ETV Bharat / state

Hockey World Cup: ମୟୂରଭଞ୍ଜରେ ହକି ବିଶ୍ବକପ ଟ୍ରଫିକୁ ବିପୁଳ ସ୍ଵାଗତ ସମ୍ବର୍ଦ୍ଧନା

ଏଫଆଇଏଚ ପୁରୁଷ ହକି ବିଶ୍ବକପ ପାଇଁ ପାଖଉଛି ଦିନ । ଏହାରି ଭିତରେ ବିଭିନ୍ନ ଜିଲ୍ଲା ପରିକ୍ରମା କରୁଛି ହକି ବିଶ୍ବକପ ଟ୍ରଫି । ଶନିବାର ମୟୂରଭଞ୍ଜ ଜିଲ୍ଲାରେ ବିଶ୍ବକପ ଟ୍ରଫିରୁ ସ୍ବାଗତ କରାଯାଇଛି । ଅଧିକ ପଢନ୍ତୁ

author img

By

Published : Jan 8, 2023, 11:25 AM IST

ହକି ବିଶ୍ବକପ ଟ୍ରଫି ପରିକ୍ରମା
Hockey World Cup
Hockey World Cup

ରାଇରଙ୍ଗପୁର: ଦିନ କେଇଟା ପରେ ରାଜ୍ୟ ଜମିବ ହକି ବିଶ୍ବକପ । ଆଉ ମାତ୍ର ହାତ ଗଣତି ଦିନ । ଏହାରି ଭିତରେ ବିଭିନ୍ନ ଜିଲ୍ଲାରେ ହକି ଟ୍ରଫି ପରିକ୍ରମା କରୁଛି । ଶନିବାର ମୟୂରଭଞ୍ଜ ଜିଲ୍ଲାରେ ପହଞ୍ଚିଛି ଏଫଆଇଏଚ ପୁରୁଷ ହକି ବିଶ୍ବକପ ଟ୍ରଫି । ବାଜା ବଜାଇ ଉତ୍ସବ ପାଳନ କରି ହକି ବିଶ୍ବକପ ଟ୍ରଫିକୁ ସ୍ବାଗତ କରିଛନ୍ତି ଜିଲ୍ଲାବାସୀ ।

ଜିଲ୍ଲାରେ ପ୍ରଥମେ କରଞ୍ଜିଆ ଓ ପରେ ରାଇରଙ୍ଗପୁରରେ ହକି ବିଶ୍ବକପ ଟ୍ରଫିକୁ ଭବ୍ୟ ସ୍ଵାଗତ ଓ ବିପୁଳ ସମ୍ବର୍ଦ୍ଧନା କରାଯାଇଥିଲା । ଟ୍ରଫିକୁ କେନ୍ଦୁଝର ଜିଲ୍ଲାରେ ବିପୁଳ ସ୍ବାଗତ ସମ୍ବର୍ଦ୍ଧନା ପରେ ମୟୂରଭଞ୍ଜ ଜିଲ୍ଲା ପହଞ୍ଚିଥିଲା ହକି ବିଶ୍ବକପ ଟ୍ରଫି । ଆସନ୍ତା ଜାନୁଆରୀ ୧୩ ତାରିଖରୁ ୨୯ ତାରିଖ ପର୍ଯ୍ୟନ୍ତ ଓଡ଼ିଶାରେ ହକି ବିଶ୍ବକପ ଖେଳ ଆୟୋଜନ ହୋଇଥିବା ବେଳେ ରାଜ୍ୟର ସମସ୍ତ ଜିଲ୍ଲାରେ ହକି ବିଶ୍ବକପ ଟ୍ରଫି ପ୍ରଦର୍ଶନ ନିମନ୍ତେ ଯାତ୍ରା ଆରମ୍ଭ ହୋଇଛି । ତେବେ ମୟୂରଭଞ୍ଜ ଜିଲ୍ଲା ପହଞ୍ଚିବା ପରେ ହକି ବିଶ୍ଵକପ ଟ୍ରଫିକୁ କରଞ୍ଜିଆ ଚଢେଇଭୋଳ ଠାରେ କରଞ୍ଜିଆ ଉପଜିଲ୍ଲାପାଳ ପ୍ରେମାଂଶୁ ଚାନ୍ଦ ଭବ୍ୟ ସ୍ଵାଗତ କରିଥିଲେ । ସେଠାରୁ କରଞ୍ଜିଆ ସହର ଦେଇ ଖିଚିଂ, ରରୁଆଁ ଓ ଯଶିପୁର ଦେଇ ରାଇରଙ୍ଗପୁର ସହରକୁ ପହଞ୍ଚିଥିଲା ହକି ବିଶ୍ବକପ ଟ୍ରଫି ।

ଏହା ବି ପଢନ୍ତୁ...Hockey World Cup: ରାଉରକେଲାରେ ପହଁଞ୍ଚିଲା ନ୍ୟୁଜିଲାଣ୍ଡ, ବିର୍ସାମୁଣ୍ଡାରେ ଦଳ ଖେଳିବ ପ୍ରଥମ ମ୍ୟାଚ

ରାଇରଙ୍ଗପୁର ମହାବିଦ୍ୟାଳୟ ଠାରେ ହକି ବିଶ୍ବକପ ଟ୍ରଫି ପହଞ୍ଚିବା ପରେ ସେଠାରେ ଭବ୍ୟ ସ୍ଵାଗତ କରାଯାଇଥିଲା । ରାଇରଙ୍ଗପୁର ଉପଜିଲ୍ଲାପାଳ ସରୋଜ କୁମାର ଦାସଙ୍କ ସହିତ ରାଇରଙ୍ଗପୁର ଏଡିଏମ ହକି ବିଶ୍ବକପ ଟ୍ରଫିରେ ପୁଷ୍ପମାଲ୍ୟ ଦେଇ ସ୍ବାଗତ କରିଥିଲେ । ପରେ ପାରମ୍ପରିକ ନୃତ୍ୟଗୀତରେ ରାଇରଙ୍ଗପୁର ଷ୍ଟାଡିୟମକୁ ଅଣା ଯାଇଥିଲା ଟ୍ରଫି । ପାରମ୍ପରିକ ନୃତ୍ୟଗୀତରେ ଦୁଲୁକି ଉଠିଥିଲା ରାଇରଙ୍ଗପୁର ସହର । ଏ ଅବସରରେ ଆୟୋଜିତ ସାଂସ୍କୃତିକ କାର୍ଯ୍ୟକ୍ରମରେ ମନ୍ତ୍ରୀ ବାସନ୍ତୀ ହେମ୍ବ୍ରମ, ରାଜ୍ୟସଭା ସାଂସଦ ମମତା ମହାନ୍ତ, ରାଇରଙ୍ଗପୁର ବିଧାୟକ ନବ ଚରଣ ମାଝୀ, ରାଇରଙ୍ଗପୁର ପୌରପାଳିକା ଅଧ୍ୟକ୍ଷ ଓ ଉପାଧ୍ୟକ୍ଷା, ସ୍ଥାନୀୟ ନେତା, ମନ୍ତ୍ରୀ, ଛାତ୍ରଛାତ୍ରୀ, ବିଭିନ୍ନ ସଂଗଠନର କର୍ମକର୍ତ୍ତା, କ୍ରୀଡ଼ା ପ୍ରେମୀ ଓ ଶହ ଶହ ସଂଖ୍ୟାରେ ପୁରୁଷ ଓ ମହିଳା ଉପସ୍ଥିତ ଥିଲେ । ଶାନ୍ତି ଶୃଙ୍ଖଳା ସହିତ ହକି ବିଶ୍ବକପ ଟ୍ରଫିକୁ ଭବ୍ୟ ସ୍ଵାଗତ କରାଯାଇଥିଲା ବେଳେ ପ୍ରଶାସନ ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ କରାଯାଇଥିଲା ।

ଏହା ବି ପଢନ୍ତୁ...Hockey World Cup: ବାରବାଟୀରେ ଉଦଘାଟନୀ ଉତ୍ସବ, ସୁରକ୍ଷା ଦାୟିତ୍ୱରେ ୫୦ ପ୍ଲାଟୁନ ଫୋର୍ସ

ଆସନ୍ତା 13 ତାରିଖରୁ ଉଭୟ ଭୁବନେଶ୍ଵର ଏବଂ ରାଉରକେଲାରେ ଆରମ୍ଭ ହେବାକୁ ଯାଉଛି ହକି ମହାକୁମ୍ଭ । ବିଶ୍ବକପ୍‌ରେ ୧୬ଟି ଟିମ୍ ଅଂଶଗ୍ରହଣ କରିବେ । ଭୁବନେଶ୍ବର ଓ ରାଉରକେଲାରେ ସମସ୍ତ ମ୍ୟାଚ୍ ହେବ । ହକି ବିଶ୍ବ ନେଇ ଲୋକଙ୍କ ମଧ୍ୟରେ ଉତ୍ସାହ ରହିଛି । ମୋଟ ୧୬ଟି ଟିମ ଏହି ସଂସ୍କରଣର ବିଶ୍ବକପରେ ଅଂଶଗ୍ରହଣ କରିବାକୁ ଥିବାବେଳେ ଆୟୋଜକ ଭାରତ ପୁଲ୍‌ D'ରେ ସ୍ଥାନ ପାଇଛି । ପୁଲ୍‌ D'ରେ ଟିମ ଇଣ୍ଡିଆ ସହ ଇଂଲଣ୍ଡ, ସ୍ପେନ୍‌ ଓ ୱେଲ୍ସ ରହିଛନ୍ତି । 13 ତାରିଖରେ ସ୍ପେନ ବିପକ୍ଷରେ ଅଭିଯାନ ଆରମ୍ଭ କରିବ ଭାରତ । ଏହାରି ଭିତରେ ବିଭିନ୍ନ ଦଳ ଭୁବନେଶ୍ବରରେ ପହଞ୍ଚି ସାରିଛନ୍ତି । ହକି ବିଶ୍ବକପ ଟ୍ରଫି 13 ରାଜ୍ୟ ପରିକ୍ରମା କରିବା ସହିତ ବର୍ତ୍ତମାନ ଜିଲ୍ଲା ପରିକ୍ରମା କରୁଛି । ଆଗାମୀ ଦିନରେ ବିଶ୍ବକର ପାଇଁ ରାଜଧାନୀକୁ ହକିପ୍ରେମୀ ଓ ପର୍ଯ୍ୟଟକଙ୍କ ସୁଅ ଛୁଟିବ ।

ଇଟିଭି ଭାରତ, ମୟୂରଭଞ୍ଜ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.