ETV Bharat / state

ପ୍ରାର୍ଥୀଙ୍କ ନିଆରା ପ୍ରଚାର: ଖାଲି ମୁହଁରେ ନୁହେଁ ଆଫିଡେଭିଟ ମାଧ୍ୟମରେ ଦେଲେ ପ୍ରତିଶୃତି

ଭୋଟ୍ ପାଇଁ ପ୍ରାର୍ଥୀଙ୍କ ନିଆରା ପ୍ରତିଶୃତି। ଜନସାଧାରଣଙ୍କୁ ପ୍ରତିଶୃତି ଦେଇଛନ୍ତି ହେଲେ କେବଳ ମୁହଁରେ ନୁହେଁ ଆଫିଡେଭିଟ ମାଧ୍ୟମରେ। ମୋରଡା ନିର୍ବାଚନ ମଣ୍ଡଳୀରେ କଂଗ୍ରେସ ପ୍ରାର୍ଥୀ ଏଭଳି ନିଆରା ଢଙ୍ଗରେ ନିର୍ବାଚନୀ ପ୍ରଚାର ଆରମ୍ଭ କରିଛନ୍ତି।

author img

By

Published : Apr 18, 2019, 2:42 PM IST

ଫଟୋ ସୌଜନ୍ୟ: ସମ୍ବାଦଦାତା, ମୟୂରଭଞ୍ଜ

ବାରିପଦା: ଚାଲିଛି ନିର୍ବାଚନ ଋତୁ। ଆଉ ଭୋଟ୍ ହାତେଇବାକୁ ଆପ୍ରାଣ ଉଦ୍ୟମ କରୁଛନ୍ତି ନେତାଏ। କିଏ ଡୋର-ଟୁ-ଡୋର କ୍ୟାମ୍ପେନ କରୁଛି ତ, ପୁଣି କିଏ ବିରାଟ ରାଲି କରିବାରେ ବ୍ୟସ୍ତ। ଖାଲି ସେତିକି ନୁହେଁ ଭୋଟରଙ୍କୁ ନିଜ ସପକ୍ଷକୁ ଆଣିବାକୁ ମାଳ ମାଳ ପ୍ରତିଶୃତିର ପାହାଡ ଠିଆ କରୁଛନ୍ତି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ମୟୂରଭଞ୍ଜ

ଅନ୍ୟାନ୍ୟ ନିର୍ବାଚନ କ୍ଷେତ୍ର ଭଳି ମୟୂରଭଞ୍ଜ ଜିଲ୍ଲା ମୋରଡା ନିର୍ବାଚନୀ ମଣ୍ଡଳୀରେ କଂଗ୍ରେସ ପ୍ରାର୍ଥୀ ପ୍ରଭାସ କର ମହାପାତ୍ର ନିର୍ବାଚନ ପ୍ରଚାର କରିଛନ୍ତି । କିନ୍ତୁ ଟିକେ ଭିନ୍ନ ଢଙ୍ଗରେ। ଅନ୍ୟ ଦଳ ଭଳି ଜନତାଙ୍କୁ ପ୍ରତିଶୃତି ଦେଇଛନ୍ତି ହେଲେ ଆଫିଡେଭିଟ ମାଧ୍ୟମରେ। ମୋରଡାବାସୀଙ୍କ ପାଇଁ ସେ କ’ଣ କ’ଣ କରିବାକୁ ଚାହୁଁଛନ୍ତି, ସମସ୍ତ ପ୍ରତିଶୃତିକୁ ଆଫିଡେଭିଟ ମାଧ୍ୟମରେ ଦର୍ଶାଇଛନ୍ତି। ମୋରଡା ରାଜନୀତିରେ ପ୍ରଥମ ଥର ପାଇଁ ଜଣେ ବିଧାୟକ ପ୍ରାର୍ଥୀ ଏଭଳି ପ୍ରତିଶୃତି ଦେବା ବର୍ତ୍ତମାନ ଚର୍ଚ୍ଚାର ବିଷୟ ପାଲଟିଛି।

ତେବେ ସେ ବିଶେଷ କରି ଶିକ୍ଷା, ସ୍ୱାସ୍ଥ୍ୟ, ବିଦ୍ୟୁତ, ହାତୀ ଅନୁପ୍ରବେଶ ଭଳି 19 ଟି ସମସ୍ୟାର ସମାଧାନ ଗୋଟିଏ ବର୍ଷ ମଧ୍ୟରେ ସମାଧାନ କରିବା ନେଇ ପ୍ରତିଶ୍ରୁତି ଦେଇଛନ୍ତି। ପ୍ରତିଶୃତିକୁ ଆଫିଡେଭିଟ ମାଧ୍ୟମରେ ପ୍ରକାଶ କରିଥିବାରୁ କଂଗ୍ରେସ ପ୍ରାର୍ଥୀଙ୍କ ପ୍ରତି ଭୋଟର ଆକୃଷ୍ଟ ହେବେ ବୋଲି ଆଶା ରଖିଥିବା କହିଛନ୍ତି।

ମୟୂରଭଞ୍ଜରୁ ମୃତ୍ୟୁଞ୍ଜୟ ସେନାପତି, ଇଟିଭି ଭାରତ

Intro:Body:

blank

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.