ETV Bharat / state

ସରକାରୀ ଟଙ୍କା ବ୍ୟକ୍ତିଗତ ଆକାଉଣ୍ଟକୁ ଯିବା ଘଟଣା: 2 ନିଲମ୍ବିତ

author img

By

Published : Apr 27, 2020, 5:50 PM IST

କୋଟି କୋଟି ସରକାରୀ ଟଙ୍କା ବ୍ୟକ୍ତିଗତ ସଞ୍ଚୟ ଖାତାରେ ଯିବା ଘଟଣାରେ ଦୁଇ ନିଲମ୍ବିତ ଓ ଛଅ ଜଣଙ୍କ ନାଁ ରେ ଥାନାରେ ମାମଲା ।

government money transfer in personal savings account incident in rairangapur  ,   case in the name of six people
ସରକାରୀ ଟଙ୍କା ବ୍ୟକ୍ତିଗତ ସଞ୍ଚୟ ଖାତାକୁ ଯିବା ଘଟଣା, ଦୁଇ ନିଲମ୍ବିତ ଓ ଛଅ ଜଣଙ୍କ ନାଁରେ ମାମଲା

ରାଇରଙ୍ଗପୁର: କୋଟି କୋଟି ସରକାରୀ ଟଙ୍କା ବ୍ୟକ୍ତିଗତ ସଞ୍ଚୟ ଖାତାରେ ଯିବା ଘଟଣାରେ ଦୁଇ ନିଲମ୍ବିତ ଓ ଛଅ ଜଣଙ୍କ ନାଁରେ ମାମଲା । ଘଟଣାରେ ଠାକୁରମୁଣ୍ଡା ବ୍ଳକର ମୁଖ୍ୟ କିରାଣୀ ପୂର୍ଣ୍ଣଚନ୍ଦ୍ର ନାଏକ ଏବଂ ଅତିରିକ୍ତ ଦାୟିତ୍ବରେ ଥିବା ବ୍ଲକ ସାମାଜିକ ସୁରକ୍ଷା ଅଫିସର ଛତିଶ ମାଟିଆଙ୍କୁ କାର୍ଯ୍ୟରୁ ନିଲମ୍ବିତ କରାଯାଇଛି ।

ସେହିପରି ଜିଲ୍ଲା ପ୍ରଶାସନ ଏବଂ ସ୍ଥାନୀୟ ଉପଖଣ୍ଡ ପ୍ରଶାସନ ତିନି ଦିନର ମାରାଥନ ଯାଞ୍ଚ ପରେ ଗତକାଲି ମୟୂରଭଞ୍ଜ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ ଠାକୁରମୁଣ୍ଡା ଗୋଷ୍ଠୀ ଉନ୍ନୟନ ଅଧିକାରୀ ୬ ଜଣଙ୍କ ନାମରେ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ।

ସେମାନେ ହେଲେ ବେଣୁଧର ମହାନ୍ତ, ବାଜିନାଥ କଣ୍ଡେଂକାଲ୍, ଇନ୍ଦ୍ରାଇ ସହଲ ସିଂ, ଗୋପୀନାଥ ସୋୟ, ପାସକାଲ୍ କାଇରୋ, ନରେଶ ବିନ୍ଧାଣି । ମାମଲା ରୁଜୁ ପରେ ଅଧିକ ତଦନ୍ତ କରୁଛି ଠାକୁରମୁଣ୍ଡା ପୋଲିସ । ତେବେ ଏପରି କାର୍ଯ୍ୟରେ ଅବହେଳା କରିଥିବା କର୍ମଚାରୀ ଙ୍କ ବିରୁଦ୍ଧରେ କ'ଣ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛି ପୋଲିସ ତାହା ଦେଖିବାକୁ ବାକି ରହିଲା ।

ରାଇରଙ୍ଗପୁରରୁ ସଞ୍ଜୟ କୁମାର ପରିଡା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.