ତା ଅବରୋଧ
author img

By

Published : Jun 30, 2021, 10:33 PM IST

ବାରିପଦା: ଜିଲ୍ଲା ବୈଶିଙ୍ଗା ଥାନା ଅସ୍ତପୁରା ଗ୍ରାମରେ ବୁଧବାର ଅପରାହ୍ନରେ ବିଜେପି କର୍ମୀଙ୍କୁ କିଛି ଅଜଣା ଦୁର୍ବୃୃତ୍ତ ମରଣାନ୍ତକ ଆକ୍ରମଣକୁ ନେଇ ଉତ୍ତେଜନା ଦେଖାଦେଇଛି l ଉତ୍ୟକ୍ତ ଗ୍ରାମବାସୀ ଟାୟାର ଜାଳି ରାସ୍ତା ଅବରୋଧ କରିଦେବା ସହିତ ପୋଲିସ ସାମ୍ନାରେ 4ଟି ଗାଡି ଜାଳିଦେଇଛନ୍ତି l

ସୂଚନା ମୁତାବକ ବିଜେପିର ବରିଷ୍ଠ ନେତା ଚନ୍ଦ୍ରହାସ୍ୟ ପାଣିଗ୍ରାହୀଙ୍କୁ କିଛି ଦୁର୍ବୃତ୍ତ ବୁଧବାର ଅପରାହ୍ନ ସାଢେ ପାଞ୍ଚଟା ସମୟରେ ତାଙ୍କ ଘର ସମ୍ମୁଖରେ ଗୋଡ଼ାଇ ଗୋଡ଼ାଇ ମାରଣାସ୍ତ୍ରରେ ଆକ୍ରମଣ କରିଥିଲେ l ଏଥିରେ ଚନ୍ଦ୍ରହାସ୍ୟଙ୍କ ଡାହାଣ ହାତ, ଛାତି ସମେତ ଶରୀରର ବିଭିନ୍ନ ସ୍ଥାନରେ ଗଭୀର କ୍ଷତ ସୃଷ୍ଟି ହୋଇଥିଲା l ପ୍ରବଳ ରକ୍ତଶ୍ରାବ ହେଉଥିବା ବେଳେ ଗୁରୁତର ଚନ୍ଦ୍ରହାସ୍ୟଙ୍କୁ ପ୍ରଥମେ ବୈଶିଙ୍ଗା ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା l ତେବେ ଅବସ୍ଥା ଅତ୍ୟନ୍ତ ସଙ୍କାଟାପନ୍ନ ଥିବାରୁ ତାଙ୍କୁ ବାରିପଦା ଜିଲ୍ଲା ମୁଖ୍ୟ ଡାକ୍ତରଖାନାକୁ ସ୍ଥାନାନ୍ତର ପାଇଁ ଡାକ୍ତର ନିର୍ଦେଶ ଦେଇଥିଲେ l ଏପଟେ ଏହି ଆକ୍ରମଣକୁ ବିରୋଧ କରି ବୈଶିଙ୍ଗା-ରୁପ୍ସା ରାଜ୍ୟ ରାଜପଥ ଅସ୍ତପୁରା ନିକଟରେ ଉତ୍ତେଜିତ ଗ୍ରାମବାସୀ ଟାୟାର ଜାଳି ରାସ୍ତା ଅବରୋଧ କରିଛନ୍ତି l

ଦୁର୍ବୃତ୍ତଙ୍କ ଆକ୍ରମଣରେ ବରିଷ୍ଠ ବିଜେପି ନେତା ଗୁରୁତର, ଟାୟାର ଜାଳି ରାସ୍ତା ଅବରୋଧ

ଖବର ପାଇ ବୈଶିଙ୍ଗା ଥାନାରୁ ସବଇନ୍ସପେକ୍ଟର ଲକ୍ଷ୍ମଣ ମୁର୍ମୁ, ସବିନ୍ସପେକ୍ଟର ଅନନ୍ତ ନାଏକ, ହରେନ୍ଦ୍ର ନାଗରି ପ୍ରମୁଖ ଘଟଣାସ୍ଥଳରେ ପହଞ୍ଚି ଉତ୍ୟକ୍ତ ଲୋକଙ୍କୁ ବୁଝା ସୁଝା କରୁଛନ୍ତି l ଏପଟେ ରାସ୍ତାରୋକ ପାଇଁ ଉଭୟ ପଟେ ଶହ ଶହ ଯାନବାହାନ ଅଟକି ରହିଛି l ତେବେ ଗ୍ରାମର ମାଛ ଯାଆଁଳା ଉତ୍ପାଦନ କେନ୍ଦ୍ର କୈଳାସ ଫିସାରୀକୁ ସଂଯୋଗ କରୁଥିବା ଜଙ୍ଗଲ ରାସ୍ତାକୁ ନେଇ ଚନ୍ଦ୍ରହାସ୍ୟଙ୍କର ଉକ୍ତ ସଂସ୍ଥା ସହିତ ବିବାଦ ଲାଗି ରହିଥିଲା l ଏନେଇ ପୂର୍ବରୁ ବୈଶିଙ୍ଗା ଥାନାରେ ଏକାଧିକ ମାମଲା ମଧ୍ୟ ରୁଜୁ ହୋଇଛି l ତେବେ କୈଳାଶ ଫିସାରୀ ପକ୍ଷରୁ ଏହି ଆକ୍ରମଣ କରାଯାଇଥିବା ଅଭିଯୋଗ କରିଛନ୍ତି ଉତ୍ୟକ୍ତ ଗ୍ରାମବାସୀ । କୈଳାଶ ଫିସାରୀର ଗୋଟିଏ ଟାଟାଯୋଦ୍ଧା, ଗୋଟିଏ ଏକ୍ସୟୁଭି -500କାର, ଗୋଟିଏ ବାଇକ ଏବଂ ଗୋଟିଏ ସ୍କୁଟି ଏହିପରି 4ଟି ଗାଡିରେ ନିଆଁ ଲଗାଇଦେଇଥିଲେ l ନିଆଁ ଲଗାଯିବା ପରେ ଗାଡି ଗୁଡିକରେ ବିସ୍ଫୋରଣ ମଧ୍ୟ ହୋଇଥିଲା l ଉତ୍ତେଜନା ଲାଗିରହିଥିବା ବେଳେ ପୋଲିସ ଘଟଣାସ୍ଥଳରେ ଉପସ୍ଥିତ ରହିଛି l

ମୟୂରଭଞ୍ଜରୁ ମୃତ୍ୟୁଞ୍ଜୟ ସେନାପତି, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.