ETV Bharat / state

ଛାତ କବାଟ ଦେଇ ପଶିଗଲେ ଚୋର, ଲୁଟିନେଲେ ସୁନାଗହଣା - gold jewllerey

ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ଟାଉନ ଥାନା ଅନ୍ତର୍ଗତ ୱାର୍ଡ଼ ନମ୍ବର୧୦ ଅଁଳାଡୁବାରେ ଜନୈକ ବ୍ୟକ୍ତିଙ୍କ ଘରୁ ଲକ୍ଷାଧିକ ମୂଲ୍ୟର ସୁନାଗହଣା ଲୁଟି ନେଇଛନ୍ତି ଲୁଟେରା । ଅଧିକ ପଢନ୍ତୁ...

ଲୁଟିନେଲେ ଲକ୍ଷାଧିକ ଟଙ୍କାର ସୁନାଗହଣା
ଲୁଟିନେଲେ ଲକ୍ଷାଧିକ ଟଙ୍କାର ସୁନାଗହଣା
author img

By

Published : Jun 3, 2021, 8:33 AM IST

ରାଇରଙ୍ଗପୁର: ରାଜ୍ୟରେ ଲକଡାଉନ ଓ ସଟଡାଉନରେ ମାତିଛନ୍ତି ଚୋର । ଲକଡାଉନ ଯୋଗୁଁ ଅସାମାଜିକ କାର୍ଯ୍ୟକଳାପ ବୃଦ୍ଧି ପାଇବା ସହିତ ବଢିଛି ଚୋରି ଡକାୟତି । ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ଟାଉନ ଥାନା ଅନ୍ତର୍ଗତ ୱାର୍ଡ଼ ନମ୍ବର୧୦ ଅଁଳାଡୁବାରେ ଜନୈକ ବ୍ୟକ୍ତିଙ୍କ ଘରୁ ଲକ୍ଷାଧିକ ମୂଲ୍ୟର ସୁନାଗହଣା ଲୁଟି ନେଇଛନ୍ତି ଲୁଟେରା ।

ସୂଚନା ଅନୁଯାୟୀ, ଅଁଳାଡୁବା ନିବାସୀ ଭାଗିରଥୀ ସେଠୀ ଓ ତାଙ୍କ ପରିବାର ଗତକାଲି ରାତିରେ ଶୋଇବା ପୂର୍ବରୁ ଉପର ଛାତ ଘରର କବାଟ ବନ୍ଦ କରିବାକୁ ଭୁଲି ଯାଇଥିଲେ । ଏହାର ସୁଯୋଗ ନେଇ ଚୋରମାନେ ତାଙ୍କ ଘରେ ପଶିଯାଇଥିଲେ । ସୁନା ହାର ସହିତ ଦୁଇ ଯୋଡ଼ା କାନଫୁଲ ନେଇ ଚମ୍ପଟ ମାରିଛନ୍ତି ଚୋର । ଲୁଟ ହୋଇଥିବା ସମସ୍ତ ଗହଣା ପ୍ରାୟ ଲକ୍ଷାଧିକ ଟଙ୍କା ହେବ ବୋଲି ଅନୁମାନ କରାଯାଉଛି ।

ତେବେ ବୁଧବାର ଭାଗୀରଥି ସେଠୀ ଏନେଇ ରାଇରଙ୍ଗପୁର ଟାଉନ ଥାନାରେ ଏକ ଲିଖିତ ଅଭିଯୋଗ କରିଛନ୍ତି । ଅଭିଯୋଗ ଆଧାରରେ ପୋଲିସ ତଦନ୍ତ ଆରମ୍ଭ କରିଛି । ଭାଗିରଥୀ ରାଇରଙ୍ଗପୁର ପୌରପାଳିକାର କର୍ମଚାରୀ ଭାବରେ କାର୍ଯ୍ୟରତ ଅଛନ୍ତି ।

ରାଇରଙ୍ଗପୁରରୁ ସଞ୍ଜୟ କୁମାର ପରିଡା,ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.